ଭୁବନେଶ୍ବର:ଆଗକୁ ଗୁରୁ ଦିବସ । ଏହାପୂର୍ବରୁ ଦେଶର ସମସ୍ତ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦିଆଯିବ କୋଭିଡ ଟିକା । ରାଜ୍ୟଗୁଡିକୁ ମିଳୁଥିବା ଟିକା ବ୍ୟତିତ ଯୋଗାଇ ଦିଆଯିବ ଅତିରିକ୍ତ ଭ୍ୟାକ୍ସିନ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର ଟ୍ବିଟ କରି କହିଛନ୍ତି, ଗୁରୁ ଦିବସର ଅବ୍ୟବହିତ ପୂର୍ବରୁ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଟୀକାକରଣ ନେଇ ପ୍ରାଥମିକତା ଦିଆଯିବ । ଏଥିପାଇଁ ସବୁ ମାସରେ ରାଜ୍ୟକୁ ମିଳୁଥିବା ଟିକା ବ୍ୟତିତ ଅତିରିକ୍ତ ୨ କୋଟି ଭ୍ୟାକ୍ସିନ ଉପଲବ୍ଧ କରାଯିବ । ତେଣୁ ଭବିଷ୍ୟତର ଭିତିଭୂମିକୁ ମଜବୁତ କରିବାର ଏହି ଅଭିଯାନରେ ନିଜର ସମର୍ଥନ ଏବଂ ସହଯୋଗ ଦେବାକୁ ସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।