ଓଡିଶା

odisha

ETV Bharat / bharat

ଓମିକ୍ରନ ବିରୋଧରେ କାମ କରୁଛି ଟୀକାକରଣ, ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ: WHO ବୈଜ୍ଞାନିକ

ଓମିକ୍ରନରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ଟିକା ନେବା ଜରୁରୀ ବୋଲି କହିଛନ୍ତି ଡବ୍ଲୁଏଚଓ (WHO)ର ସାଇଣ୍ଟିଷ୍ଟ ସୌମ୍ୟା ସ୍ବାମୀନାଥନ (Dr Soumya Swaminathan) । ଅଧିକ ପଢନ୍ତୁ

By

Published : Dec 30, 2021, 11:07 AM IST

ଓମିକ୍ରନ ବିରୋଧରେ କାମକରୁଛି ଟୀକାକରଣ, ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ କଲେ WHOର ସାଇଣ୍ଟିଷ୍ଟ
ଓମିକ୍ରନ ବିରୋଧରେ କାମକରୁଛି ଟୀକାକରଣ, ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ କଲେ WHOର ସାଇଣ୍ଟିଷ୍ଟ

ଜେନେଭା:ଦେଶରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ଓମିକ୍ରନ ସଂକ୍ରମଣ ( Omicron in India) । ଓମିକ୍ରନରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ଟିକା ନେବା ଜରୁରୀ ବୋଲି କହିଛନ୍ତି ଡବ୍ଲୁଏଚଓ (WHO)ର ସାଇଣ୍ଟିଷ୍ଟ ସୌମ୍ୟା ସ୍ବାମୀନାଥନ (Dr Soumya Swaminathan) । କୋରୋନା ଟିକାଟି ସେଲ ଇମ୍ୟୁନିଟି ମଧ୍ୟ ବୃଦ୍ଧି କରୁଛି । ଏହା ଆମକୁ ରୋଗରୁ ରକ୍ଷା କରିବ ବୋଲି ସେ କହିଛନ୍ତି । ଯେଉଁମାନେ ଟୀକାକରଣ କରିନାହାନ୍ତି ସେମାନେ ଖୁବଶିଘ୍ର ଟୀକାକରଣ କରିବାକୁ ସେ ଅନୁରୋଧ କରିଛନ୍ତି ।

ଓମିକ୍ରନ ବିରୋଧରେ କାମକରୁଛି ଟୀକାକରଣ, ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ କଲେ WHOର ସାଇଣ୍ଟିଷ୍ଟ

ତେବେ କୋରୋନା ମହାମାରୀ ସମୟରେ ଓମିକ୍ରନ ସଂକ୍ରମଣକୁ ଏଡାଇବାରେ ଟିକା ଫଳପ୍ରଦ ହେଉଛି । ଅନେକ ଦେଶରେ ଏବେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଛି ହେଲେ ଏହା ଏତେ ଗମ୍ଭୀର ନୁହଁ ବୋଲି ସେ କହିଛନ୍ତି । ଆଶା କରାଯାଉଛି ଟି ସେଲ ଇମ୍ୟୁନିଟି ଓମିକ୍ରନ ବିରୋଧରେ ଭଲ ପ୍ରଭାବ ପକାଇବ । ଜରୁରୀକାଳୀନ ବ୍ୟବହାର ପାଇଁ WHO ଦ୍ୱାରା ଅନୁମୋଦିତ ଟିକାର ପ୍ରଭାବ ଭିନ୍ନ ଭିନ୍ନ । କିନ୍ତୁ ଅନୁମୋଦିତ ସମସ୍ତ ଟିକା ଗୁଡିକରେ ସୁରକ୍ଷା ହାର ଅଧିକ ।

ସେ କହିଛନ୍ତି ଯେ ଟିକା ଗ୍ରହଣକାରୀଙ୍କ ବୟସ ଏବଂ ତାଙ୍କର ଯଦି ପୁରୁଣା ରୋଗ ରହିଥାଏ ତେବେ ଏହା ପ୍ରଭାବରେ ପରିବର୍ତ୍ତନ ଆଣିଥାଏ । ଓମିକ୍ରନ ସଂକ୍ରମଣ ପୂର୍ବରୁ ଏହା ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଥମେ ହ୍ରାସ କରିବାକୁ ଚେଷ୍ଟା କରିଥାଏ । ତେଣୁ ଏଥି ପାଇଁ ଆମକୁ ଉଚ୍ଚସ୍ତରର ଆଣ୍ଟିବଡି ଏବଂ ସୁରକ୍ଷା ଆବଶ୍ୟକ । କିନ୍ତୁ ଏକ ଅଧ୍ୟୟନରେ ସାମ୍ନାକୁ ଆସିଛି ଯେ ଓମିକ୍ରନ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରୁଛି । ଯେଉଁମାନଙ୍କୁ ଟୀକାକରଣ କରାଯାଇଛି ଏବଂ ଯେଉଁମାନେ କୋରୋନାରେ ସଂକ୍ରମିତ ହୋଇଥିଲେ ସେମାନେ ମଧ୍ୟ ଓମିକ୍ରନରେ ସଂକ୍ରମିତ ହୋଇପାରନ୍ତି ବୋଲି ସେ କହିଛନ୍ତି ।

ତେବେ ବର୍ତ୍ତମାଲ ସୁଦ୍ଧା ହସ୍ପିଟାଲରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି । ଏଥି ପାଇଁ ଭେଣ୍ଟିଲେଟରର ମଧ୍ୟ ଆବଶ୍ୟକତା ପଡୁନାହିଁ । ଏହା ଆମ ପାଇଁ ଭଲ ସଙ୍କେତ । ଲୋକଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେତୁ ଓମିକ୍ରନ ସଂକ୍ରମଣ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ଗଭୀର ପ୍ରଭାବ ପକାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details