ଓଡିଶା

odisha

ଟିକା ନୀତି: ନବୀନଙ୍କ ସମର୍ଥନରେ କେରଳ ମୁଖ୍ୟମନ୍ତ୍ରୀ

By

Published : Jun 4, 2021, 9:40 PM IST

ଟିକା ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଅଧିକ ପଢନ୍ତୁ...

ଟିକା ନୀତି: ନବୀନଙ୍କ ସମର୍ଥନରେ କେରଳ ମୁଖ୍ୟମନ୍ତ୍ରୀ
ଟିକା ନୀତି: ନବୀନଙ୍କ ସମର୍ଥନରେ କେରଳ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଟିକା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେସର ଟାକ୍ଟିସକୁ ମିଳିଲା ପ୍ରଥମ ସମର୍ଥନ । ନବୀନଙ୍କୁ ସମର୍ଥନ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ।

ଟିକା ନୀତି ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି କେରଳର ମୁଖ୍ୟମନ୍ତ୍ରୀ । ଟିକା କ୍ରୟ ଏବଂ ବିତରଣ ଉପରେ ନବୀନ ଦେଇଥିଲେ ପ୍ରସ୍ତାବ । କେବଳ ସମର୍ଥନ କରିନାହାନ୍ତି, ଏଭଳି ପ୍ରସ୍ତାବ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ପିନାରାଇ ବିଜୟନ ।

ନବୀନଙ୍କ ପ୍ରସ୍ତାବ ସହ ସମ୍ପୂର୍ଣ୍ଣ ସହମତ ହେବା ସହ ସହମତି ପତ୍ର ଲେଖିଛନ୍ତି ପିନାରାଇ ବିଜୟ । କେନ୍ଦ୍ର ସରକାର ହିଁ ଟିକା କ୍ରୟ କରିବା ଉଚିତ । ଟିକା କିଣି ରାଜ୍ୟକୁ ପ୍ରଦାନ କରିବାକୁ ଦାବି କରିଥିଲେ ନବୀନ । ଆଉ ଏହି ଟିକାକରଣ କାର୍ଯ୍ୟକ୍ରମକୁ ସ୍ବାଧୀନ ଓ ସ୍ବତନ୍ତ୍ର ଭାବେ ରାଜ୍ୟଗୁଡିକ ଚଳାଇବାକୁ ଅନୁମତି ଦିଆଯିବା ଉଚିତ ବୋଲି ନବୀନ କହିଥିଲେ । ଏନେଇ ଗତ 22 ତାରିଖରେ ଏକ ଆଦର୍ଶ କ୍ରୟ ନୀତିରେ ଏକତା ପାଇଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ ।

ଉତ୍ପାଦନକାରୀଙ୍କଠାରୁ ଟିକା କ୍ରୟକୁ ନେଇ ପ୍ରତିଯୋଗିତାଠାରୁ ଦୂରେଇ ରହିବାକୁ ସେ ରାଜ୍ୟଗୁଡିକୁ ମଧ୍ୟ ପରାମର୍ଶ ଦେଇଥିଲେ । ମହାମାରୀର ଏହି ଅପ୍ରତ୍ୟାଶିତ ଆହ୍ବାନର ମୁକାବିଲା ପାଇଁ ବିଜୟନ ମଧ୍ୟ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details