ମୁମ୍ବାଇ:ହିନ୍ଦୁ ସମାଜରେ ବହୁ ପୂର୍ବରୁ ପ୍ରଚଳିତ ଥିବା ବର୍ଣ୍ଣ ଓ ଜାତି ବ୍ୟବସ୍ଥା ନେଇ ବଡ ବୟାନ ଦେଇଛନ୍ତି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ମୁଖ୍ୟ ମୋହନ ଭାଗବତ । ଭାଗବତ କହିଛନ୍ତି, ସମାଜରେ ଜାରି ରହିଥିବା ବର୍ଣ୍ଣ ଓ ଜାତି ପ୍ରଥା ଏକ ପୁରୁଣା ବ୍ୟବସ୍ଥା । ତାହା ବର୍ତ୍ତମାନ ସମୟରେ କୌଣସି ପ୍ରାସଙ୍ଗିକତା ରଖେ ନାହିଁ । ତେଣୁ ଏହାକୁ ଭୁଲି ଯିବାର ଆବଶ୍ୟକତା ରହଛି (mohan bhagwat new statement on caste system)। ସାମ୍ପ୍ରତିକ ସାମାଜିକ ବ୍ୟବସ୍ଥାରେ ଏକ ବିସ୍ତିର୍ଣ୍ଣ ଦୃଷ୍ଟିକୋଣ ନେଇ ସମସ୍ତେ ଚିନ୍ତା କରିବା ଉଚିତ୍ । ବର୍ଣ୍ଣ, ଜାତି ବ୍ୟବସ୍ଥା ବର୍ତ୍ତମାନର ପ୍ରାସଙ୍ଗିକତା ନୁହେଁ ।
ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଭାଗବତ କହିଛନ୍ତି (RSS chief mohan bhagwat), ବର୍ତ୍ତମାନ ଏହି ବର୍ଣ୍ଣ, ଜାତି ବ୍ୟବସ୍ଥାକୁ ଭୁଲିଯିବା ଉଚିତ୍ । ବର୍ଣ୍ଣ, ଜାତି ବ୍ୟବସ୍ଥା ସଂଘ କିମ୍ବା ହିନ୍ଦୁତ୍ବର ସ୍ବଭାବ ନୁହେଁ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କଂଗ୍ରେସ ସମେତ ଅନ୍ୟ କିଛି ବିରୋଧୀ ଦଳ ମଧ୍ୟ ସଂଘ ବିରୋଧରେ ସମାଜର ବିଭକ୍ତିକରଣ ଓ ପରସ୍ପର ମଧ୍ୟରେ ତିକ୍ତତା ସୃଷ୍ଟି କରିବା ନେଇ ଅଭିଯୋଗ ଲଗାଇଥିଲେ ।