ଓଡିଶା

odisha

GYANVAPI CASE: କାର୍ବନ ଡେଟିଂ ଯାଞ୍ଚ ଆବେଦନ ଉପରେ ଶୁଣାଣି ସ୍ଥଗିତ, ୧୧ରେ ପରବର୍ତ୍ତୀ ଶୁଣାଣି

By

Published : Oct 7, 2022, 5:22 PM IST

ଉତ୍ତରପ୍ରଦେଶ ବାରଣାସୀର ଜ୍ଞାନବ୍ୟାପୀ ମସଜିଦରୁ ମିଳିଥିବା ଶିବଲିଙ୍ଗର କାର୍ବନ ଡେଟିଂ ଯାଞ୍ଚ ଆବେଦନ ଉପରେ ଶୁଣାଣି ସ୍ଥଗିତ । ଆସନ୍ତା ୧୧ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ

GYANVAPI CASE: କାର୍ବନ ଡେଟିଂ ଯାଞ୍ଚ ଆବେଦନ ଉପରେ ଶୁଣାଣି ସ୍ଥଗିତ, ୧୧ରେ ପରବର୍ତ୍ତୀ ଶୁଣାଣି
GYANVAPI CASE: କାର୍ବନ ଡେଟିଂ ଯାଞ୍ଚ ଆବେଦନ ଉପରେ ଶୁଣାଣି ସ୍ଥଗିତ, ୧୧ରେ ପରବର୍ତ୍ତୀ ଶୁଣାଣି

ଲକ୍ଷ୍ନୌ:ଉତ୍ତରପ୍ରଦେଶ ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ଓ ଶୃଙ୍ଗାରଗୌରୀ ମନ୍ଦିର ବିବାଦ ମାମଲା (Gyanvapi Mosque-Shringar Gauri case ) । ସର୍ଭେ ବେଳେ ମିଳିଥିବା ଶିବଲିଙ୍ଗର କାର୍ବନ ଡେଟିଂ ଯାଞ୍ଚକୁ ନେଇ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏହାକୁ ସ୍ଥଗିତ ରଖିଛନ୍ତି । ଆସନ୍ତା ୧୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି କୋର୍ଟ । ଶିବଲିଙ୍ଗର କାର୍ବନ ଡେଟିଂ ତଥା ଆଧୁନିକ ଉପାୟରେ ଯାଞ୍ଚ କରିବା ଲାଗି ୪ ମହିଳା ଆବେଦନକାରୀ କୋର୍ଟରେ ଆବେଦନ କରିଥିଲେ ।

କାର୍ବନ ଡେଟିଂ କରିବା ଦ୍ବାରା ଉକ୍ତ ସ୍ଥାନର କୌଣସି କ୍ଷତି ହେବା ନେଇ କୋର୍ଟ ଆବେଦନକାରୀଙ୍କୁ କହିଥିଲେ । ଏହାପରେ ସେମାନେ ଆଧୁନିକ ଉପାୟରେ କାର୍ବନ ଡେଟିଂ ପାଇଁ କହିଥିଲେ । ମୁସଲିମ ପ୍ରତିପକ୍ଷ ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ବିରୋଧ କରିଛନ୍ତି । ମୁସଲିମ ପକ୍ଷ ୧୧ ଅକ୍ଟୋବରରେ ଆପତ୍ତି ପତ୍ର ଦାଖଲ କରିବ । ଏହି ଘଟଣାରେ କୋର୍ଟଙ୍କ ରାୟ କଣ ଆସୁଛି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

ଏହା ବି ପଢନ୍ତୁ- Gyanvapi case: ହିନ୍ଦୁପକ୍ଷର ଆବେଦନ ଗ୍ରହଣ କଲେ ବାରାଣାସୀ ଜିଲ୍ଲା କୋର୍ଟ, ଜ୍ଞାନବ୍ୟାପୀ-ଶୃଙ୍ଗାରଗୌରୀ ମାମଲା ବିଚାରଯୋଗ୍ୟ

ଏହି ମାମଲାରେ କୋର୍ଟରେ ଶୁଣାଣି ପୂର୍ବରୁ ହିନ୍ଦୁ ପକ୍ଷ ପୂଜାପାଠ ଯଜ୍ଞ କରିଥିବା ଦେଖିବାକୁ ମିଳିଥିଲା । ହିନ୍ଦୁ ପକ୍ଷ ସପକ୍ଷରେ କୋର୍ଟଙ୍କ ରାୟ ଆସିବା ଲାଗି ହିନ୍ଦୁ ସପକ୍ଷବାଦୀ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶିବଲିଙ୍ଗକୁ ଯାଞ୍ଚ କରିବା ଲାଗି ୪ ମହିଳା ଆବେଦନକାରୀଙ୍କ ଆଇନଜୀବୀ ବିଷ୍ଣୁ ଜୈନ କୋର୍ଟରେ ଆବେଦନ କରିଥିଲେ । ଏହା ମଧ୍ୟ କୁହାଯାଇଥିଲା ଯେ ଶିବଲିଙ୍ଗକୁ କ୍ଷତି ପହଞ୍ଚାଇବା ବିନା କାର୍ବନ ଡେଟିଂ ହେବା ଆବଶ୍ୟକ । ଏହାକୁ ଅନ୍ୟ କୌଣସି ଆଧୁନିକ ଉପାୟରେ ମଧ୍ୟ କରାଯିବା ପାଇଁ ସେମାନେ କହିଥିଲେ ।

ଚଳିତ ବର୍ଷ ମେ ମାସରେ ଜ୍ଞାନବ୍ୟାପୀ ମସଜିଦରେ ଏକ ସର୍ଭେ କରାଯାଇଥିଲା । ମସଜିଦରେ ଏକ ଶିବଲିଙ୍ଗ ମିଳିଥିଲା । ହିନ୍ଦୁ ପକ୍ଷ ଏହାକୁ ଶିବଲିଙ୍ଗ କହୁଥିବା ବେଳେ ମୁସଲିମ ପକ୍ଷ ଏହାକୁ ୱାଟର ଫାଉଣ୍ଟେନ୍‌ ବୋଲି କହିଥିଲା । ତେବେ କାର୍ବନ ଡେଟିଂ ହେଲେ ଏହା କେତେ ପ୍ରାଚୀନ ସେ ସମ୍ପର୍କରେ ତଥ୍ୟ ମିଳିପାରିବ । କାର୍ବନ ଡେଟିଂ ପଦ୍ଧତିକୁ ବହୁଳ ଭାବରେ ବ୍ୟବହାର କରାଯାଏ । କାର୍ବନିକ ପଦାର୍ଥ ବ୍ୟବହାର କରି ମିଳିଥିବା ମୂର୍ତ୍ତି ବା କୌଣସି ଦେବାଦେବୀଙ୍କ ମୂର୍ତ୍ତି କେତେ ପ୍ରାଚୀନ ତାହା ଜଣାପଡ଼ିଥାଏ ।

ମିଳିଥିବା କୌଣସି ଚଟାଣ କେତେ ପ୍ରାଚୀନ ତାହା ସମ୍ପର୍କରେ ଜାଣିବା ଲାଗି କାର୍ବନ ଡେଟିଂ ପଦ୍ଧତିର ବ୍ୟବହାର ହୋଇଥାଏ । କାରଣ ପ୍ରତିଟି ଚଟାଣ ତଳେ କିଛି ନା କିଛି କାର୍ବନିକ ଜିନିଷ ରହିଥାଏ, ଯେପରିକି ପତ୍ର ବା କୌଣସି ଜୀବର କିଛି ଅଂଶ । ଏଥିରୁ ଜଣାପଡ଼ିଥାଏ କି ଉକ୍ତ ଚଟାଣ କେତେ ପ୍ରାଚୀନ । ତେବେ ଏହି ପଦ୍ଧତି ବ୍ୟବହାର କରାଯାଇ ମିଳିଥିବା ଶିବଲିଙ୍ଗ କେତେ ପ୍ରାଚୀନ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ ।

ABOUT THE AUTHOR

...view details