ଓଡିଶା

odisha

By

Published : Jun 21, 2021, 4:35 PM IST

ETV Bharat / bharat

DRAର ପ୍ରଥମ ନିର୍ଦ୍ଦେଶକ ହେଲେ ବାରଣାସୀ କମିଶନର

ବାରଣାସୀ ଡିଭିଜନାଲ କମିଶନର ଦୀପକ ଅଗ୍ରୱାଲ DRAର ପ୍ରଥମ ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ...

DRAର ପ୍ରଥମ ନିର୍ଦ୍ଦେଶକ ହେଲେ ବାରଣାସୀ କମିଶନର
DRAର ପ୍ରଥମ ନିର୍ଦ୍ଦେଶକ ହେଲେ ବାରଣାସୀ କମିଶନର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାରଣାସୀର ଡିଭିଜନାଲ କମିଶନର ଦୀପକ ଅଗ୍ରୱାଲ ଧାର୍ମିକ ବ୍ୟାପାର ନିର୍ଦ୍ଦେଶାଳୟ(DRA)ର ପ୍ରଥମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟ କ୍ୟାବିନେଟ ନିର୍ଦ୍ଦେଶାଳୟ ଗଠନ ପ୍ରସ୍ତାବକୁ ଅନୁମୋଦନ କରିବାର 6 ମାସ ପରେ ତାଙ୍କୁ ନିଯୁକ୍ତି ମିଳିଛି ।

ବାରଣାସୀର ଡିଭିଜନାଲ କମିଶନର ଦୀପକ ଅଗ୍ରୱାଲଙ୍କୁ DRAର ନିର୍ଦ୍ଦେଶକ ଭାବରେ ତାଙ୍କୁ ଅତିରିକ୍ତ ଚାର୍ଜ ଦିଆଯାଇଛି ବୋଲି ଉତ୍ତରପ୍ରଦେଶର ପର୍ଯ୍ୟଟନ ମନ୍ତ୍ରୀ ନୀଳକଣ୍ଠ ତିୱାରି କହିଛନ୍ତି । କାଶୀ ବିଶ୍ବନାଥ ଧାମର ଆଖାପାଖ ଅଞ୍ଚଳରେ DRA କାର୍ଯ୍ୟାଳୟ ନିର୍ମାଣ ପାଇଁ ସ୍ଥାନ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ସ୍ଥାନ ନିର୍ଦ୍ଧାରଣ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ତିୱାରି କହିଛନ୍ତି ।

ରାଜ୍ୟରେ ଧାର୍ମିକ ସ୍ଥାନକୁ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଏହି କାର୍ଯ୍ୟରେ ପ୍ରଶାସନର ହସ୍ତକ୍ଷେପ ପାଇଁ 2020 ମସିହା ଡିସେମ୍ବର 11 ତାରିଖରେ ରାଜ୍ୟ କ୍ୟାବିନେଟ ପ୍ରସ୍ତାବକୁ ଗୃହୀତ କରିଥିଲା । DRA କାର୍ଯ୍ୟାଳୟ ନିର୍ମାଣ ଅପେକ୍ଷା ଷ୍ଟାଫ ଚୟନ ଏକ ବଡ ଚ୍ୟାଲେଞ୍ଜ ବୋଲି ଦୀପକ କହିଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ DRA ହେଡକ୍ବାର୍ଟର କାଶୀ ବିଶ୍ବନାଥ ସ୍ବତନ୍ତ୍ର କ୍ଷେତ୍ର ବିକାଶ ବୋର୍ଡ(KVSADB)ର ମିଳିତ ଉଦ୍ୟମରେ ପ୍ରତିଷ୍ଠା କରାଯିବ । DRAର ଉପଖଣ୍ଡ କାର୍ଯ୍ୟାଳୟ ଗାଜିଆବାଦ କୈଳାଶ ମାନସରୋବର ନିକଟରେ କରାଯିବ ବୋଲି ଜଣାପଡିଛି ।

ପବିତ୍ର ସହର ସାଂସ୍କୃତିକ ରାଜଧାନୀ, ଶିକ୍ଷାର ଆସନ, କିମ୍ବଦନ୍ତୀ ବ୍ୟକ୍ତିବିଶେଷଙ୍କ ଜନ୍ମ ସ୍ଥାନ ଏବଂ କାର୍ଯ୍ୟ ସ୍ଥାନ ହୋଇଥିବାରୁ ଏଠାରେ ପ୍ରଥମ DRA କାର୍ଯ୍ୟାଳୟ ନିର୍ମାଣ କରିବା ପାଇଁ ସ୍ଥାନ ଚୟନ କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

@IANS

ABOUT THE AUTHOR

...view details