ଡେରାଡୁନ: ଦିନକୁ ଦିନ ତଳକୁ ଦବୁଛି ଯୋଶୀମଠ ସହର । ଭାରତୀୟ ମହାକାଶ ଗବେଷଣା ସଂଗଠନର ସାଟେଲାଇଟ ରିପୋର୍ଟ ଅନୁଯାୟୀ ୧୨ ଦିନ ମଧ୍ୟରେ ଯୋଶୀମଠ ୫.୪ ଇଞ୍ଚ ତଳକୁ ମାଟି ଦବିଥିବାର ରିପୋର୍ଟରେ ପ୍ରକାଶ ପାଇଛି ।
ଡିସେମ୍ବର ୨୭ ରୁ ଜାନୁଆରୀ ୮ ମଧ୍ୟରେ ଇସ୍ରୋର ନ୍ୟାଶନାଲ ରିମୋଟ ସେସିଂ ସେଣ୍ଟର ଦ୍ବାରା ନିଆ ଯାଇଥିବା ସାଟେଲାଇଟ ଇମେଜରେ ଏହା ଦେଖିବାକୁ ମିଳିଛି ଯେ, ଯୋଶୀମଠ ସହରର ମାଟି ଧିରେ ଧିରେ ତଳକୁ ଦବିବାରେ ଲାଗିଛି । ଡିସେମ୍ବର ୨୭ ରୁ ଜାନୁଆରୀ ୮ ମଧ୍ୟରେ ମାଟି ୫.୪ ଇଞ୍ଚ ତଳକୁ ଦବିଛି ।
ଭାରତୀୟ ମହାକାଶ ଗବେଷଣା ସଂଗଠନର ସାଟେଲାଇଟ ରିପୋର୍ଟ ଇସ୍ରୋର ସୂଚନା ଅନୁଯାୟା ଯୋଶୀମଠ କେନ୍ଦ୍ରସ୍ଥଳରୁ ମାଟିର ଦ୍ରୁତ ଗତିରେ ଦବିବାରେ ଲାଗିଛି । ଯେଉଁଥିରେ ଆର୍ମି ହେଲିପ୍ୟାଡ୍ ଏବଂ ନରସିଂ ମନ୍ଦିର ମଧ୍ୟ ଅନ୍ତର୍ଭୁକ୍ତ । ଏହାସହ ଯୋଶୀମଠର ଅଲି-ରୋଡ ଯାହା ୨୧୮୦ ମିଟର ଉଚ୍ଚରେ ଅବସ୍ଥିତ ତାର ମାଟି ମଧ୍ୟ କ୍ଷେୟ ହେବାରେ ଲାଗିଛି ।
ଭାରତୀୟ ମହାକାଶ ଗବେଷଣା ସଂଗଠନର ସାଟେଲାଇଟ ରିପୋର୍ଟ ସ୍ପେସ୍ ଏଜେନ୍ସି ଏହା ମଧ୍ୟ ଜାଣିବାକୁ ପାଇଛି ଯେ ପୂର୍ବ ବର୍ଷ ଏପ୍ରିଲ୍ ରୁ ନଭେମ୍ବର ୨୦୨୨ ଅର୍ଥାତ 7 ମାସ ମଧ୍ୟରେ ଯୋଶୀମଠ ସହର ମାଟି ୯ ସେମି ତଳକୁ ଧସିଛି । ଯାହାର ଫଟୋ କାର୍ଟୋସାଟ-୨ ସାଟେଲାଇଟ୍ ରୁ ନିଆଯାଇଛି ।
ଚଳିତ ବର୍ଷ ଯୋଶୀମଠର ସ୍ଥିତି ଅତିଭୟଙ୍କର ରୂପ ନେଇଛି । ବାରମ୍ବାର ଭୂସ୍ଖଳ ଫଳରେ ୬ଶହରୁ ଅଧିକ ଘରେ ଫାଟ ସୃଷ୍ଟି ହୋଇଛି । ଯୋଶୀମଠରେ ମାଟି ତଳକୁ ଧସିବା ହେତୁ ପରିସ୍ଥିତି ଦିନକୁ ଦିନ ବିପଜ୍ଜନକ ହୋଇପଡିଛି। ଘର ଏବଂ ରାସ୍ତାରେ ଥିବା ଖାଲଗୁଡ଼ିକ ବ୍ୟାପକ ହେବାରେ ଲାଗିଛି । ଧିରେ ଧିରେ ସେଠାକାର ମାଟି ତଳକୁ ଦବୁଖିବା ବେଳେ, ୬ଶହରୁ ଉର୍ଦ୍ଧ୍ବ ଘର ବିପଦ ସଙ୍କୁଳ ଅବସ୍ଥାରେ ରହିଛି । କୋଠା ଏବଂ ରାସ୍ତାଗୁଡ଼ିକରେ ବ୍ୟାପକ ଫାଟ ସୃଷ୍ଟି ହୋଇଛି । ସାଟେଲାଇଟ୍ ସର୍ବେକ୍ଷଣ ଅନୁଯାୟୀ ପ୍ରାୟ ୪ ହଜାର ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି ।