ହାଇଦ୍ରାବାଦ: ଫେବୃଆରୀ ମାସ, ପ୍ରେମ ମାସ ଭାବେ ଜଣାଶୁଣା । କାରଣ ଏହି ମାସର ଗୋଟିଏ ସପ୍ତାହ ପ୍ରେମ ପାଇଁ ପାଳନ କରାଯାଏ । ଯାହାକୁ ଭାଲାଣ୍ଟାଇନ ସପ୍ତାହ କୁହାଯାଏ । ଭାଲାଣ୍ଟାଇନ ଡେର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଫେବୃଆରୀ ୧୩ ତାରିଖ ଦିନ ପାଳନ ହୁଏ କିସ ଡେ । ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ ଚୁମ୍ବନ ଦେଇ ନିଜ ହୃଦୟର କଥା କହିଥାନ୍ତି । ତେବେ ଚୁମ୍ବନ ଯେ କେବଳ ପ୍ରେମିକ ପ୍ରେମିକାକୁ ଦିଆଯାଏ ତାହା ନୁହେଁ ବରଂ ଆମେ ଭଲ ପାଉଥିବା ମଣିଷକୁ ମଧ୍ୟ ଦେଇଥାଉ । ଚୁମ୍ବନ ପ୍ରେମର ଗଭୀର ଭାବକୁ ପ୍ରକାଶ କରିଥାଏ । ପ୍ରେମର ପ୍ରଗାଢତାକୁ ବଢାଏ ଚୁମ୍ବନ ।
ପ୍ରେମୀଟିଏ ଯେତେବେଳେ ପ୍ରେମିକାର ମଥାରେ ଚୁମ୍ବନ ଦିଏ ତାକୁ ଲାଗେ ସତେଯେମିତି ସେ ଦୁନିଆର ସବୁ ଖୁସି ପାଇଯାଇଛି । ତେବେ ନିଜର ପ୍ରେମିକ କିମ୍ବା ପ୍ରେମିକାକୁ ଚୁମ୍ବନ ଦେବା ସମସ୍ତଙ୍କର ଅଭିଳାସ ରହିଥାଏ । ପ୍ରେମରେ ପଡିଲେ ଦୁନିଆର ସବୁ ବନ୍ଧବାଡ ତାଡି ଆକାଶରେ ଉଡିବାକୁ ପସନ୍ଦ କରନ୍ତି ପ୍ରେମପକ୍ଷୀ । ପ୍ରେମ ବିନା ପୃଥିବୀ ଯେମିତି ସେମାନଙ୍କୁ ଖାଁ ଖାଁ ଲାଗେ । ଯଦି ଜଣେ ଅନ୍ୟଜଣଙ୍କ ଉପରେ ରାଗିଥାଏ ତାହାଲେ କିସ ଦେଇ ମନେଇଥାନ୍ତି ପ୍ରେମୀ । ଚୁମ୍ବନରେ ଭଲପାଇବା, ପଗାଢତା ଏବଂ ସମ୍ମାନ ରହିଥାଏ ।
ଏହା ମଧ୍ୟ ପଢନ୍ତୁ: Hug Day 2023: ବିନା ଶବ୍ଦରେ ହୃଦୟର ସ୍ନେହ ଓ ଭଲ ପାଇବାକୁ ଜାଗ୍ରତ କରେ ଆଲିଙ୍ଗନ
ଚୁମ୍ବନ ହେଉଛି ପ୍ରେମର ଏକ ଅନ୍ତରଙ୍ଗ ରୂପ ଯାହାକି ଗଭୀର ପ୍ରେମ, ସ୍ନେହର ଅଭିବ୍ୟକ୍ତିକୁ ସୂଚିତ କରେ ।ବୈଜ୍ଞାନିକମାନଙ୍କ କହିବାନୁଯାୟୀ ଚୁମ୍ବନ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ବ୍ୟକ୍ତିକୁ ସୁସ୍ଥ ମଧ୍ୟ ରଖିଥାଏ । ଚୁମ୍ବନ ଦ୍ବାରା ଅକ୍ସିଟୋସିନ୍, ଡୋପାମାଇନ୍ ଏବଂ ସେରୋଟୋନିନ୍ ନାମକ ହରମୋନ କ୍ଷରିତ ହୋଇଥାଏ । ଯାହାକି ମନକୁ ଖୁସି ରଖିବାରେ ବେଶ ସହାୟକ ହୋଇଥାଏ ।