ନୂଆଦିଲ୍ଲୀ:ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ କୋଚି ଠାରେ ଥିବା କୋଚିନ୍ ସିପିୟାର୍ଡ ଲିମିଟେଡ (CSL) ପରିଦର୍ଶନ କରିଛନ୍ତି । ସେଠାରେ ସେ ସମ୍ପୂର୍ଣ୍ଣ ସ୍ବେଦେଶୀ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିଅର ‘ବିକ୍ରାନ୍ତ’ ପରିଦର୍ଶନ କରିଛନ୍ତି । ଉନ୍ନତ ପର୍ଯ୍ୟାୟରେ ଇଣ୍ଡିଜିନିୟସ୍ ଏୟାରକ୍ରାଫ୍ଟ କ୍ୟାରିଅର୍ (ଆଇଏସି) ପରିଦର୍ଶନ ସମୟରେ ନୌସେନା ପକ୍ଷରୁ ଜାହାଜର ସ୍ୱତନ୍ତ୍ରତା ଏବଂ ନିର୍ମାଣର ଅଗ୍ରଗତି ସମ୍ପର୍କରେ ଉପରାଷ୍ଟ୍ରପତିଙ୍କୁ ସୂଚନା ଦିଆଯାଇଥିଲା। 'ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଚଳିତବର୍ଷ ଅଗଷ୍ଟ ମାସରେ ଏହି ସ୍ବଦେଶୀ ବିମାନବାହି ଜାହାଜକୁ ନୌସେନାରେ ସାମିଲ କରାଯିବ ।
ଏହି ଏୟାରକ୍ରାଫ୍ଟ କ୍ୟାରିୟରର ଡିଜାଇନ୍ ଏବଂ ନିର୍ମାଣରେ ଉପରାଷ୍ଟ୍ରପତି ନାଇଡୁ ଭାରତର ସାମର୍ଥ୍ୟକୁ ପ୍ରଶଂସା କରିବା ସହ ଏବଂ ଏହାକୁ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ଭାବେ ପ୍ରଶଂସା କରିଥିଲେ । ଭାରତୀୟ ନୌସେନା ଭାରତ ମହାସାଗରୀୟ କ୍ଷେତ୍ରରେ ଏକ ସାମୁଦ୍ରିକ ଶକ୍ତି ଅଟେ ଏବଂ ବିମାନ ଚଳାଚଳ ବ୍ୟାଟେଲ୍ ଗ୍ରୁପ୍ ଏହି ମିଶନର କେନ୍ଦ୍ରରେ ରହିଥାଏ । ଆମର ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ’ବିକ୍ରାନ୍ତ’ ଭାରତୀୟ ନୌସେନାକୁ ଆବଶ୍ୟକୀୟ ଶକ୍ତି ଯୋଗାଇବା ସହ ଭାରତ ମହାସାଗରରେ ଶାନ୍ତି ଏବଂ ସ୍ଥିରତା ପାଇଁ ପ୍ରମୁଖ ଭୂମିକା ଗ୍ରହଣ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।