ଓଡିଶା

odisha

ETV Bharat / bharat

ଉତ୍ତରକାଶୀ ଟନେଲ ଦୁର୍ଘଟଣା: ପୁଣି ଭାଙ୍ଗିଲା ଅଗର ମେସିନ, ଆଜିଠୁ ହେବ ମାନୁଆଲ ଡ୍ରିଲିଂ

ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନ ଆହୁରି ବିଳମ୍ବ ହେବ । ଖୀଷ୍ଟମାସ ପୂର୍ବରୁ ଶ୍ରମିକମାନେ ବାହାରିବେ ବୋଲି କହିଲେ ଅନ୍ତର୍ଜାତୀୟ ଟନେଲିଂ ଏକ୍ସପର୍ଟ ଅଧିକ ପଢନ୍ତୁ

ଉତ୍ତରକାଶୀ ଟନେଲ ଦୁର୍ଘଟଣା
ଉତ୍ତରକାଶୀ ଟନେଲ ଦୁର୍ଘଟଣା

By ETV Bharat Odisha Team

Published : Nov 26, 2023, 7:37 AM IST

Updated : Nov 26, 2023, 8:14 AM IST

ଡେରାଡୁନ:ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନ ବିଳମ୍ବ ହେବାରେ ଲାଗିଛି । ଦୁଇ ଦିନ ପୂର୍ବରୁ ଉଦ୍ଧାର କାର୍ଯ୍ୟ ସରିବ ବୋଲି କୁହାଯାଉଥିବା ବେଳେ ଅଦ୍ୟାବିଧି ଶ୍ରମିକମାନଙ୍କୁ ବାହାର କରାଯାଇ ପାରିନାହିଁ । ଏହାରି ମଧ୍ୟରେ ଶୁକ୍ରବାର ସନ୍ଧ୍ୟାରେ ଆମେରିକୀୟ ଅଗର ମେସିନ ଖରାପ ହୋଇଯିବାରୁ ପୁଣିଥରେ ଅପରେସନରେ ବଡ ବାଧା ଆସିଛି । କାଲି ଖନନ ବେଳେ ରଡ୍ ଏବଂ ପଥର ବାଜି ଅଗର ମେସନର ବ୍ଲେଡ୍ ଭାଙ୍ଗିଯିବାରୁ ଉଦ୍ଧାର କାର୍ଯ୍ୟ ଧିମେଇ ଯାଇଛି । ତେବେ ବାରମ୍ବାର ଏହି ମେସିନ ଖରାପ ହୋଇଯାଉଥିବାରୁ ଆଜି ସକାଳୁ ମାନୁଆଲ ଡ୍ରିଲିଂ କରାଯିବ । ଟନେଲକୁ ଉପର ପଟୁ ଖନନ ବା ଭର୍ଟିକାଲ ଡ୍ରିଲିଂ ପାଇଁ ମଧ୍ୟ ଉଦ୍ଧାରକାରୀ ଦଳ ବିଚାର କରୁଛନ୍ତି ।

ଏନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(NDMA) କହିଛନ୍ତି ଯେ, ସିଲ୍କିୟାରା ଟନେଲ୍‌ରେ ରେସ୍କ୍ୟୁ ଅପରେସନ ଆହୁରି ଅଧିକ ସମୟ ଲାଗିବ । କାରଣ ଅଗର ମେସିନ ଅଚଳ ହୋଇଯାଉଥିବାରୁ ଏଣିକି ଭର୍ଟିକାଲ ଡ୍ରିଲିଂ ଉପରେ ଫୋକସ୍ କରାଯିବ । NDMAର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅଗର ଡ୍ରିଲିଂ ମେସିନ ପଦ୍ଧତିରେ ବାଧା ଆସିବା ପରେ ଏଥିରେ କୌଣସି ଅଗ୍ରଗତି ହେଉନି । ତେଣୁ ଏଥିରେ ଡ୍ରିଲିଂ କାର୍ଯ୍ୟ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ମାନୁଆଲ ପଦ୍ଧତିରେ ଡ୍ରିଲିଂ କରାଯିବ ।

ଏହା ମଧ୍ୟ ପଢନ୍ତୁ: ଉତ୍ତରକାଶୀ ଟନେଲ୍ ଟ୍ରାଜେଡି: କାମ କରୁନି ମେସିନ୍, ଏବେ ମାନୁଆଲ୍ ଡ୍ରିଲିଂ

ସେହିପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ଟନେଲ ଭିତରେ ଫସିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଟିମ୍ ମାନୁଆଲ ଡ୍ରିଲିଂ କରିବେ । ଅଗର ମେସିନ ବାରମ୍ବାର ଖରାପ ହେଉଥିବାରୁ ଏହାକୁ ଆଉ ରେସ୍କ୍ୟୁ ଅପରେସନରେ ବ୍ୟବହାର କରାଯିବ ନାହିଁ । ଆଜି ସକାଳୁ ମାନୁଆଲ ଡ୍ରିଲିଂ ଆରମ୍ଭ ହେବ । ଅନ୍ତର୍ଜାତୀୟ ଟନେଲିଂ ଏକ୍ସପର୍ଟ ଅର୍ନୋଲ୍ଡ ଡିକ୍ସ କହିଛନ୍ତି, ବର୍ତ୍ତମାନ ସବୁକିଛି ଠିକଠାକ୍ ଅଛି । ଫସିଥିବା ଶ୍ରମିକମାନଙ୍କ ନିକଟରେ ପହଞ୍ଚିବାକୁ ଅନେକ ରାସ୍ତା ଅଛି । ଆମକୁ ବାସ୍ ଗୋଟିଏ ଭଲ ବିକଳ୍ପ ଚୟନ କରିବାକୁ କରିବାକୁ ହେବ, ଯେପରି ଶ୍ରମିକମାନେ ସୁରକ୍ଷିତ ବାହାରି ପାରିବେ । ଏହି ଉଦ୍ଧାର କାର୍ଯ୍ୟ ଶୀଘ୍ର ଶେଷ ହେବ ବୋଲି ମୁଁ କେବେବି କହିନି । ତେବେ ଶ୍ରମିକମାନେ ଖ୍ରୀଷ୍ଟମାସ ପୂର୍ବରୁ ଉଦ୍ଧାର ହେବେ ବୋଲି ଡିକ୍ସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉକି, ନଭେମ୍ବର ୧୨ ତାରିଖରେ ଭୂସ୍ଖଳନ ଯୋଗୁଁ ଉତ୍ତରକାଶୀ ଅନ୍ତର୍ଗତ ସିଲ୍କିୟାରା ଟନେଲରେ ଗୋଟିଏ ଅଂଶ ଭୁଶୁଡି ପଡିଥିଲା । ସେହି ସମୟରେ ଟନେଲ ଭିତରେ କାର୍ଯ୍ୟ କରୁଥିବା ୪୧ ଜଣ ଶ୍ରମିକ ଫସି ରହିଯାଇଥିଲେ । ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ରହିଛନ୍ତି । ପ୍ରାୟ ଦୁଇ ସପ୍ତାହେ ହେବ ଶ୍ରମିକମାନେ ଅନ୍ଧାରୀ ଟନେଲ ମଧ୍ୟରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଚେଷ୍ଟା କରାଯାଉଛି ।

Last Updated : Nov 26, 2023, 8:14 AM IST

ABOUT THE AUTHOR

...view details