ଓଡିଶା

odisha

ETV Bharat / bharat

ଟନେଲ ଭୁଶୁଡ଼ିବା ଘଟଣା, ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଧାମିଙ୍କୁ ପଚାରିଲେ ପ୍ରଧାନମନ୍ତ୍ରୀ - ଉତ୍ତରକାଶୀରେ ଟନେଲ ଭୁଶୁଡିବା ଘଟଣା

ଟନେଲ ଭୁଶୁଡିବା ଘଟଣାରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Uttarkashi tunnel rescue
Uttarkashi tunnel rescue

By ETV Bharat Odisha Team

Published : Nov 23, 2023, 2:06 PM IST

ଡେରାଡୁନ:ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ଭୁଶୁଡିବା ଘଟଣା । ଫସି ରହିଥିବା 41 ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଆଜି ସଂଧ୍ୟା ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ସୂଚନା ରହିଛି । ଏହାରି ମଧ୍ୟରେ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଧାମି ।

ପୁଷ୍କର ସିଂ ଧାମି ଟ୍ବିଟ କରି କହିଛନ୍ତି ଯେ, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫୋନ ଯୋଗେ ଉତ୍ତରକାଶୀର ଟନେଲରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ମୋତେ ପଚାରି ବୁଝିଛନ୍ତି । କେନ୍ଦ୍ରୀୟ ଏଜେନ୍ସି, ଆନ୍ତର୍ଜାତୀୟ ବିଶେଷଜ୍ଞ ତଥା ରାଜ୍ୟ ପ୍ରଶାସନ ମଧ୍ୟରେ ସମନ୍ବୟ ରକ୍ଷା କରି ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପ୍ରଧାନମନ୍ତ୍ରୀଙ୍କୁ ମୁଁ ଅବଗତ କରାଇଛି ।"

ଏହା ମଧ୍ୟ ପଢନ୍ତୁ-ଅନ୍ତିମ ଚରଣରେ ଉଦ୍ଧାର କାର୍ଯ୍ୟ; ଆଉ କିଛି ସମୟ ପରେ ବାହାରିବେ ୪୧ ଶ୍ରମିକ

ଟନେଲରେ ଫସି ରହିଥିବା ଶ୍ରମିକଙ୍କ ଚିକିତ୍ସା ନିମନ୍ତେ ଡାକ୍ତର, ଆମ୍ବୁଲାନ୍ସ ଏବଂ ଅସ୍ଥାୟୀ ଡାକ୍ତରଖାନାରେ ବ୍ୟବସ୍ଥା କରାଯାଇଛି । କୌଣସି ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା ନିମନ୍ତେ ଏମ୍ସରେ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଟନେଲରେ ଫସି ରହିଥିବା ଶ୍ରମିକ ଓ ସେମାନଙ୍କ ପରିବାର ସହ ନିରନ୍ତର କଥାବାର୍ତ୍ତା ଜାରି ରହିଛି ବୋଲି ମୋଦିଙ୍କୁ ଅବଗତ କରାଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।

ନଭେମ୍ବର 11 ତାରିଖରେ ତ୍ତରାଖଣ୍ଡ ଉତ୍ତରକାଶୀ ସିଲ୍କିୟାରା ଟନେଲ ଭୁଶୁଡି ପଡିଥିଲା । ଆଜକୁ 12 ଦିନ ହେବ ଅନ୍ଧାରୀ ସୁଡଙ୍ଗ ଭିତରେ ଚାପି ହୋଇ ରହିଛନ୍ତି 41 ଶ୍ରମିକ । ଉଦ୍ଧାରକାର୍ଯ୍ୟ ଜୋରଦାର ଚାଲିଛି। ଆଉ ମାତ୍ର 6 ମିଟରରୁ କମ୍ ଡ୍ରିଲିଂ ବାକି ଅଛି । ଖୁବଶୀଘ୍ର ଟନେଲ ଭିତରେ ଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ। ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲିକହିଛନ୍ତି ଏନଡିଆରଏଫ ଡିଜି । ଫସି ରହିଥିବା ଶ୍ରମିକମାନଙ୍କ ମଧ୍ୟରେ 15 ଜଣ ଝାଡ଼ଖଣ୍ଡ ନିବାସୀ ରହିଥିବା ବେଳେ ଉତ୍ତରପ୍ରଦେଶର 8 ଜଣ ଓଡ଼ିଶାର 5, ବିହାରର 4, ପଶ୍ଚିମବଙ୍ଗର 3, ଉତ୍ତରାଖଣ୍ଡର 2, ହିମାଚଳ ପ୍ରଦେଶର ଜଣେ ଏବଂ ଆସାମର 3 ଜଣ ଅଛନ୍ତି ।

ABOUT THE AUTHOR

...view details