ଓଡିଶା

odisha

ବିତିଲାଣି ୪ ଦିନ, ରେସ୍କ୍ୟୁ ଅପରେସନ ପାଇଁ ଆସିବେ ବିଦେଶୀ ବିଶେଷଜ୍ଞ

By ETV Bharat Odisha Team

Published : Nov 16, 2023, 12:06 PM IST

Uttarakhand Tunnel Collapse: ଉତ୍ତରକାଶୀରେ ଟନେଲ ଭୁଶୁଡିବା ଘଟଣାକୁ ୫ ଦିନ ପୁରୁଲାଣି । ଏବେ ବି ମାଟି ଅତଡା ତଳେ ଫସି ରହିଛନ୍ତି ୪୦ ଶ୍ରମିକ । ଏବେ ରେସ୍କ୍ୟୁ ଅପରେସନ ପାଇଁ ଆସିବେ ବିଦେଶୀ ବିଶେଷଜ୍ଞ । ଅଧିକ ପଢନ୍ତୁ

Uttarakhand Tunnel Rescue operation
Uttarakhand Tunnel Rescue operation

ଡେରାଡୁନ:ସମୟ ଗଡ଼ି ଚାଲିଛି, ରେସ୍କ୍ୟୁ ଅପରେସନ ବି ଜୋରଦାର ଚାଲିଛି । ତଥାପି ମାଟି ଅତଡା ତଳୁ ବାହାରି ପାରୁନି ଜୀବନ । ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲ ଭୁଶୁଡିବା ଘଟଣାକୁ ୫ ଦିନ ପୁରୁଲାଣି, ହେଲେ ଏବେ ବି ଟନେଲ ତଳେ ଫସି ରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିନି । ଫଳରେ ଶ୍ରମିକମାନଙ୍କୁ ମନୋବଳ ଭାଙ୍ଗିବାରେ ଲାଗିଛି । ଏପଟେ ଯୁଦ୍ଧକାଳୀନ ଭିତ୍ତିରେ ଦିନରାତି ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିବା ଉଦ୍ଧାରକାରୀ ଦଳ ମଧ୍ୟ ଅସହାୟ ହୋଇପଡିଲେଣି । ଏବେ ରେସ୍କ୍ୟୁ ଅପରେସନ ପାଇଁ ଉତ୍ତରାଖଣ୍ଡ ସରକାର ନରୱେ ଏବଂ ଥାଇଲ୍ୟାଣ୍ଡରୁ ବିଶେଷଜ୍ଞ ଟିମ୍ ଆଣିବାକୁ ଚିନ୍ତା କରୁଥିବା ଖବର ମିଳିଛି ।

ବିଦେଶରୁ ଆସିବେ ବିଶେଷଜ୍ଞ ଟିମ୍: ଥାଇଲ୍ୟାଣ୍ଡରୁ ଆସିବାକୁ ଥିବା ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍ ଏକ ବନ୍ୟାଜଳ ପ୍ରବାହିତ ଗୁମ୍ଫା ମଧ୍ୟରୁ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଜଣାଶୁଣା । ୨୦୧୮ ଜୁଲାଇରେ ଥାଇଲ୍ୟାଣ୍ଡର ଏକ ଗୁମ୍ଫାରେ ହଠାତ୍ ବନ୍ୟାଜଳ ମାଡି ଆସିବାରୁ ପିଲାମାନେ ତା' ଭିତରେ ଫସି ଯାଇଥିଲେ । ଏହି ଟିମ୍ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା । ନରୱେର ବିଶେଷଜ୍ଞ ଟିମ୍ ମଧ୍ୟ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ସଫଳତାର ସହ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Tunnel Tragedy: ଉଦ୍ଧାରକାର୍ଯ୍ୟ ଜାରି, ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଗଲା ଖାଦ୍ୟ ଅମ୍ଳଜାନ

ବାୟୁସେନା ବିମାନରେ ଆସିଲା ଅଗର ଡ୍ରିଲିଂ ମେସିନ୍‌:ସେପଟେ ଟନେଲ ଭିତରୁ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଆଜି ପଞ୍ଚମ ଦିନରେ ରେସ୍କ୍ୟୁ ଅପରେସନ ଜାରି ରହିଛି । ଶ୍ରମିକମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଲଗାତାର ନଜର ରଖାଯାଉଛି । ଇତିମଧ୍ୟରେ ଉଦ୍ଧାର କାର୍ଯ୍ୟ ଆହୁରି ତ୍ବରାନ୍ବିତ କରିବାକୁ ଦିଲ୍ଲୀରୁ ବାୟୁସେନାର ହରକୁଲେସ ଏୟାରକ୍ରାଫ୍ଟ ଯୋଗେ ୩ଟି ଅତ୍ୟାଧୁନିକ ଭାରି ଅଗର ଡ୍ରିଲିଂ ମେସିନ ଉତ୍ତରକାଶୀରେ ପହଞ୍ଚି ସାରିଛି । ଏହି ଡ୍ରିଲିଂ ମେସିନରେ ଆଜି ଉଦ୍ଧାର କାର୍ଯ୍ୟ କରାଯାଉଛି । ଏହି ମେସିନ ଦ୍ବାରା ଅପରେସନ ଅଧିକ ଗତିଶୀଳ ହେବ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି । ଯଦି ୨୪ ଟନର ଏହି ଅତ୍ୟାଧୁନିକ ମେସିନ ନିଜ କ୍ଷମତା ଅନୁରୂପ ଠିକ ଭାବେ କାର୍ଯ୍ୟ କରେ, ତାହେଲେ ଏହା ଘଣ୍ଟା ପ୍ରତି ୫ ମିମି ବେଗରେ ଟନେଲକୁ କାଟିବାକୁ ସକ୍ଷମ ହେବ ।

ଟିକନିକ୍ ଅପଡେଟ୍ ନେଉଛନ୍ତି ପ୍ରଧାନମନ୍ତ୍ରୀ:ଉତ୍ତରକାଶୀ ଟନେଲ୍‌ ଅଘଟଣରେ ଉଦ୍ଧାର କାର୍ଯ୍ୟ ପାଇଁ ଉତ୍ତରାଖଣ୍ଡ ସରକାର ପୁରା ଦମ୍ ଲଗାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ରେସ୍କ୍ୟୁ ଅପରେସନ ସହ ଜଡ଼ିତ ଟିକନିକ୍ ଅପଡେଟ୍ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କଠାରୁ ନେଉଛନ୍ତି । ରାଜ୍ୟ ସରକାର ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ସବୁ ପ୍ରକାର ପ୍ରୟାସ କରୁଥିବା ଧାମୀ ଆଶ୍ବସନା ଦେଇଛନ୍ତି । ତେବେ ଗତକାଲି ରାତିରେ ଉତ୍ତରକାଶୀ ଜିଲ୍ଲାରେ ଆସିଥିବା ଭୂକମ୍ପ ଉଦ୍ଧାର କାର୍ଯ୍ୟ ଅଧିକ ଜଟିଳ କରିଦେଇଛି ।

ABOUT THE AUTHOR

...view details