ଓଡିଶା

odisha

Promise day 2022: ସାତଜନ୍ମ ପାଇଁ ପ୍ରେମରେ ପ୍ରତିଶୃତି

By

Published : Feb 11, 2022, 7:52 AM IST

ପ୍ରେମ ସପ୍ତାହର ଚତୁର୍ଥ ଦିନ ସରିଥିବା ବେଳେ ଆଜି ପଞ୍ଚମ ଦିନରେ ଆସିଛି ପ୍ରମିଜ ଡେ ଅର୍ଥାତ ପ୍ରତିଶୃତି ଦିବସ । ସମ୍ପର୍କର ସ୍ଥାୟିତ୍ୱ ଲାଗି ପ୍ରେମୀ ଯୁଗଳ ପରସ୍ପରକୁ ପ୍ରତିଶୃତି ପ୍ରଦାନ କରିଥାନ୍ତି । ଅଧିକ ପଢନ୍ତୁ

Promise day 2022 : ସାତଜନ୍ମ ପାଇଁ ପ୍ରେମରେ ପ୍ରତିଶୃତି
Promise day 2022 : ସାତଜନ୍ମ ପାଇଁ ପ୍ରେମରେ ପ୍ରତିଶୃତି

ହାଇଦ୍ରାବାଦ: ଭାଲେଣ୍ଟାଇନ୍ ସପ୍ତାହର ଆଜି ହେଉଛି ପଞ୍ଚମ ଦିବସ । ଆଜିର ଦିନକୁ ପ୍ରମିଜ-ଡେ ଭାବରେ ପାଳନ କରିଥାନ୍ତି ପ୍ରେମୀଯୁଗଳ । ପ୍ରେମ ଏକ ସୁନ୍ଦର ଶାଶ୍ୱତ ଅନୁଭବ । ସମ୍ପର୍କର ସ୍ଥାୟିତ୍ୱ ଲାଗି ପ୍ରେମୀ ଯୁଗଳ ପରସ୍ପରକୁ ପ୍ରତିଶୃତି ପ୍ରଦାନ କରିଥାନ୍ତି । ଏହି ଦିନରେ ଉଭୟ ପରସ୍ପରକୁ ପ୍ରତିଶୃତି ଦେଇ ଜୀବନ ସାରା ବାଟ ଚାଲିବାକୁ ଶପଥ ନେଇଥାନ୍ତି ।

ସମ୍ପର୍କକୁ ମଜବୁତ କରିବା ପାଇଁ ଉତ୍ସର୍ଗୀକୃତ ଏହି ପ୍ରମିଜ ଡେ । ଏହି ପ୍ରେମ ସପ୍ତାହରେ ହିଁ ନିଜ ମନ କଥା ସାଥୀଙ୍କୁ କହିବା ପାଇଁ ଉପଯୁକ୍ତ ହୋଇଥାଏ । ତେବେ କେହି କେହି ଗୋଲାପ ଦେଇ ହେଉ ବା ଚକୋଲେଟ, ଟେଡ୍ଡି ଦେଇ ହେଉ ନିଜ ମନ କଥା କହିଥାନ୍ତି । ଆଉ କେହି କେହି ଭାଲେଣ୍ଟାଇନ୍ସ ସପ୍ତାହର ପଞ୍ଚମ ଦିନ ଅର୍ଥାତ୍‌ ପ୍ରମିଜ ଡେରେ ସାଥୀଙ୍କୁ କିଛି ପ୍ରତିଶୃତି ଦେଇ ଭଲ ପାଇବା ଜାହିର କରିଥାନ୍ତି । ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ ପ୍ରେମକୁ ସୁଦୃଢ କରିବାକୁ ଆଉ ଏକ ଚେଷ୍ଟା କରିଥାନ୍ତି ପ୍ରେମୀ । କେବଳ ପ୍ରେମିକ ପ୍ରେମିକା ନୁହନ୍ତି ସ୍ୱାମୀ- ସ୍ତ୍ରୀ, ସାଙ୍ଗସାଥୀ ସମସ୍ତେ ସଂପର୍କକୁ ଜୀବନ ତମାମ ଦୃଢ଼ ରଖିବା ପାଇଁ ଶପଥ ନିଅନ୍ତି ।

ଜୀବନରେ ଅନେକ ଉତଥାନ-ପତନ ଆସିଥାଏ । ଏପରି ପରିସ୍ଥିତିରେ ପ୍ରେମରେ ନିଆଯାଇଥିବା ଏହି ପ୍ରତିଜ୍ଞା କେବଳ ସମ୍ପର୍କକୁ ମଜଭୁତ କରେ ନାହିଁ ବରଂ ଏହା ପ୍ରେମରେ ଭଲରେ ରହିବାକୁ ପ୍ରେରିତ କରିଥାଏ । ପ୍ରମିଜ୍ ଡେ ଦିଆଯାଇଥିବା ଏହି ପ୍ରତିଜ୍ଞାଗୁଡ଼ିକ ବିଶ୍ୱାସକୁ ମଜବୁତ କରେ ଓ ସମ୍ପର୍କର ବନ୍ଧନକୁ ଦୃଢ଼ କରେ ।


ହର ପଲ କେ ରିସ୍ତେ କା ୱାଦା ହେ ତୁମସେ

ଆପନାପନ କୁଛ ଇତନା ଜ୍ୟାଦା ହେ ତୁମସେ

କଭି ନା ସୋଚନା କି ଭୁଲ ଜାୟେଙ୍ଗେ ତୁମ୍ହେ

ଜିନ୍ଦେଗି ଭର କା ସାଥ ଦେଙ୍ଗେ ୟେ ୱାଦା ହେ ତୁମସେ

ଏହି ପ୍ରତିଜ୍ଞା କରି ଆପଣ ଆପଣଙ୍କ ସମ୍ପର୍କ ଓ ଆପଣଙ୍କ ସାଥୀ ପ୍ରତି ବିଶ୍ୱସ୍ତ ରହିବାକୁ ଶପଥ କରନ୍ତୁ । ପାଦରେ ପାଦ ରଖି ଜୀବନ ସାରା ଚାଲିବା, ସାତ ଜନ୍ମ ପାଇଁ ସାଙ୍ଗ ହୋଇ ରହିବା ଏମିତି ଅନେକ ନିଆରା ଢଙ୍ଗରେ ଆଜି ପ୍ରତିଶୃତି ଦେବେ ଲଭ ବାର୍ଡସ । ଏବେ ଡିଜିଟାଲ ଯୁଗରେ ଫୋନ ହେଉଛି ଆଉ ଏକ ମାଧ୍ୟମ । କିଏ ସୁନ୍ଦର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଶପଥ ନେବେ ତ ଆଉ କିଏ ହ୍ବାଟ୍ସଆପ, ଫେସବୁକ ଆଦି ସୋସିଆଲ ମିଡିଆରେ ପ୍ରମିଜ-ଡେ ଫଟୋ ଦେଇ ପ୍ରମିଜ କରିବେ ।

ABOUT THE AUTHOR

...view details