ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ପୋଡିଲେ ଗାଡି, କେନ୍ଦ୍ରୀୟ ସୁରକ୍ଷାବଳ ଉପରେ କଲେ ଆକ୍ରମଣ

ପଶ୍ଚିମବଙ୍ଗ ନିର୍ବାଚନ ହିଂସା । ପ୍ରଥମ ପର୍ଯ୍ୟାୟ ନର୍ବାଚନରେ ଦେଖିବାକୁ ମିଳିଛି । ପୋଲିଂ ଅଧିକାରୀଙ୍କ ଖାଦ୍ୟ ଯୋଗାଉଥିବା ଗାଡିକୁ ପୋଡି ଦେଇଥିବାବେଳେ ଅନ୍ୟପକ୍ଷେ ପୂର୍ବ ମେଦିନାପୁରରେ କେନ୍ଦ୍ରୀୟ ସୁରକ୍ଷାବଳ ଉପରେ ବୋମା ପକାଇଛନ୍ତି ଦୁର୍ବୃତ୍ତ । ଅଧିକ ପଢନ୍ତୁ...

By

Published : Mar 27, 2021, 8:16 AM IST

Updated : Mar 27, 2021, 9:10 AM IST

vehicle which delivered food to vote workers caught fire in purulia under mysterious circumstances
ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା

କୋଲକାତା: ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଜି ପ୍ରଥମ ଦିନରେ ହିଂସା ଦେଖିବାକୁ ମିଳିଛି । ନିର୍ବାଚନରେ ଯୋଗ ଦେଇଥିବା ପୋଲିଂ ଅଧିକାରୀଙ୍କୁ ଖାଦ୍ୟ ଯୋଗାଉଥିବା ଭ୍ୟାନକୁ ଜାଳି ଦେଇଛନ୍ତି ଦୁର୍ବୃତ୍ତ । ସେହିପରି ଜଣେ ନିର୍ବାଚନରେ ନିୟୋଜିତ କେନ୍ଦ୍ରୀୟ ଯବାନଙ୍କୁ ଆକ୍ରମଣ କରାଯାଇଛି । ଏହି ଘଟଣା କିଏ ଘଟାଇଲା ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।

ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ବାନ୍ଦା ଅଞ୍ଚଳରେ ନିର୍ବାଚନରେ ଯୋଗ ଦେଇଥିବା ପୋଲିଂ ଅଧିକାରୀଙ୍କୁ ଖାଦ୍ୟ ଯୋଗାଉଥିବା ଭ୍ୟାନକୁ ଜାଳିଦେଇଛନ୍ତି । ଏହି ଘଟଣା ଶୁକ୍ରବାର ରାତିରେ ବାନ୍ଦାର ପ୍ରାଥମିକ ଚିକିତ୍ସାଳୟର ରାସ୍ତାରେ ଥିବା ସୁପୁର୍ଡି ଗ୍ରାମ ନିକଟରେ ଘଟିଛି । ପୋଲିଂ ଅଧିକାରୀଙ୍କୁ ଖାଦ୍ୟ ଯୋଗାଇ ଫେରୁଥିବାବେଳେ ଗାଡିକୁ ଦୁର୍ବୃତ୍ତ ନିଆଁ ଲଗାଇଦେଇଛନ୍ତି ବୋଲି ଜଣାପଡିଛି ।

ପଶ୍ଚିମବଙ୍ଗ ନିର୍ବାଚନ ହିଂସା: ଗାଡି ପୋଡିବା ସହ କେନ୍ଦ୍ରୀୟ ସୁରକ୍ଷାବଳ ଉପରେ ବୋମା ଆକ୍ରମଣ

ସେପଟେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ ପାଇଁ ସରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି । କିନ୍ତୁ ଏଠାରେ ନିୟୋଜିତ କେନ୍ଦ୍ରୀୟ ଫୋର୍ସ ଉପରେ ବୋମା ଆକ୍ରମଣ କରାଯାଇଛି । ପୂର୍ବମେଦିନାପୁରରେ ପାତାଶପୁର ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷାବଳ ଉପରେ ବୋମା ପକାଇଛନ୍ତି ଦୁର୍ବୃତ୍ତ । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି ।

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ପୋଡିଲେ ଗାଡି, କେନ୍ଦ୍ରୀୟ ସୁରକ୍ଷାବଳ ଉପରେ କଲେ ଆକ୍ରମଣ

ସୂଚନାଥାଉକୁ ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ପଶ୍ଚିମବଙ୍ଗର 30 ଟି ଆସନରେ ହେଉଥିବାବେଳେ ଆସାମର 47 ଟି ଆସନରେ ମତଦାନ ଚାଲିଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ ପାଇଁ କେନ୍ଦ୍ରୀୟ ସୁରକ୍ଷାବଳ ନିୟୋଜନ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Mar 27, 2021, 9:10 AM IST

ABOUT THE AUTHOR

...view details