ଓଡିଶା

odisha

ETV Bharat / bharat

Uniform Civil Code: ଉତ୍ତରାଖଣ୍ଡରେ ଖୁବଶୀଘ୍ର ଲାଗୁ ହେବ UCC - ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ

ଉତ୍ତରାଖଣ୍ଡରେ ଖୁବଶୀଘ୍ର ଲାଗୁ ହେବ ସମାନ ନାଗରିକ ସଂହିତା । ସୂଚନା ଦେଲା ମୁଖ୍ୟମନ୍ତ୍ରୀ ଧାମୀ । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡରେ ଖୁବଶୀଘ୍ର ଲାଗୁ ହେବ UCC
ଉତ୍ତରାଖଣ୍ଡରେ ଖୁବଶୀଘ୍ର ଲାଗୁ ହେବ UCC

By

Published : Jul 1, 2023, 7:27 AM IST

ଡେରାଡୁନ: ଉତ୍ତରାଖଣ୍ଡରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ସମାନ ନାଗରିକ ସଂହିତା(UCC) । ଶୁକ୍ରବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ବଡ ଘୋଷଣା କରିଛନ୍ତି । ୟୁସିସି କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ କମିଟି ଡ୍ରାଫ୍ଟ ପ୍ରସ୍ତୁତ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ଧାମୀ ଟ୍ବିଟ୍ କରିଛନ୍ତି ଯେ, ୟୁସିସି କମିଟି ଶୁକ୍ରବାର ଏହାର ଚୂଡାନ୍ତ ଡ୍ରାଫ୍ଟ ରାଜ୍ୟ ସରକାରଙ୍କୁ ପାଖରେ ଦାଖଲ କରିଛନ୍ତି । ବର୍ତ୍ତମାନ ୟୁସିସି ଲାଗୁ କରିବାକୁ ପଦକ୍ଷେପ ନିଆଯିବ । ଖୁବଶୀଘ୍ର ଦେବଭୂମିରେ ସମାନ ନାଗରିକ ସଂହିତା ଲାଗୁ କରାଯିବ ।

ୟୁସିସି କାର୍ଯ୍ୟକାରୀ କରିବାରେ ଉତ୍ତରାଖଣ୍ଡ ସାରା ଦେଶରେ ଜ୍ବଳନ୍ତ ଉଦାହରଣ ଭାବେ ଉଭା ହେବ ବୋଲି ଧାମୀ ଦାବି କରିଛନ୍ତି । ସେ କହିଛନ୍ତି, ‘‘ଉତ୍ତରାଖଣ୍ଡ ସରକାର ୟୁସିସି କାର୍ଯ୍ୟକାରୀ କରିବା ଦାୟିତ୍ବ ଗ୍ରହଣ କରିଛନ୍ତି । ଆମ ସମ୍ବିଧାନର ଧାରା ୪୪ ଅନୁଯାୟୀ, ଦେଶର ଭୌଗଳିକ ସୀମା ମଧ୍ୟରେ ବାସ କରୁଥିବା ସମସ୍ତଙ୍କ ପାଇଁ ସମାନ ଆଇନ ହେବା ଉଚିତ୍ । ଉତ୍ତରାଖଣ୍ଡବାସୀ ଏହାକୁ ସମର୍ଥନ କରୁଛନ୍ତି । ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ, ଜୁନ ୩୦ରେ ୟୁସିସି ଡ୍ରାଫ୍ଟ ପ୍ରସ୍ତୁତ ପାଇଁ ଗଠନ ହୋଇଥିବା ବିଶେଷଜ୍ଞ କମିଟି ନିଜ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଖୁବଶୀଘ୍ର ସମାନ ନାଗରିକ ସଂହିତା କାର୍ଯ୍ୟକାରୀ ହେବ ।’’

ଏହାମଧ୍ୟ ପଢନ୍ତୁ: Delhi Ordinance: କେନ୍ଦ୍ର ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ଦିଲ୍ଲୀ ସରକାର

ଏହାପୂର୍ବରୁ କମିଟିର ମୁଖ୍ୟ ଅବସରପ୍ରାପ୍ତ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇ ଦିଲ୍ଲୀରେ ସମ୍ବାଦିକ ସମ୍ମିଳନୀରେ କହିଥିଲେ, ‘‘ଉତ୍ତରାଖଣ୍ଡରେ ୟୁସିସି ପାଇଁ ପ୍ରସ୍ତାବିତ ଡ୍ରାଫ୍ଟ ପ୍ରସ୍ତୁତ ହୋଇସାରିଛି ଏବଂ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ନିକଟରେ ଏହାକୁ ଦାଖଲ କରାଯିବ । ୫ ଜଣିଆ ୟୁସିସି କମିଟି ଏହାକୁ ପ୍ରସ୍ତୁତ କରିଛନ୍ତି । ବିଶେଷଜ୍ଞ କମିଟିର ରିପୋର୍ଟ ସହିତ ଡ୍ରାଫ୍ଟକୁ ପ୍ରିଣ୍ଟ କରାଯିବ । ଏହାକୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ରାଜନେତା, ମନ୍ତ୍ରୀ, ବିଧାୟକ, ସାଧାରଣ ଜନତାଙ୍କ ମତାମତ ନିଆଯାଇଥିଲା ।’’ ଅନ୍ୟପଟେ ଆସନ୍ତା ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ୟୁସିସି ବିଲ୍ ଆଗତ କରିବେ ବୋଲି ମଧ୍ୟ ସୂତ୍ରରୁ ଜଣାପଡିଛି ।

ସମାନ ନାଗରିକ ସଂହିତା(UCC) କ'ଣ: ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ(UCC)ର ଅର୍ଥ ହେଉଛି ସମସ୍ତଙ୍କ ପାଇଁ ସମାନ ଆଇନ । ଏହା ଏକ ଧର୍ମନିରପେକ୍ଷ ଆଇନ, ଯାହାକି ସବୁ ଧର୍ମର ନାଗରିକ ପାଇଁ ସମାନ ଭାବେ ଲାଗୁ ହୁଏ । ମୁଖ୍ୟତଃ ଏହା ବିବାହ, ଛାଡପତ୍ର, ପୈତୃକ ସମ୍ପତ୍ତି ଓ ଅନ୍ୟାନ୍ୟ ଧାର୍ମିକ ପରମ୍ପରା ସହ ଜଡିତ । ଭାରତରେ ଅଲଗା ଅଲଗା ଧର୍ମରେ ବିବାହ, ଛାଡପତ୍ର, ପୌଷ୍ୟଗ୍ରହଣ ଓ ଉତ୍ତରାଧିକାର ନେଇ ଭିନ୍ନ ଭିନ୍ନ ଆଇନ ପ୍ରଚଳିତ ଅଛି । ୟୁସିସି କାର୍ଯ୍ୟକାରୀ ହେବେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଗୋଟିଏ ଆଇନ ଲାଗୁ ହେବ ।

ABOUT THE AUTHOR

...view details