ଡେରାଡୁନ: ଆର୍ଥିକ ଠକେଇ ମାମଲାରେ ରାଉରକେଲାରୁ ଅଭିଯୁକ୍ତକୁ ଉଠାଇ ନେଲା ଉତ୍ତରାଖଣ୍ଡ ପୋଲିସର STF । ଗିରଫ ଅଭିଯୁକ୍ତର ନାମ ଜାକିର ଅହମ୍ମଦ ଓ ସେ ଜାକିର ରାଉରକେଲାର ଷ୍ଟିଲପ୍ଲାଣ୍ଟ ଟାଉନସିପରେ ରହୁଥିଲା । ଏକ ମିଥ୍ୟା ଓ୍ବେବସାଇଟ ଖୋଲି କରି ପ୍ରାୟ 15 ଲକ୍ଷ ଟଙ୍କା ଠକିଥିବାର ଅଭିଯୋଗ ଅଭିଯୁକ୍ତ ଜାକିର ନାମରେ ରହିଛି । ଏହି ମାମଲାରେ ରାଜ୍ୟର ଏକାଧିକ ସ୍ଥାନରେ ଜାକିରଙ୍କ ସମେତ ଅନ୍ୟ କିଛି ଅଭିଯୁକ୍ତ ମଧ୍ୟ ସାମିଲ ରହିଛନ୍ତି । ସମସ୍ତଙ୍କୁ ଧରିବା ପାଇଁ ଉତ୍ତରାଖଣ୍ଡ ପୋଲିସ ସ୍ପେଶାଲ ଟାକ୍ସ ଫୋର୍ସ ଗଠନ କରି ତଦନ୍ତ ଜାରି ରଖିଛି ।
ଆର୍ଥିକ ଠକେଇ ମାମଲାରେ ଅଭିଯୁକ୍ତକୁ ରାଉରକେଲାରୁ ଉଠାଇ ନେଲା ଉତ୍ତରାଖଣ୍ଡ STF - ଓଡିଶାରେ ଉତ୍ତରାଖଣ୍ଡ ଏସଟିଏଫ
ଆର୍ଥିକ ଠକେଇ ମାମଲାରେ ଅଭିଯୁକ୍ତକୁ ଓଡିଶାରୁ ଉଠାଇ ନେଲା ଉତ୍ତରାଖଣ୍ଡ STF । ରାଉରକେଲାର ଷ୍ଟିଲପ୍ଲାଣ୍ଟ ଟାଉନସିପର ବାସିନ୍ଦା ଅଭିଯୁକ୍ତ । ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ ଥିବା ସୂଚନା । ବିଭିନ୍ନ ରାଜ୍ୟରେ ରହିଛି ବେଆଇନ କାରବାରର ଜାଲ । ଅଧିକ ପଢନ୍ତୁ
ଆର୍ଥିକ ଠକେଆର୍ଥିକ ଠକେଇ ମାମଲାରେ ଅଭିଯୁକ୍ତକୁ ରାଉରକେଲାରୁ ଉଠାଇ ନେଲା ଉତ୍ତରାଖଣ୍ଡ STFଇ ମାମଲାରେ ଅଭିଯୁକ୍ତକୁ ଓଡିଶାରୁ ଉଠାଇ ନେଲା ଉତ୍ତରାଖଣ୍ଡ STF
ଜାକିର ଦେଶର ବିଭିନ୍ନ ସ୍ଥାନରେ ଠକେଇରେ ସାମିଲ ରହିଛି । ମିଥ୍ୟା ଓ୍ବେବସାଇଟ ପ୍ରସ୍ତୁତ କରି କ୍ରିପ୍ଟୋ କରନ୍ସି ଆଧାରରେ ଟଙ୍କା ଠକେଇ ପରି ମାମଲାରେ ଜଡିତ ରହିଛି ଜାକିର । ଜାକିରକୁ ଗିରଫ ପରେ ତା ନିକଟରୁ କିଛି ଇଲୋଟ୍ରୋନିକ୍ସ ଡିଭାଇସ ମଧ୍ୟ ଜବତ କରାଯାଇଛି । ଏହି ଜବତ ଡିଭାଇସର ଯାଞ୍ଚ ଜାରି ରହିଛି । ଏଥିରୁ ଆର୍ଥିକ କାରବାର ସମ୍ପର୍କିିତ ଅନେକ ତଥ୍ୟ ମିଳିପାରିବା ନେଇ ଆଶା କରାଯାଉଛି । ଏହା ପୂର୍ବରୁ ଏସଟିଏଫ ପଞ୍ଜାବ, ଭୋପାଲ ଓ ମୁମ୍ବାଇର ବିଭିନ୍ନ ସ୍ଥାନରୁ 3 ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିସାରିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ