ଓଡିଶା

odisha

ETV Bharat / bharat

Promise Day 2023: କଥା ଦେଉଛି କେବେ ଛାଡିବିନି ହାତ ତୁମର - ପ୍ରତିଶୃତିର ଦିନ

ପ୍ରେମ ସପ୍ତାହର 4 ଦିନ ସରିଥିବା ବେଳେ ଆଜି ପଞ୍ଚମ ଦିନରେ ଆସିଛି ପ୍ରମିଜ ଡେ ଅର୍ଥାତ ପ୍ରତିଶୃତି ଦିବସ । ଆଜିର ଦିନରେ ବିଭିନ୍ନ ପ୍ରକାର ପ୍ରତିଶୃତି ଦେଇ ନିଜ ମୂଳଦୁଆକୁ ମଜଭୁଜ କରିବେ ପ୍ରେମୀ ଯୁଗଳ । ଅଧିକ ପଢନ୍ତୁ

Promise Day
Promise Day

By

Published : Feb 11, 2023, 9:07 AM IST

ହାଇଦ୍ରାବାଦ:ଆଜି ପ୍ରତିଶୃତିର ଦିନ । କୁହାଯାଏ ପ୍ରେମ ଏବଂ ପ୍ରତିଶୃତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ପ୍ରତିଶୃତିରେ ବଞ୍ଚେ ପ୍ରେମ ଏବଂ ପ୍ରେମ ପ୍ରତିଶୃତି ବିନା ଅଧୁରା । ଜୀବନରେ ଯେତେ ଝଡଝଞ୍ଜା ଆସିଲେ ବି କେବେ ହାତ ଛାଡିବେ ନାହିଁ ବୋଲି ବଜ୍ର ଶପଥ ନେବେ ପ୍ରେମପକ୍ଷୀ ।

ଶୁକ୍ରବାର ଥିଲା ପ୍ରେମ ସପ୍ତାହର ଚତୁର୍ଥ ଦିବସ ବା ଟେଡି ଡେ । ପରସ୍ପରକୁ ଟେଡି ଦେଇ ନିଜର ଭାବନା ଜାଗ୍ରତ କରିଥିଲେ ପ୍ରେମୀ ଯୁଗଳ । କେହି ଦାମି ଟେଡି ଗିଫ୍ଟ ଦେଇଥିଲେ ତ ଆଉ କିଏ ଏଇଟା ମୋର ଅନୁରୂପ ବୋଲି କହିଥିଲେ । ମୋର ଅନୁପସ୍ଥିତି କେବେ ଦୁଃଖ ଦେଲେ ଏହି ଟେଡିକୁ ଦେଖି ମୁଁ ତୁମ ପାଖରେ ଅଛି ବୋଲି ଭାବିବ... ଏଭଳି ଅନେକ କଥା ଦିଆନିଆ ହୋଇଛି । ଏଭଳି କିଛି ମିଠା ଅନୁଭୂତିରେ ଶେଷ ହୋଇଛି ଟେଡି ଡେ । ଆଜି ହେଉଛି ସବୁଠାରୁ କଷ୍ଟ ଦିନ ବା ପ୍ରତିଶୃତିର ଦିନ । ପ୍ରେମ ତ ସମସ୍ତେ କରନ୍ତି ହେଲେ ପ୍ରତିଶୃତି ଦେଇ ପ୍ରେମ ବହୁତ କମ ଜଣ କରନ୍ତି । କାରଣ ପ୍ରେମରେ ପ୍ରତିଶୃତି ଦେବା ସବୁଠାରୁ କଷ୍ଟ ।

ଏହା ମଧ୍ୟ ପଢନ୍ତୁ: Rose Day 2023 : ଆରମ୍ଭ ହେଲା ପ୍ରେମର ସପ୍ତାହ, ଗୋଲାପ ଦିବସରେ ପ୍ରେମ ନିବେଦନ

ସାତ ଦିନିଆ ପ୍ରେମ ଦିବସ ଭିତରୁ ପ୍ରାୟ ପ୍ରେମ ପକ୍ଷୀଙ୍କ ପସନ୍ଦ ଥାଏ ଆଜିର ଦିନ । କେବେ ସେହି ଦିନ ଆସିବ ଯେଉଁଦିନ ଉଭୟେ ସାତ ଜନ୍ମ ଯାଏଁ ପ୍ରେମ ବନ୍ଧନରେ ବାନ୍ଧି ହେବା ପାଇଁ ବଜ୍ର ଶପଥ ଦେବେ । କିଛିଜଣ ସାମ୍ନାରେ ଦେଖାହୋଇ ହାତଧରି ପ୍ରତିଶୃତି ଦେବେ ତ ଆଉ କିଏ ସୋସିଆଲ ମିଡିଆରେ ଲମ୍ବା ଚଉଡା ପ୍ରତିଶୃତିର ବର୍ଷା କରିବେ ।

ସାରା ଜୀବନ ମୋ ସହ ରହିବ, କୌଣସି ପରିସ୍ଥିତିରେ ମୋ ହାତ ଛାଡିବନି, ମୋତେ ସାତ ଜନ୍ମର ସାଥି କରିବ, ମୋତେ କେବେ ହୃଦୟରୁ ବାହାର କରିବ ନାହିଁ, ମୁଁ ତୁମ ସକାଳର ସୂର୍ଯ୍ୟ ହୋଇ ଉଇଁବି ଆଉ ରାତିର ତାରା ହୋଇ ଚମକିବି, ତୁମ ହସର କାରଣ ମୁଁ ହେବି, ପ୍ରେମରେ ମୁଁ ଟିକେ ପାଗଳାମି କରେ ତେଣୁ ଟିକେ ଚଳେଇ ନେବ, ସବୁବେଳେ ମୋର ଫୋନ ଉଠାଇବ ଏଭଳି ଅନେକ ପ୍ରତିଜ୍ଞା କରାଇବେ ଜଣେ ଅନ୍ୟଜଣକୁ । ପ୍ରେମ ସମ୍ପର୍କରେ ପ୍ରତିଶୃତି ଏକ ମହୌଷଧୀ ଭଳି କାମ କରେ । ପ୍ରତିଶୃତି ପ୍ରେମରେ ଆଗକୁ ବଢିବା ପାଇଁ ରାହା ଦେଖାଇଥାଏ । ପ୍ରେମ ସମ୍ପର୍କକୁ ଜୀବନ ତମାମ ଅତୁଟ ରଖିବା ପାଇଁ ଆଜି ସମସ୍ତେ ପ୍ରତିଶୃତି ଦେବେ ।

ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ ପ୍ରେମକୁ ସୁଦୃଢ କରିବାକୁ ଆଉ ଏକ ଚେଷ୍ଟା କରିଥାନ୍ତି ପ୍ରେମୀ । କେବଳ ପ୍ରେମିକ ପ୍ରେମିକା ନୁହନ୍ତି ସ୍ୱାମୀ- ସ୍ତ୍ରୀ, ସାଙ୍ଗସାଥୀ ସମସ୍ତେ ସଂପର୍କକୁ ଜୀବନ ତମାମ ଦୃଢ଼ ରଖିବା ପାଇଁ ଶପଥ ନିଅନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details