ଓଡିଶା

odisha

ETV Bharat / bharat

ଘରେ ଉଡାନ୍ତୁ ତ୍ରିରଙ୍ଗା, ୧୯୭୧ ଯୁଦ୍ଧବେଳେ ରାତିକରେ ରନୱେ ନିର୍ମାଣ କରିଥିବା ବୀରାଙ୍ଗନାଙ୍କ ଅପିଲ - 1971 ଯୁଦ୍ଧର ବୀରାଙ୍ଗନାଙ୍କ ଆହ୍ବାନ

୧୯୭୧ ଯୁଦ୍ଧ ବେଳେ ଭାରତୀୟ ବାୟୁସେନାକୁ ସାହାଯ୍ୟ କରିବାକୁ ଯାଇ ଗୋଟିଏ ରାତି ଭିତରେ ରନୱେ ନିର୍ମାଣ କରିଥିବା ଗୁଜୁରାଟ ବୀରାଙ୍ଗନା(Veeranganas) 'ହର୍‌ ଘର୍‌ ତ୍ରିରଙ୍ଗା' ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ

ରାତି ଭିତରେ ରନୱେ ନିର୍ମାଣକାରୀ ବିରାଙ୍ଗନାଙ୍କ ଅପିଲ, ତ୍ରିରଙ୍ଗା ଉଡ଼ାଇବାକୁ ଦେଲେ ଆହ୍ବାନ
ରାତି ଭିତରେ ରନୱେ ନିର୍ମାଣକାରୀ ବିରାଙ୍ଗନାଙ୍କ ଅପିଲ, ତ୍ରିରଙ୍ଗା ଉଡ଼ାଇବାକୁ ଦେଲେ ଆହ୍ବାନ

By

Published : Aug 5, 2022, 2:29 PM IST

ଗାନ୍ଧୀନଗର:ସାରାଦେଶରେ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଅଭିଯାନ ଚାଲିବ । ନିଜ ଜୀବନକୁ ବିପଦରେ ପକାଇ ଗୋଟିଏ ରାତିରେ ଏକ ରନୱେ ବନାଇଥିବା ଭୁଜ ତାଲୁକାର ମାଧପୁର ଗାଁର ବୀରାଙ୍ଗନାମାନେ ସମଗ୍ର ଦେଶବାସୀଙ୍କ ସମେତ କୁଚ୍‌ ସୀଙ୍କୁ ସେମାନଙ୍କ ଘରେ ଗର୍ବର ସହ ଜାତୀୟ ପତାକା ଉଡଇବାକୁ ଅପିଲ୍‌ କରିଛନ୍ତି । ବର୍ଷ ୧୯୭୧ ଯୁଦ୍ଧରେ ପାକିସ୍ତାନୀ ସେନାର ଯୁଦ୍ଧ ବିମାନ ବମ ପକାଇ ଏହି ଏୟାରଷ୍ଟ୍ରିପକୁ(Bhuj Airstrip) ନଷ୍ଟ କରିଦେଇଥିଲେ । ତେବେ ଏହି ବୀରାଙ୍ଗନାମାନେ ସେତେବେଳେ ଭାରତୀୟ ବାୟୁସେନାକୁ ସହାୟତା କରିଥିଲେ ।

୧୯୭୧ ଯୁଦ୍ଧ ବେଳେ ରାତି ଭିତରେ ନିର୍ମାଣ ହୋଇଥିବା ରନୱେ

ନିଜ ଜୀବନକୁ ଖାତିର ନ କରି ରାତି ମଧ୍ୟରେ ରନୱେ ନିର୍ମାଣ କରିଥିବା ବୀରାଙ୍ଗନା କାନବାଈ ଶିବଜି, ସାମୁ ଖୋଖାନି, ରତନ ହିରାନି ଓ ସାମୁ ଭାନ୍ଦେରି ଏବେ ବୟସର ଅପରାହ୍ନରେ ରହିଛନ୍ତି । ତେବେ ସେମାନେ ଏ ନେଇ କହିଛନ୍ତି ଯେ, "ଯେତେବେଳେ ଦେଶକୁ ଆମ ଆବଶ୍ୟକ ଥିଲା ସେତେବେଳେ ଆମେ ନିଜ ଓ ପରିବାରର ଜୀବନ ଖାତିର କରି ଗୋଟିଏ ରାତି ମଧ୍ୟରେ ରନୱେ ନିର୍ମାଣ କରିଥିଲୁ । ଗୋଟିଏ ଡାକରାରେ ଅନେକ ମହିଳା ନିଜ ଘର ଛାଡ଼ି ଏଥିରେ ଯୋଗ ଦେଇଥିଲେ । ଯାହାବି ପରିସ୍ଥିତି ହେଉ ନା କାହିଁକି ଦେଶବାସୀ ଆଗକୁ ଆସିବା ଉଚିତ ।"

ବୀରାଙ୍ଗନା ସ୍ମାରକୀ

ଚଳିତ ବର୍ଷ ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ମୋଦି 'ଆଜାଦି କା ଅମୃତ ମହୋତ୍ସବ'ର ଏକ ଅଂଶ ଭାବରେ ଏହି 'ହର୍‌ ଘର୍‌ ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରିଛନ୍ତି ଏବଂ ଦେଶବାସୀଙ୍କୁ ନିଜ ଘର ଉପରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ଆହ୍ବାନ ଦେଇଛନ୍ତି । ଗୁଜୁରାଟର ଏହି ବୀରାଙ୍ଗନାମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ସେମାନେ ଦେଶର ଏକତା, ଗର୍ବର ପ୍ରତୀକ ଭାବେ ନିଜ ଘର ଉପରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଯାଉଥିବା କହିଛନ୍ତି ।

ABOUT THE AUTHOR

...view details