ଓଡିଶା

odisha

ଟନେଲ ଟ୍ରାଜେଡିକୁ 17 ଦିନ: 3 ମିଟର ମାନୁଆଲ୍ ଡ୍ରିଲିଂ କଲେ ରାଟ୍ ହୋଲ୍ ମାଇନର

By ETV Bharat Odisha Team

Published : Nov 28, 2023, 10:11 AM IST

ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଛି ମାନୁଆଲ୍ ଡ୍ରିଲିଂ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରାଟ୍ ହୋଲ୍ ମାଇନର । ଅଧିକ ପଢନ୍ତୁ

Silkyara tunnel rescue
ଉତ୍ତରକାଶୀ ଟନେଲ ଟ୍ରାଜେଡି

ଡେରାଡୁନ: ଉତ୍ତରକାଶୀ ଟନେଲ ଟ୍ରାଜେଡି ଘଟଣାକୁ ପୁରିଲା 17 ଦିନ । ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର ହୋଇପାରିନାହାନ୍ତି ଟେଲନରେ ଫସିଥିବା 41 ଶ୍ରମିକ । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି । ବାରମ୍ବାର ଅଗର ମେସିନ ଖରାପ ହେବା ପରେ ଏବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ରାଟ୍ ହୋଲ୍ ମାଇନିଂ ଟିମ୍ । ଏହି ଟିମ୍ ମାନୁଆଲ ଡ୍ରିଲିଂ ଜାରି ରଖିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ 3 ମିଟର ମାନୁଆଲ୍ ଡ୍ରିଲିଂ କରାଯାଇଛି ଏବଂ 50 ମିଟର ଡ୍ରିଲିଂ କାର୍ଯ୍ୟ ଶେଷ ହୋଇଛି ବୋଲି କହିଛନ୍ତି ମାଇକ୍ରୋ ଟନେଲିଂ ବିଶେଷଜ୍ଞ କ୍ରିସ୍ କୁପର ।

ସରକାରୀ ସୂତ୍ର ଅନୁଯାୟୀ, ଟନେଲରେ ଫସି ରହିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ ଟନେଲ ମଧ୍ୟରେ ଏକ ପାଇପ ବିଛାଯିବ । ଏଥିପାଇଁ ଟନେଲ ଆରମ୍ଭରୁ ପ୍ରାୟ 57 ମିଟର ଡ୍ରିଲିଂ କାର୍ଯ୍ୟ କରାଯିବ । କ୍ରିସ୍ କୁପର କହିଛନ୍ତି, ଯେ, ସୋମବାର ରାତିରେ ଡ୍ରିଲିଂ କାମ ଭଲ ଭାବେ ଚାଲିଥିଲା । ଆମେ 50 ମିଟର ଅତିକ୍ରମ କରିଛୁ । ବର୍ତ୍ତମାନ 5-6 ମିଟର ଡ୍ରିଲିଂ କାମ ବାକି ଅଛି । ବିନା କୌଣସି ବାଧାବିଘ୍ନରେ କାର୍ଯ୍ୟ ଆଗେଇ ଚାଲିଛି । ଏହା ଆମ ପାଇଁ ଭଲ ଖବର ।

ଏହା ମଧ୍ୟ ପଢନ୍ତୁ-ଟନେଲ୍ ରେସ୍ୟୁରେ ବଡ଼ ପ୍ରୟାସ: ଆକ୍ସନରେ ରାଟ୍ ମାଇନିଂ ଟିମ୍, ଖୁବ୍ ଶୀଘ୍ର ମାନୁଆଲ୍ ଡ୍ରିଲିଂ

ଏହାପୂର୍ବରୁ ଉଦ୍ଧାରକାରୀ ଟିମ୍ ଟନେଲ ମଧ୍ୟରେ ପାଇପ ବିଛାଇବା ପାଇଁ ଅଗର ମେସିନ୍ ବ୍ୟବହାର କରି ପ୍ରାୟ 47 ମିଟର ଡ୍ରିଲିଂ କାର୍ଯ୍ୟ ଶେଷ କରିଥିଲେ । ହେଲେ ଖନନ ସମୟରେ ଅଗର ମେସିନର ଏକ ଅଂଶ ପଥର ମଧ୍ୟରେ ଅଟକି ଯାଇଥିଲା । ଯେଉଁ କାରଣରୁ ଡ୍ରିଲିଂ କାର୍ଯ୍ୟ ବନ୍ଦ ହୋଇଯାଇଥିଲା । ପର ମୁହୁର୍ତ୍ତରେ ପ୍ଲାଜମା କଟର ବ୍ୟବହାର କରି ସେହି ଅଗର ମେସିନକୁ କାଟି ବାହାର କରାଯାଇଥିଲା । ଏହାପରେ ମାନୁଆଲ ଡ୍ରିଲିଂ କାମ ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-360 ଡିଗ୍ରୀ ରେସ୍କ୍ୟୁ ଅପରେସନ: ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ କେନ୍ଦ୍ର ଗୃହ ସଚିବ

ସୋମବାର ରାତିରୁ ଆରମ୍ଭ ହୋଇଥିବା ମାନୁଆଲ ଡ୍ରିଲିଂ କାର୍ଯ୍ୟ Rat-hole ମାଇନରମାନେ କରୁଛନ୍ତି । ଉତ୍ତର ପ୍ରଦେଶ ଝାନ୍‌ସୀରୁ ଆସି ସେମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଟନେଲରେ ଫସି ରହିଥିବା 41 ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଭୟ ଭୂଲମ୍ବ ଖନନ ଏବଂ ମାନୁଆଲ୍ ଡ୍ରିଲିଂ ପଦ୍ଧତିର ସହାୟତା ନିଆଯାଇଛି । ଭାରତୀୟ ସେନାର ମାଡ୍ରାସ ସେସେପର୍ସ ଇଞ୍ଜିନିୟରିଂ ବାଟାଲିୟନ ମାନୁଆଲ ଡ୍ରିଲିଂର ମନିଟରିଂ କରୁଛି । ରାଟ୍ ମାଇନିଂ ନିୟମ ଅନୁସାରେ ମାନୁଆଲ ଡ୍ରିଲିଂ ଚାଲିଛି । ଏଥିରେ ଛୋଟ ଛୋଟ ସୁଡ଼ଙ୍ଗ ଖୋଳାଯାଉଛି ।

ABOUT THE AUTHOR

...view details