ଲକ୍ଷ୍ନୌ:ନାମାଙ୍କନ ଦାଖଲ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗୋରଖପୁର ସଦର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ଯୋଗୀ । ତାଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ନେତା ଉପସ୍ଥିତି ଥିଲେ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଯେଉଁଠାରେ ସେ ତାଙ୍କର ପ୍ରଥମ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ନାମାଙ୍କନ ଦାଖଲ କରିବା ପୂର୍ବରୁ ସେ ଗୋରଖନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଯୋଗୀ ଆଦିତ୍ୟନାଥଙ୍କ ଗଡ଼ ଥିବା ପୂର୍ବ ୟୁପିର ଗୋରଖପୁରରେ ଦଳର ଏକ ବିରାଟ ଶୋଭାଯାତ୍ରାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନେକ ବିଜେପି ନେତା ସାମିଲ ହୋଇଥିଲେ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶରେ ଏକ ଡିଜିଟାଲ ରାଲିରେ ସମ୍ବୋଧିତ କରିବେ ବୋଲି କହିଛନ୍ତି।