ଓଡିଶା

odisha

ETV Bharat / bharat

Gyanavapi Case: ହିନ୍ଦୁ ପକ୍ଷର ବିଜୟ, ସାଇଣ୍ଟିଫିକ ସର୍ଭେ ଆବେଦନକୁ ମିଳିଲା ମଞ୍ଜୁରୀ

ବାରଣାସୀ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ହିନ୍ଦୁ ପକ୍ଷର ବିଜୟ । ସାଇଣ୍ଟିଫିକ ସର୍ଭେକୁ ନେଇ ମିଳିଲା ମଞ୍ଜୁରୀ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 21, 2023, 4:42 PM IST

Updated : Jul 21, 2023, 5:22 PM IST

ଲକ୍ଷ୍ନୌ:ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ବାରଣାସୀ ଜ୍ଞାନବ୍ୟାପୀ ମସଜିଦ ମାମଲାକୁ ନେଇ ଆସିଲା ବଡ଼ ରାୟ । ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ହିନ୍ଦୁ ପକ୍ଷର ବିଜୟ ହୋଇଛି । ବିବାଦୀୟ ସ୍ଥାନକୁ ଛାଡ଼ି ପୁରା ମସଜିଦ ପରିସରର ହେବ ସାଇଣ୍ଟିଫିକ ସର୍ଭେ । ଆଜି ଶୁଣାଣି ସମୟରେ ଏନେଇ ହୋଇଥିବା ଆବେଦନକୁ ମଞ୍ଜୁରୀ ଦେଇଛନ୍ତି ବାରଣାସୀ ଜିଲ୍ଲା କୋର୍ଟ । ASI ସର୍ଭେ ହେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ହିନ୍ଦୁ ପକ୍ଷର ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ।

ଏହି ରାୟ ଆସିବା ପୂର୍ବରୁ ଦୀର୍ଘ ଦେଢ ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଶେଷରେ ଏହି ରାୟ ଶୁଣାଇଛନ୍ତି କୋର୍ଟ । ଏହି ସର୍ଭେରେ ପଥର, ଦେବାଦେବୀ, କାନ୍ଥକୁ ବିନା କ୍ଷତି ପହଞ୍ଚାଇ ସର୍ଭେ ହେବ । ଅପର ପକ୍ଷରେ କୋର୍ଟଙ୍କ ଏହି ରାୟ ଆସିବା ପରେ ଅଞ୍ଜୁମାନ ଇନ୍ତିଜାମିଆ କମିଟି ଏହାର ବିରୋଧ କରିଥିବା ଦେଖିବାକୁ ମିଳିଛି । ପୂର୍ବରୁ ସୁପ୍ରିମକୋର୍ଟ ଏହି ମାମଲାରେ ବୈଜ୍ଞାନିକ ବା ସାଇଣ୍ଟିଫିକ ସର୍ଭେ ଉପରେ ସ୍ଥଗିତାଦେଶ ମଧ୍ୟ ରଖିଥିଲେ । ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଏହି ମାମଲାକୁ ବାରଣାସୀ ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର କରିଥିଲେ । ଏହି ମାମଲାର ଶୁଣାଣି ଜୁଲାଇ ୨୦ ତାରିଖକୁ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ହୋଇଛି ଶୁଣାଣି ।

ଏହା ବି ପଢନ୍ତୁ- Gyanvapi Case: ମୁସଲିମ ପକ୍ଷର ଆବେଦନ ଖାରଜ, ହିନ୍ଦୁ ପକ୍ଷ ପିଟିସନର ଜାରି ରହିବ ଶୁଣାଣି

ସୂଚନା ଥାଉ କି ଗତ ମେ ୧୨ ତାରିଖରେ ଶିବଲିଙ୍ଗର କାର୍ବନ ଡେଟିଂ ସର୍ଭେ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ହିନ୍ଦୁ ପକ୍ଷକୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ମସଜିଦର ସମ୍ପୂର୍ଣ୍ଣ ସର୍ଭେ ଲାଗି ବାରଣାସୀ କୋର୍ଟରେ ଆବେଦନ କରିଥିଲେ । ତେବେ କୋର୍ଟ ମେ ୧୬ ତାରିଖରେ ଏହାକୁ ଗ୍ରହଣ କରିବା ପରେ ଖୁବଶୀଘ୍ର ବିବାଦୀୟ କମ୍ପ୍ଲେକ୍ସର ସର୍ଭେ ହେବ ବୋଲି ଅନୁମାନ କରାଯାଉଥିଲା । ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଦ୍ବାରା ସମ୍ପୂର୍ଣ୍ଣ କମ୍ପ୍ଲେକ୍ସର ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଇଥିଲା ହିନ୍ଦୁ ପକ୍ଷ ।

ଏହା ବି ପଢନ୍ତୁ- Gyanvapi Mosque case: ସମ୍ପୂର୍ଣ୍ଣ ଜ୍ଞାନବ୍ୟାପୀ କମ୍ପ୍ଲେକ୍ସର ହେବ ସର୍ଭେ

ପୂର୍ବରୁ ଏହି ମାମଲାର ଶୁଣାଣି ସମୟରେ ଆହ୍ଲାବାଦ ହାଇକୋର୍ଟ ASIକୁ ସର୍ଭେ ଦ୍ବାରା ଶିବଲିଙ୍ଗର କୌଣସି କ୍ଷତି ହେବାର ସମ୍ଭାବନା ଅଛି କି ନାହିଁ ବୋଲି ସ୍ପଷ୍ଟୀକରଣ ମାଗିଥିଲେ । ବିଭାଗ ପକ୍ଷରୁ ରିପୋର୍ଟ ଦାଖଲ କରାଯିବା ପରେ କୋର୍ଟ ଏନେଇ ଅନୁମତି ଦେଇଥିଲେ । ସୂଚନା ଥାଉ କି ଗତ ୨୦୨୨ ମେ ମାସରେ ଜ୍ଞାନବ୍ୟାପୀ ମସଜିଦରେ ହୋଇଥିବା ଏକ ସର୍ଭେ ସମୟରୁ ମସଜିଦ ପରିସରରୁ ଶିବଲିଙ୍ଗ ମିଳିଥିଲା । ହିନ୍ଦୁ ପକ୍ଷ ଏହାକୁ ଶିବଲିଙ୍ଗ କହିଥିବା ବେଳେ ମୁସଲିମ ପକ୍ଷ ଏହାକୁ ୱାଟର ଫାଉଣ୍ଟେନ୍‌ ବୋଲି କହିଥିଲେ । ତେବେ ଏହାର ସତ୍ୟାସତ୍ୟ ଜାଣିବା ଲାଗି ସାଇଣ୍ଟିଫିକ ସର୍ଭେ ପାଇଁ ଦାବି କରିଆସୁଥିଲେ ହିନ୍ଦୁ ପକ୍ଷ ।

Last Updated : Jul 21, 2023, 5:22 PM IST

ABOUT THE AUTHOR

...view details