ଓଡିଶା

odisha

ଉତ୍ତରକାଶୀ ଟନେଲ ଟ୍ରାଜେଡି: ‘ଆଉ 2-3 ଦିନ ମଧ୍ୟରେ ଉଦ୍ଧାରକାର୍ଯ୍ୟ ସାରିବାକୁ ଲକ୍ଷ୍ୟ’

By ETV Bharat Odisha Team

Published : Nov 16, 2023, 4:30 PM IST

Uttarkashi Tunnel collapse:ଉତ୍ତରକାଶୀ ଟନେଲ ଟ୍ରାଜେଡିକୁ 5 ଦିନ । ଉଦ୍ଧାରକାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ବି.କେ ସିଂ । ଫସିଥିବା ଶ୍ରମିକଙ୍କ ସହ କଥା ହେଲେ । ଆଉ 2-3 ଦିନ ମଧ୍ୟରେ ଉଦ୍ଧାରକାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଥିବା ଦେଲେ ସୂଚନା । ଅଧିକ ପଢନ୍ତୁ

Uttarkashi Tunnel collapse: ‘ଆଉ 2-3 ଦିନ ମଧ୍ୟରେ ଉଦ୍ଧାରକାର୍ଯ୍ୟ ସାରିବାକୁ ଲକ୍ଷ୍ୟ’
Uttarkashi Tunnel collapse: ‘ଆଉ 2-3 ଦିନ ମଧ୍ୟରେ ଉଦ୍ଧାରକାର୍ଯ୍ୟ ସାରିବାକୁ ଲକ୍ଷ୍ୟ’

Uttarkashi Tunnel collapse: ‘ଆଉ 2-3 ଦିନ ମଧ୍ୟରେ ଉଦ୍ଧାରକାର୍ଯ୍ୟ ସାରିବାକୁ ଲକ୍ଷ୍ୟ’

ଡେରାଡୁନ:ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଟ୍ରାଜେଡିକୁ ଆଜି 5 ଦିନ ବିତିଛି । ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ସୁଦ୍ଧା ଫସିଥିବା କେହି ବି ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିନି । ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି କେନ୍ଦ୍ର ସଡକ ପରିବହନ ରାଷ୍ଟ୍ରମନ୍ତ୍ରୀ ଜେନେରାଲ (ଅବସରପ୍ରାପ୍ତ) ବି.କେ ସିଂ । ସେ ଉଦ୍ଧାରକାର୍ଯ୍ୟ ସମୀକ୍ଷା କରିବା ପରେ କହିଛନ୍ତି, ଆଉ ଦୁଇରୁ ତିନି ଦିନ ମଧ୍ୟରେ ଉଦ୍ଧାରକାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଉତ୍ତରକାଶୀରେ ଉଦ୍ଧାରକାର୍ଯ୍ୟ ସମୀକ୍ଷା କରିବା ପରେ ମନ୍ତ୍ରୀ ସିଂ କହିଛନ୍ତି, ‘‘ସରକାର ଓ ସମସ୍ତ ଏଜେନ୍ସି ତମାମ ପ୍ରୟାସ ଜାରି ରଖିଛନ୍ତି । ଯେତେ ଶିଘ୍ର ସେମାନଙ୍କୁ ଉଦ୍ଧାର କରାଯାଇପାରିବ ସେ ନେଇ ସମସ୍ତ ପ୍ରୟାସ କରାଯାଉଛି । ମୁଁ ସେମାନଙ୍କ ସହ କଥା ହେଲି । ସେମାନଙ୍କ ମନୋବଳ ଦୃଢ ଅଛି । ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଆସନ୍ତା 2 ରୁ 3 ଦିନ ମଧ୍ୟରେ ଉଦ୍ଧାର ଅପରେସନ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ କୌଣସି ଅବସର ଛଡା ଯିବନାହିଁ ।’’

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାର ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାରକାର୍ଯ୍ୟ ସମୀକ୍ଷା କରିଛନ୍ତି । ସେ ଟନେଲ ମଧ୍ୟକୁ ଯାଇ ଉଦ୍ଧାର ପ୍ରକ୍ରିୟା ଦେଖିବା ସହ ଫସିଥିବା ଶ୍ରମିକଙ୍କ ସହ କଥା ମଧ୍ୟ ହୋଇଛନ୍ତି । ସେମାନେ ସମସ୍ତେ ସୁରକ୍ଷିତ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଏଜେନ୍ସି କାମରେ ଲାଗିଛନ୍ତି । ସମସ୍ତେ ଆଶାବାଦୀ ରହିବା ଉଚିତ ଯେ, ସେମାନେ ଖୁବଶିଘ୍ର ସୁରକ୍ଷିତ ଉଦ୍ଧାର ହେବେ । ଗଣମାଧ୍ୟମ ମଧ୍ୟ ସକରାତ୍ମକ ଭାବେ ଏହି ଉଦ୍ଧାରକାର୍ଯ୍ୟରେ ବିଶ୍ବାସ ରଖିବା ଉଚିତ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ବଙ୍ଗୋପସାଗରରେ ବାତ୍ୟା ! ଓଡ଼ିଶାକୁ ନାହିଁ ବିପଦ, ପ୍ରବଳ ବର୍ଷିବା ସମ୍ଭାବନା

ଗତ ନଭେମ୍ବର 12 ତାରିଖ ଭୋରରେ ଘଟିଥିବା ଏହି ଅଘଟଣ ସମ୍ପର୍କରେ ଜଣାପଡିବା ପରେ ଉଦ୍ଧାର ଅପରେସନ ଜାରି ରହିଛି । ଏବେ ସୁଦ୍ଧା ଟନେଲର କିଛି ଦୂର ପର୍ଯ୍ୟନ୍ତ ଖୋଳା ମଧ୍ୟ ଯାଇଛି । 40 ଜଣ ଶ୍ରମିକ ଟନେଲ ମଧ୍ୟରେ ଫସି ରହିଛନ୍ତି । ସେମାନେ ସମସ୍ତେ ସୁରକ୍ଷିତ ମଧ୍ୟ ଥିବା ପ୍ରଶାସନ ସ୍ପଷ୍ଟ କରିଛି । ସେମାନଙ୍କ ନିକଟକୁ ଅକ୍ସିଜେନ, ଖାଦ୍ୟ ପାଣି ମଧ୍ୟ ପଠାଯାଉଛି । ସେମାନଙ୍କ ସହ ଯୋଗାଯୋଗ ମଧ୍ୟ କରାଯାଉଛି । ସେମାନେ ସମସ୍ତେ ସୁରକ୍ଷିତ ଥିବା ମଧ୍ୟ ସ୍ପଷ୍ଟ ହୋଇଛି । ଏବେ ଏନଡିଆରଏଫ, ଫାଏର, ଆଇଟିବିପି, ମେଡିକାଲି ଟିମ ସମନ୍ବିତ ଭାବେ ଉଦ୍ଧାର ଅପରେସନରେ ସାମିଲ ରିହଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details