ଓଡିଶା

odisha

ETV Bharat / bharat

Mann Ki Baat, ମନ କି ବାତରେ ବାୟୁବୀର ବରୁଣଙ୍କୁ ମନେ ପକାଇଲେ ମୋଦି - ମୋଦିଙ୍କ ମନ କି ବାତ ନ୍ୟୁଜ

ଆଜି ୮୪ ତମ ମନ କି ବାତ (Mann Ki Baat) କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶକୁ ଦୋହଲାଇ ଦେଇଥିବା ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ମନ କି ବାତରେ ବୀର ବରୁଣଙ୍କୁ ମନେପକାଇଲେ ମୋଦି
ମନ କି ବାତରେ ବୀର ବରୁଣଙ୍କୁ ମନେପକାଇଲେ ମୋଦି

By

Published : Dec 26, 2021, 12:15 PM IST

Updated : Dec 26, 2021, 1:24 PM IST

ନୂଆଦିଲ୍ଲୀ:ଆଜି ୮୪ ତମ ମନ କି ବାତ (Mann Ki Baat) କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶକୁ ଦୋହଲାଇ ଦେଇଥିବା ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଦୁର୍ଘଟଣାରେ ନିଧନ ହୋଇଥିବା ସମସ୍ତଙ୍କୁ ମନେ ପକାଇଛନ୍ତି ମୋଦି । ୮ ଦିନ ପରେ ଜୀବନ ଯୁଦ୍ଧରେ ହାରିଯାଇଥିବା ବାୟୁବୀରପୁତ୍ର ବରୁଣଙ୍କୁ ମନେ ପକାଇ ତାଙ୍କର ଭାଇରାଲ ହୋଇଥିବା ଏକ ଚିଠି ବିଷୟରେ ଦେଶବାସୀଙ୍କୁ (PM Modi lauds late Group Captain Varun Singh) କହିଛନ୍ତି ପ୍ରଧାନମନ୍ତ୍ରୀ ।

ବର୍ଷର ଏହି ଶେଷ ମନ କି ବାତ୍ କାର୍ଯ୍ୟକ୍ରମରେ ମୋଦି କୁନ୍ନୁର ହେଲିକପ୍ଟର ଦୁର୍ଘଟଣା କଥା ଉଠାଇ ଭାବବିହ୍ବଳ ହୋଇଯାଇଥିଲେ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ଓ ଅନ୍ୟମାନଙ୍କୁ ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥିସହ ଦୁର୍ଘଟଣାରେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ବାୟୁବୀର ଗ୍ରୁପ୍‌ କ୍ୟାପ୍ଟେନ ବରୁଣ ସିଂହଙ୍କୁ ମୋଦି ସ୍ବତନ୍ତ୍ର ଭାବେ ମନେପକାଇଥିଲେ । ବିଶେଷ କରି ସେ ତାଙ୍କ ସ୍କୁଲ ଅଧକ୍ଷଙ୍କୁ ଲେଖିଥିବା ପ୍ରେରଣାତ୍ମକ ଚିଠି ସମ୍ପର୍କରେ ମୋଦି ପୁଣି ଥରେ ଦେଶବାସୀଙ୍କୁ ଜଣାଇଛନ୍ତି।

ଅଗଷ୍ଟ ମାସରେ ନିଜର ପରାକ୍ରମ ପାଇଁ ବରୁଣ ସିଂହଙ୍କୁ ସୌର୍ଯ୍ୟ ଚକ୍ରରେ ସମ୍ମାନୀତ କରାଯାଇଥିଲା। ଏହାପରେ ସେ ତାଙ୍କ ସ୍କୁଲ ପ୍ରିନ୍ସପାଲଙ୍କୁ ଚିଠି ଲେଖିଥିଲେ। ଏହି ଚିଠିକୁ ମୋଦି ମନ କି ବାତ କାର୍ଯ୍ୟକ୍ରମରେ ପଢ଼ିଥିଲେ । ମୋଦି କହିଛନ୍ତି, ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ହସ୍ପିଟାଲରେ ଥିବା ବେଳେ ସୋସିଆଲ ମିଡିଆରେ ମୁଁ ଗୋଟିଏ ଚିଠି ଦେଖିଥିଲି। ଏହା ମୋ ହୃଦୟକୁ ଛୁଇଁଥିଲା। ସୋର୍ଯ୍ୟ ଚକ୍ର ସମ୍ମାନ ପରେ ସେ ତାଙ୍କ ସ୍କୁଲ ପ୍ରିନ୍ସପାଲଙ୍କୁ ଚିଠି ଲେଖିଥିଲେ।

ଚିଠିକୁ ପଢ଼ିବା ପରେ ମୋ ମନକୁ ଗୋଟିଏ କଥା ଆସିଥିଲା। ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ସଫଳତାର ଶୀର୍ଷରେ ପହଞ୍ଚିଥିଲେ ମଧ୍ୟ ନିଜର ମୂଳ ଢାଞ୍ଚାକୁ ଭୁଲି ନଥିଲେ। ଦ୍ବିତୀୟରେ ତାଙ୍କ ପାଖରେ ମଉଜ କରିବା ପାଇଁ ସମୟ ଥିଲେ ମଧ୍ୟ ସେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଚିନ୍ତା କରୁଥିଲେ। ଏହା ବହୁତ କମ ଲୋକଙ୍କ ପାଖରେ ଦେଖିବାକୁ ମିଳେ। ହସ୍ପିଟାଲରେରେ ବି ସେ ଜଣେ ଯୋଦ୍ଧାଙ୍କ ପରି ଜୀବନ ସହ ସଂଘର୍ଷ କରିଥିଲେ। ହେଲେ କିଛି ଦିନ ପରେ ଆମେ ସମସ୍ତେ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହଙ୍କ ଭଳି ଜଣେ ବାୟୁବୀରଙ୍କୁ ହରାଇ ଦେଲୁ ।

ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁର ଠାରେ ଏମଆଇ-୧୭ ହେଲିକପ୍ଟର କ୍ରାଶ ହୋଇଥିଲା। ଏଥିରେ ସିଡିଏସ୍‌ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସହ ମୋଟ ୧୪ ଜଣ ଥିଲେ। ଘଟଣା ପରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ବରୁଣ ସିଂହଙ୍କୁ ଦୁର୍ଘଟଣା ସ୍ଥଳରୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୮ ଦିନ ଚିକିତ୍ସା ପରେ ସେ ବେଙ୍ଗାଲୁରୁ ସ୍ଥିତ ସେନା ହସ୍ପିଟାଲରେ ଆଖି ବୁଜିଥିଲେ। ଯଦି କୌଣସି କାମକୁ ମନ ଧ୍ୟାନ ଦେଇ କରାଯିହ ତେବେ ଏହା ଆହୁରି ଅଧିକ ଭଲ ହୋଇପାରିବ। ଏହି ସମୟରେ ହିଁ ମୋର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ପରିବର୍ତ୍ତନ ଆଣିଥିବା ଚିଠିରେ ଲେଖିଥିଲେ ବରୁଣ । ନିଜ ଉପରେ ଭରସା ରଖ ଏବଂ ସେ ଦିଗରେ କାର୍ଯ୍ୟକରିବାକୁ ପ୍ରେରଣା ଦେଇଥିଲେ ବାୟୁବୀର ବରୁଣ ।

ବରୁଣ ହରିଆଣାର ଆର୍ମି ପବ୍ଲିକ୍ ସ୍କୁଲ୍ ଅଧକ୍ଷଙ୍କୁ ୪ ପୃଷ୍ଠାର ଚିଠି ଲେଖିଥିଲେ। ଏଥିରେ ସେ ଲେଖିଥିଲେ ଯେ ମଧ୍ୟମ ଶ୍ରେଣୀର ହେଲେ ବି ଠିକ୍ ଅଛି । ଏହା କିଛି ଖରାପ କଥା ନୁହେଁ। ସ୍କୁଲରେ ସମସ୍ତେ ଶ୍ରେଷ୍ଠ ହେବେ ନାହିଁ କି ସମସ୍ତେ ୯୦ ପ୍ରତିଶତ ସ୍କୋର୍ କରିପାରିବେ ନାହିଁ। କିନ୍ତୁ ତା ମାନେ ନୁହେଁ ଯେ ପୂରା ଜୀବନ ଯାକ ଜଣେ କେବଳ ମଧ୍ୟମ ହୋଇ ରହିବାକୁ ହିଁ ତିଆରି ହୋଇଛି। ଆପଣ ସ୍କୁଲପାଠରେ ସେତେ ଭଲ ହୋଇନପାରନ୍ତି, କିନ୍ତୁ ତାହା ଆପଣଙ୍କ ଆଗାମୀ ଜୀବନର ମାପଦଣ୍ଡ ନୁହେଁ। ଜୀବନକୁ ନେଇ କେବେ ବି ନିରାଶ ହେବା କଥା ନୁହେଁ। ମୁଁ ସ୍କୁଲ୍ ପାଠପଢ଼ାରେ ଭଲ ନଥିଲି, ଖେଳକୁଦରେ ମଧ୍ୟମ ଧରଣର ଥିଲି । କିନ୍ତୁ ବିମାନ ଉଡ଼ାଣ କୌଶଳ ଜାଣିବାକୁ ମୋର ପ୍ରବଳ ଆଗ୍ରହ ଥିଲା। ତେଣୁ ମୁଁ ସେହି କାର୍ଯ୍ୟରେ ସଫଳ ହେଲି । ବାସ୍ତବରେ ବରୁଣଙ୍କର ଏହି ଚିଠି ଅନେକଙ୍କୁ ପ୍ରେରଣା ଦେବ । ଏହି ଚିଠି ଦୁର୍ବଳ ମନୋଭାବକୁ ହରାଇ ସ୍ବପ୍ନ ପୂରଣ କରିବାରେ ସହାୟକ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ହିଁ ମୋର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ପରିବର୍ତ୍ତନ ଆଣିଥିବା ଚିଠିରେ ଲେଖିଥିଲେ ବରୁଣ ।

ଏହାପରେ ପ୍ରଧାନମନ୍ତ୍ରୀ ପରୀକ୍ଷା ପେ ଚର୍ଚ୍ଚା ବିଷୟରେ ଆଲୋଚନା କରିଥିଲେ । ବନ୍ଦେ ମାତରମ ସଙ୍ଗୀତ ଗାଇଥିବା ଗ୍ରୀସର ଇଲାଇ ସ୍କୁଲ ପିଲାଙ୍କୁ ପ୍ରଶଂସା କରିଥିଲେ ମୋଦି । ଏହା ଦୁଇ ଦେଶକୁ ନିକଟତର କରିଛି ବୋଲି କହିଥିଲେ ମୋଦି । ୨୦୨୧ ବର୍ଷର ଶେଷ ମନ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋରୋନା ପାଇଁ ସମସ୍ତଙ୍କୁ ସତର୍କ କରିବା ସହ ବିପଦ ଟଳି ନଥିବା କହିଥିଲେ। ବର୍ଷର ଏହି ଶେଷ ମନ କି ବାତ କାର୍ଯ୍ୟକ୍ରମରେ ମୋଦି କୁନ୍ନୁର ହେଲିକପ୍ଟର ଦୁର୍ଘଟଣା କଥା ଉଠାଇ ଭାବବିହ୍ବଳ ହୋଇଯାଇଥିଲେ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ଓ ଅନ୍ୟମାନଙ୍କୁ ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିସହ ଦୁର୍ଘଟଣାରେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ବାୟୁବୀର ଗ୍ରୁପ୍‌ କ୍ୟାପ୍ଟେନ ବରୁଣ ସିଂହଙ୍କୁ ମୋଦି ସ୍ବତନ୍ତ୍ର ଭାବେ ମନେପକାଇଥିଲେ। ବିଶେଷ କରି ସେ ତାଙ୍କ ସ୍କୁଲ ଅଧକ୍ଷଙ୍କୁ ଲେଖିଥିବା ପ୍ରେରଣାତ୍ମକ ଚିଠି ସମ୍ପର୍କରେ ମୋଦି ପୁଣି ଥରେ ଦେଶବାସୀଙ୍କୁ ଜଣାଇଛନ୍ତି।

ଅଗଷ୍ଟ ମାସରେ ନିଜର ପରାକ୍ରମ ପାଇଁ ବରୁଣ ସିଂହଙ୍କୁ ସୌର୍ଯ୍ୟ ଚକ୍ରରେ ସମ୍ମାନୀତ କରାଯାଇଥିଲା। ଏହାପରେ ସେ ତାଙ୍କ ସ୍କୁଲ ପ୍ରିନ୍ସପାଲଙ୍କୁ ଚିଠି ଲେଖିଥିଲେ। ଏହି ଚିଠିକୁ ମୋଦି ମନ କି ବାତ କାର୍ଯ୍ୟକ୍ରମରେ ପଢ଼ିଥିଲେ । ମୋଦି କହିଛନ୍ତି, ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ହସ୍ପିଟାଲରେ ଥିବା ବେଳେ ସୋସିଆଲ ମିଡିଆରେ ମୁଁ ଗୋଟିଏ ଚିଠି ଦେଖିଥିଲି। ଏହା ମୋ ହୃଦୟକୁ ଛୁଇଁଥିଲା। ସୋର୍ଯ୍ୟ ଚକ୍ର ସମ୍ମାନ ପରେ ସେ ତାଙ୍କ ସ୍କୁଲ ପ୍ରିନ୍ସପାଲଙ୍କୁ ଚିଠି ଲେଖିଥିଲେ।

ଚିଠିକୁ ପଢ଼ିବା ପରେ ମୋ ମନକୁ ଗୋଟିଏ କଥା ଆସିଥିଲା। ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ସଫଳତାର ଶୀର୍ଷରେ ପହଞ୍ଚିଥିଲେ ମଧ୍ୟ ନିଜର ମୂଳ ଢାଞ୍ଚାକୁ ଭୁଲି ନଥିଲେ। ଦ୍ବିତୀୟରେ ତାଙ୍କ ପାଖରେ ମଉଜ କରିବା ପାଇଁ ସମୟ ଥିଲେ ମଧ୍ୟ ସେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଚିନ୍ତା କରୁଥିଲେ। ଏହା ବହୁତ କମ ଲୋକଙ୍କ ପାଖରେ ଦେଖିବାକୁ ମିଳେ। ହସ୍ପିଟାଲରେରେ ବି ସେ ଜଣେ ଯୋଦ୍ଧାଙ୍କ ପରି ଜୀବନ ସହ ସଂଘର୍ଷ କରିଥିଲେ। ହେଲେ କିଛି ଦିନ ପରେ ଆମେ ସମସ୍ତେ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହଙ୍କ ଭଳି ଜଣେ ବାୟୁବୀରଙ୍କୁ ହରାଇ ଦେଲୁ ।

ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁର ଠାରେ ଏମଆଇ-୧୭ ହେଲିକପ୍ଟର କ୍ରାଶ ହୋଇଥିଲା। ଏଥିରେ ସିଡିଏସ୍‌ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସହ ମୋଟ ୧୪ ଜଣ ଥିଲେ। ଘଟଣା ପରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ବରୁଣ ସିଂହଙ୍କୁ ଦୁର୍ଘଟଣା ସ୍ଥଳରୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୮ ଦିନ ଚିକିତ୍ସା ପରେ ସେ ବେଙ୍ଗାଲୁରୁ ସ୍ଥିତ ସେନା ହସ୍ପିଟାଲରେ ଆଖି ବୁଜିଥିଲେ। ଯଦି କୌଣସି କାମକୁ ମନ ଧ୍ୟାନ ଦେଇ କରାଯିହ ତେବେ ଏହା ଆହୁରି ଅଧିକ ଭଲ ହୋଇପାରିବ। ଏହି ସମୟରେ ହିଁ ମୋର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ପରିବର୍ତ୍ତନ ଆଣିଥିବା ଚିଠିରେ ଲେଖିଥିଲେ ବରୁଣ । ନିଜ ଉପରେ ଭରସା ରଖ ଏବଂ ସେ ଦିଗରେ କାର୍ଯ୍ୟକରିବାକୁ ପ୍ରେରଣା ଦେଇଥିଲେ ବାୟୁବୀର ବରୁଣ ।

ବରୁଣ ହରିଆଣାର ଆର୍ମି ପବ୍ଲିକ୍ ସ୍କୁଲ୍ ଅଧକ୍ଷଙ୍କୁ ୪ ପୃଷ୍ଠାର ଚିଠି ଲେଖିଥିଲେ। ଏଥିରେ ସେ ଲେଖିଥିଲେ ଯେ ମଧ୍ୟମ ଶ୍ରେଣୀର ହେଲେ ବି ଠିକ୍ ଅଛି । ଏହା କିଛି ଖରାପ କଥା ନୁହେଁ। ସ୍କୁଲରେ ସମସ୍ତେ ଶ୍ରେଷ୍ଠ ହେବେ ନାହିଁ କି ସମସ୍ତେ ୯୦ ପ୍ରତିଶତ ସ୍କୋର୍ କରିପାରିବେ ନାହିଁ। କିନ୍ତୁ ତା ମାନେ ନୁହେଁ ଯେ ପୂରା ଜୀବନ ଯାକ ଜଣେ କେବଳ ମଧ୍ୟମ ହୋଇ ରହିବାକୁ ହିଁ ତିଆରି ହୋଇଛି। ଆପଣ ସ୍କୁଲପାଠରେ ସେତେ ଭଲ ହୋଇନପାରନ୍ତି, କିନ୍ତୁ ତାହା ଆପଣଙ୍କ ଆଗାମୀ ଜୀବନର ମାପଦଣ୍ଡ ନୁହେଁ। ଜୀବନକୁ ନେଇ କେବେ ବି ନିରାଶ ହେବା କଥା ନୁହେଁ। ମୁଁ ସ୍କୁଲ୍ ପାଠପଢ଼ାରେ ଭଲ ନଥିଲି, ଖେଳକୁଦରେ ମଧ୍ୟମ ଧରଣର ଥିଲି । କିନ୍ତୁ ବିମାନ ଉଡ଼ାଣ କୌଶଳ ଜାଣିବାକୁ ମୋର ପ୍ରବଳ ଆଗ୍ରହ ଥିଲା। ତେଣୁ ମୁଁ ସେହି କାର୍ଯ୍ୟରେ ସଫଳ ହେଲି । ବାସ୍ତବରେ ବରୁଣଙ୍କର ଏହି ଚିଠି ଅନେକଙ୍କୁ ପ୍ରେରଣା ଦେବ । ଏହି ଚିଠି ଦୁର୍ବଳ ମନୋଭାବକୁ ହରାଇ ସ୍ବପ୍ନ ପୂରଣ କରିବାରେ ସହାୟକ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ହିଁ ମୋର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ପରିବର୍ତ୍ତନ ଆଣିଥିବା ଚିଠିରେ ଲେଖିଥିଲେ ବରୁଣ ।

ଏହାପରେ ପ୍ରଧାନମନ୍ତ୍ରୀ ପରୀକ୍ଷା ପେ ଚର୍ଚ୍ଚା ବିଷୟରେ ଆଲୋଚନା କରିଥିଲେ । ବନ୍ଦେ ମାତରମ ସଙ୍ଗୀତ ଗାଇଥିବା ଗ୍ରୀସର ଇଲାଇ ସ୍କୁଲ ପିଲାଙ୍କୁ ପ୍ରଶଂସା କରିଥିଲେ ମୋଦି । ଏହା ଦୁଇ ଦେଶକୁ ନିକଟତର କରିଛି ବୋଲି କହିଥିଲେ ମୋଦି । ୨୦୨୧ ବର୍ଷର ଶେଷ ମନ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋରୋନା ପାଇଁ ସମସ୍ତଙ୍କୁ ସତର୍କ କରିବା ସହ ବିପଦ ଟଳି ନଥିବା କହିଥିଲେ। ସଚେତନ, ନିୟମ ପାଳନ କୋରୋନାର ନୂଆ ଭାରିଏଣ୍ଟ ବିରୋଧରେ ଲଢିବାରେ ସହୟକ ହେବ ବୋଲି କହିଛନ୍ତି ମୋଦି । ପ୍ରକାଶ ଥାଉ କି ମନ କି ବାତ୍ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ପ୍ରତି ମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ମନ କି ବାତର ଆସନ୍ତା ଏପିସୋଡ ୨୦୨୨ ଜାନୁଆରୀ ଶେଷ ରବିବାର ପ୍ରସାରିତ ହେବ । ପ୍ରକାଶ ଥାଉ କି ମନ କି ବାତ୍ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ପ୍ରତି ମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ମନ କି ବାତର ଆସନ୍ତା ଏପିସୋଡ ୨୦୨୨ ଜାନୁଆରୀ ଶେଷ ରବିବାର ପ୍ରସାରିତ ହେବ ।

@ANI

Last Updated : Dec 26, 2021, 1:24 PM IST

ABOUT THE AUTHOR

...view details