ନୂଆଦିଲ୍ଲୀ:ଦେଶର ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ, ଯେଉଁମାନେ କି ଟୀକାକରଣ କେନ୍ଦ୍ରକୁ ଆସିପାରିବେ ନାହିଁ ସେମାନଙ୍କ ଟୀକାକରଣ ପାଇଁ କେନ୍ଦ୍ର ସରକାର ଏକ ରଣନୀତି ପ୍ରସ୍ତୁତ କରିଛନ୍ତି । ଏନେଇ କେନ୍ଦ୍ର ସରକାର ଆଜି(ଶନିବାର) ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ।
କେନ୍ଦ୍ର କହିଛି ଯେ ଟୀକାକରଣ କେନ୍ଦ୍ରକୁ ଦିବ୍ୟାଙ୍ଗ କିମ୍ବା ବରିଷ୍ଠ ନାଗରିକ କିପରି ସୁବିଧାରେ ଆସିପାରିବେ ସେନେଇ ଦୃଷ୍ଟି ଆକର୍ଷଣ କରାଯାଇଛି । ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ସତର୍କତା ଏବଂ ନିରାପତ୍ତା ନିୟମ ମାନି ଏହି ଟୀକାକରଣ କେନ୍ଦ୍ରଗୁଡିକୁ ଘରର ପାଖାପାଖି ରଖିବାକୁ ନିଷ୍ପତ୍ତି ନିଆଯାଇଛି ।