ଲକ୍ଷ୍ନୌ: ଉତ୍ତର ପ୍ରଦେଶ କ୍ୟାବିନେଟ ବିସ୍ତାର । ଯୋଗୀ ସରକାରରେ ଜିତିନ ପ୍ରସାଦଙ୍କ ସହ ଅନ୍ୟ 6 ଜଣ ଆଜି ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।
ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ଯୋଗୀ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ନୂତନ ମନ୍ତ୍ରୀ ମାନଙ୍କୁ ଶପଥପାଠ କରାଇଛନ୍ତି । ଏହି ଶପଥ ପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତି ରହିଥିଲେ ଏହା ସହ ରାଜ୍ୟର ଅନେକ ନେତା ମନ୍ତ୍ରୀ ସାମିଲ ହୋଇଥିଲେ । ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ କ୍ୟାବିନେଟର ଅନ୍ତିମ କ୍ୟାବିନେଟ ବିସ୍ତାର ହୋଇଛି। ଯୋଗୀ କ୍ୟାବିନେଟରେ ସାମିଲ ହେବାକୁ ଥିବା ପ୍ରମୁଖ ଚେହେରା ମାନଙ୍କ ମଧ୍ୟରୁ ଜିତିନ ପ୍ରସାଦ ଅନ୍ୟତମ । ତାଙ୍କ ସହ ଛତ୍ରପାଲ ସିଂହ,ପଲଟୁ ରାମ,ସଙ୍ଗୀତା ବଲୱନ୍ତ,ସଞ୍ଜୀବ କୁମାର,ଦିନେଶ ଖାତିକ ଓ ଧର୍ମବୀର ସିଂହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ । ଆସି ସଂନ୍ଧ୍ୟାରେ ଉତ୍ତରପ୍ରଦେଶ କ୍ୟାବିନେଟ ସଂପ୍ରସାରଣରେ ନୂତନ ମନ୍ତ୍ରୀ ସାମିଲ ହେବେ।