ବେଙ୍ଗାଲୁରୁ: ସ୍ବାଧୀନତା ଦିବସରେ ବୀର ସାବରକରଙ୍କ ବ୍ୟାନରକୁ ନେଇ କର୍ଣ୍ଣାଟକରେ ରକ୍ତାକ୍ତ ସଂଘର୍ଷ ଘଟିଛି । କର୍ଣ୍ଣାଟକ ଶିବମୋଗା ସହର ଅନ୍ତର୍ଗତ ଅମୀର ଅହମ୍ମଦ ଛକରେ ସାବରକରଙ୍କ ବ୍ୟାନର ଲଗାଯିବା ଘଟଣାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ହାତାହାତି ହୋଇଛନ୍ତି । ସଂଘର୍ଷରେ ପ୍ରେମ ସିଂହ ନାମକ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ହିଂସା ଘଟଣାରେ ପୋଲିସ ଏବେସୁଦ୍ଧା ୧୦ ଜଣଙ୍କୁ ଗିରଫ କରିଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ସୋମବାରଠୁ ଶିବମୋଗା ସହରରେ ୧୪୪ ଧାରା ଲାଗୁ କରାଯାଇଛି । ଆସନ୍ତା ୧୮ ତାରିଖ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବା ନେଇ ସୂଚନା ମିଳିଛି ।
ସାବରକରଙ୍କ ବ୍ୟାନରକୁ ନେଇ ରକ୍ତାକ୍ତ ସଂଘର୍ଷ, 144 ଧାରା ଲାଗୁ - ସାବରକରଙ୍କ ବ୍ୟାନରକୁ ନେଇ କର୍ଣ୍ଣାଟକରେ ସଂଘର୍ଷ
ସ୍ବାଧୀନତା ଦିବସରେ ବୀର ସାବରକର ବ୍ୟାନରକୁ କର୍ଣ୍ଣାଟକରେ ହିଂସା । ଛୁରାମାଡରେ ଜଣେ ଯୁବକ ଗୁରୁତର । ଆସନ୍ତା ୧୮ ତାରିଖ ଯାଏଁ ଶିବମୋଗା ସହରରେ ଲାଗିଲା ୧୪୪ ଧାରା । ଅଧିକ ପଢନ୍ତୁ
ସୂଚନା ଅନୁଯାୟୀ, ସ୍ବାଧୀନତା ଦିବସ ଅବସରରେ କର୍ଣ୍ଣାଟକର ଅମୀର ଅହମ୍ମଦ ଛକରେ ଗୋଟିଏ ଗୋଷ୍ଠୀ ସାବରକରଙ୍କ ବ୍ୟାନର ଲଗାଇଥିଲେ । କିନ୍ତୁ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରି ବ୍ୟାନରକୁ ହଟାଇ ଦେଇଥିଲେ । ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା, ଯାହାକି କ୍ରମଶଃ ଉଗ୍ର ରୂପ ନେଇଥିଲା । ଗଣ୍ଡଗୋଳ ମଧ୍ୟରେ ପ୍ରେମ ସିଂହ ନାମକ ଯୁବକ ଛୁରାମାଡରେ ଗୁରୁତର ଆହତ ହୋଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉତ୍ୟକ୍ତ ଗୋଷ୍ଠୀ ଉପରେ ଲାଠି ଚାଳନା କରିଥିଲା । ଏହି ଘଟଣାକୁ ବିରୋଧ କରି ହିନ୍ଦୁ ସଂଗଠନ ଛକରେ ବିକ୍ଷୋଭ କରିଥିଲେ ।
ଏହାପରେ ପୁଣି କିଛି ଲୋକେ ଆସି ଛକରେ ସାବରକରଙ୍କ ବ୍ୟାନର ଲଗାଇବା ଆରମ୍ଭ କରିଥିଲେ । କିନ୍ତୁ ପୋଲିସ ସେମାନଙ୍କୁ ଅଟକାଇଥିଲା । ଏହି ସମୟରେ ପୋଲିସ ୪ରୁ ୫ ଜଣଙ୍କୁ ଉଠାଇ ନେଇଥିଲା । ଏହି ହିଂସା ଘଟଣାରେ ମୋଟ ୧୦ ଜଣଙ୍କୁ ଗିରଫ କରାଯାଇଛି ।