ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡ ପ୍ରତିଷେଧକ ଟିକା ପ୍ରଦାନ କରାଯିବ । ଏନେଇ ପ୍ରଧାନମନ୍ତ୍ରୀ ଗତକାଲି ଘୋଷଣା କରିଛନ୍ତି । ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ସ୍ବାସ୍ଥ ବିଶେଷଜ୍ଞ । ପିଲାଙ୍କୁ ଟୀକାକରଣ ଏକ ଐତିହାସିକ ପଦକ୍ଷେପ ଏହା ରୋଗ ବିରୋଧରେ ପ୍ରଭାବଶାଳୀ ପ୍ରତିଷେଧକ ଭାବରେ କାର୍ଯ୍ୟ କରିବ ବୋଲି କହିଛନ୍ତି ରାଡିକ୍ସ ହେଲଥ କେୟାରର ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ରବି ମାଲିକ ।
କୋରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବାକୁ ହେବ । ବିଶ୍ବରେ ଏନେକ ଦେଶରେ ଓମିକ୍ରନ ବ୍ୟାପିବାରେ ଲାଗିଛି । ଭାରତରେ ୪୦୦ ପାର କଲାଣି ମାମଲା । ଏହାକୁ ମୁକାବିଲା କରିବା ପାଇଁ ଟୀକକରଣ ଉପରରେ ଅଧିକ ଗୁରୁତ୍ବ ଦିଆଯାଇଛି । ପୂର୍ବରୁ ୧୮ବର୍ଷରୁ କମ ପିଲାଙ୍କୁ ଟୀକା ଦିଆଯାଇନଥିଲା । ମାତ୍ର ଜାନୁଆରୀରୁ ୧୫ ବର୍ଷରୁ ୧୮ ବର୍ଷ ଯୋଗ୍ୟଙ୍କୁ ଟିକା ଦିଆଯିବ । ଏହା ମହାମାରୀ ବିରୋଧରେ ସଫଳ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।