ନୂଆଦିଲ୍ଲୀ: କୋଭିଡ୍କୁ ନେଇ ଆଜି ବସିଥିବା ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ଘୋଷଣା । କିଛି ସପ୍ତାହ ପରେ ଟୀକା ଉପଲବ୍ଧ ହେବା ନେଇ କହିଲେ ମୋଦି । ବୈଜ୍ଞାନିକଙ୍କ ସବୁଜ ସଙ୍କେତ ମିଳିବା ମାତ୍ରେ ଟୀକାକରଣ ଅଭିଯାନ ଆରମ୍ଭ ହେବ ବୋଲି ଦର୍ଶାଇଲେ ପ୍ରଧାନମନ୍ତ୍ରୀ ।
ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସାରା ବିଶ୍ବରେ ଅନେକ ଟୀକାର ନାଁ ଶୁଣିବାକୁ ମିଳୁଛି । କିନ୍ତୁ ସଭିଁଙ୍କ ନଜର ଏକ କମ ମୂଲ୍ୟ ଓ ସୁରକ୍ଷିତ ଟୀକା ଉପରେ ରହିଛି । ତେଣୁ ଭାରତ ଉପରେ ସଭିଁଙ୍କ ଆଶା ରହିଥିବା କହିଲେ ମୋଦି ।