ହାଇଦ୍ରାବାଦ: ପ୍ରେମ... ଅଢେଇ ଅକ୍ଷର । କେତେବେଳେ କାହାକୁ କେଉଁଠି ହୋଇଯାଏ ତାହା ଅଜଣା । କିନ୍ତୁ ମନର ମଣିଷକୁ ଖୋଜି ପାଇଥାଏ ଏକ ସ୍ବଚ୍ଛ ହୃଦୟ । କେତେବେଳେ ସେ ବସନ୍ତ ଋତୁର ମଳୟ ପବନ ତ ଆଉ କେତେବେଳେ ମାନସିକ ଯନ୍ତ୍ରଣାର ଝଡ଼ଝ଼ଞ୍ଜା । କିନ୍ତୁ ସେ ଯନ୍ତ୍ରଣାରେ ବି ଭରି ରହିଥାଏ ଅନାବିଳ ପ୍ରେମ । ପ୍ରେମକୁ ନେଇ କେତେ କାହାଣୀ ତେକେ କବିତା । ଏହାକୁ ପରିପ୍ରକାଶ କରିବା ପାଇଁ ଶବ୍ଦ ନୁହେଁ ମନର ଭାଷାକୁ ବୁଝି ପାରୁଥିବା ଦରକାର । ଆଜି ସେହି ପ୍ରେମକୁ ପ୍ରତିପାଦିତ କରିବା ପାଇଁ ଦିନଟିଏ ଭାଲେଣ୍ଟାଇନ ଡେ । ପ୍ରେମ ସପ୍ତାହର ସୋପାନ ରୋଜ୍ ଡେ, ପ୍ରପୋଜ୍ ଡେ, ଚକୋଲେଟ୍ ଡେ, ଟେଡି ଡେ, ପ୍ରୋମିଜ୍ ଡେ, ହଗ୍ ଡେ, କିସ୍ ଡେ ସରିଥିବା ପରେ ଆଜି ହେଉଛି ସବୁଠୁ ଖୁସିର ଦିନ ଭାଲେଣ୍ଟାଇନ ଡେ । ଆଜିର ଦିନରେ ଖୋଲା ଆକାଶରେ ମନଭରି ଉଡିବେ ପ୍ରେମ ପକ୍ଷୀ ।
ଯୁବପୀଢୀଙ୍କ ପାଇଁ ଭାଲେଣ୍ଟାଉନ ଡେ ବେଶ ଗୁରୁତ୍ବ ବହନ କରିଥାଏ । ୬ ଦିନର କସରତ ପରେ ଆଜିର ଦିନକୁ ମନ ଭରି ଉପଭୋଗ କରିବେ ଲଭ ବାର୍ଡ୍ସ । ସେ କଲେଜ ହେଉ ବା ପାର୍କ ଆଜି ସବୁ ସ୍ଥାନରେ ପ୍ରେମୀ ଯୁଗଳଙ୍କ ଭିଡ ଜମିବ । କିଏ ବିତିଯାଇଥିବା ଦିନର ମିଠାମିଠା ସ୍ମୃତିକୁ ମନେ ପକାଇବ ତ ଆଉ କିଏ ନୂଆନୂଆ ଆରମ୍ଭ ହୋଇଥିବା ସମ୍ପର୍କକୁ ମଜଭୁତ କରିବାକୁ ଚେଷ୍ଟା କରିବ । ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରେମୀ ଯୁଗଳ ବିଭିନ୍ନ ଆୟୋଜନ ମଧ୍ୟ କରିଥାନ୍ତି । କିଏ ଡେଟ୍ରେ ଯାଏତ ଆଉ କିଏ ଲଙ୍ଗ୍ ଡ୍ରାଇଭ୍ରେ, ପୁଣି କିଏ କ୍ୟାଣ୍ଡେଲ ଲାଇଟ ଡିନର କରିଥାଏ । ସେହିପରି ସକାଳୁସକାଳୁ ମନ୍ଦିରକୁ ଯାଇ ଭଙ୍ଗବାନଙ୍କ ନିକଟରେ ପ୍ରେମକୁ ଚିରସ୍ଥାଇ କରିବାକୁ ପ୍ରାର୍ଥନା କରିଛନ୍ତି ।
ପ୍ରେମୀ ଯୁଗଳ ହେଉଛନ୍ତି ମୁଦ୍ରାର ଦୁଇ ପାର୍ଶ୍ବପରି । ଜଣଙ୍କ ବିନା ଆଉ ଜଣେ ଅଧୁରା ଯେପରି । ଦୁଇ ଜଣଙ୍କ ବିନା ସହମତିରେ ଆଗକୁ ଗଡିପାରିବ ନାହିଁ ପ୍ରେମ ଗାଡି । ସେଥିପାଇଁ ତ ଭାଲେଣ୍ଟାନ ଡେ'ରେ ସମ୍ପର୍କକୁ ମଜଭୁତ କରିଥାନ୍ତି ପ୍ରେମୀ ଯୁଗଳ । ଯେତେ ବି ବାଧାବିଘ୍ନ ଆସୁ ନା କାହିଁକି ପରସ୍ପର ଜୀବନ ସାରା ଏକାଠି ରହିବା ନେଇ କଥା ଦେଇଥାନ୍ତି । ପ୍ରେମର ମିଠାମିଠା ଭାବନାରେ ପ୍ରେମ ପକ୍ଷୀଙ୍କ ଆଖିରେ ଆଜି ରଙ୍ଗୀନ ଦିଶୁଛି ଆକାଶ । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆଜି ବହୁଛି ପ୍ରେମର ପବନ । ଭବିଷ୍ୟତକୁ ନେଇ ସୁନେଲି ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି ପ୍ରେମପକ୍ଷୀ । ସ୍ନେହ ପ୍ରେମ ଓ ବିଶ୍ବାସରେ ଗଢା ଏ ସମ୍ପର୍କ ଅତୁଟ ରହିଥାଏ ।