ଓଡିଶା

odisha

ETV Bharat / bharat

Uttarakhand Polls: ଆଜି ବସିବ କଂଗ୍ରେସ CECର ଗୁରୁତ୍ବପୂର୍ଣ୍ଣ ବୈଠକ

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ନେଇ ଆଜି ବସିବ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ

uttarakhand polls: ଆଜି ବସିବ କଂଗ୍ରେସ CECର ଗୁରୁତ୍ବପୂର୍ଣ୍ଣ ବୈଠକ
uttarakhand polls: ଆଜି ବସିବ କଂଗ୍ରେସ CECର ଗୁରୁତ୍ବପୂର୍ଣ୍ଣ ବୈଠକ

By

Published : Jan 21, 2022, 8:33 AM IST

ନୂଆଦିଲ୍ଲୀ: ଆଜି(ଶୁକ୍ରବାର) ବସିବ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ( congress CEC to meet today) । ଏଥିରେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ନେଇ ମାନସ ମନ୍ଥନ କରିବ ଦଳ । ଆଜି ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ବସିବାକୁ ଥିବା ଏହି ସିଇସି ବୈଠକରେ ଉତ୍ତରାଖଣ୍ଡ ପାଇଁ ପ୍ରାର୍ଥୀ ଚୟନ କରାଯିବ ।

ଯାହା ସୂଚନା ରହିଛି, କଂଗ୍ରେସ ଛାଡି ବିଜେପିରେ ମିଶିଥିବା ହରକ ସିଂ ରାୱତ ପୁନର୍ବାର ଦଳକୁ ଫେରିବାକୁ ଚାହୁଁଛନ୍ତି । ଏନେଇ ବୁଧବାର କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କହିଥିଲେ ଯେ, ହରକ ସିଂ ରାୱତଙ୍କ ବାବଦରେ ନିଷ୍ପତ୍ତି ନେବାର ଅଧିକାର ତାଙ୍କ ପାଖରେ ନାହିଁ । ଦଳୀୟ ନେତୃତ୍ବ ଏହାର ନିର୍ଣ୍ଣୟ ନେବେ । ତାଙ୍କର କାହା ଉପରେ ରାଗ ନାହିଁ । ହରକ ସିଂଙ୍କୁ ପାର୍ଟିରେ ସାମିଲ କରାଯିବ ନା ନାହିଁ ତାହା କଂଗ୍ରେସର ଶୀର୍ଷ ନେତୃତ୍ବ ସ୍ଥିର କରିବେ ଏବଂ ଯାହା ବି ନିଷ୍ପତ୍ତି ନିଆଯିବ ତାହାକୁ ସେ ସ୍ବାଗତ କରିବେ ବୋଲି କହିଥିଲେ ହରିଶ ।

ଉଲ୍ଲେଖଯୋଗ୍ୟ, ହରକ ସିଂ ରାୱତ ହେଉଛନ୍ତି ସେହି ୧୦ ବିଧାୟକଙ୍କ ମଧ୍ୟରୁ ଅନ୍ୟତମ, ଯିଏକି ୨୦୧୬ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ଉତ୍ତରଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ କେଇଟା ଦିନ ବାକି ଥିବାବେଳେ ସେ ପୁଣିଥିରେ ଦଳକୁ ଫେରିବାକୁ ଚାହୁଁଛନ୍ତି । ହେଲେ ନିର୍ବାଚନ ପାଇଁ କଂଗ୍ରେସ କ୍ୟାମ୍ପେନ କମିଟିର ଅଧ୍ୟକ୍ଷ ଥିବା ହରିଶ ରାୱତ ଏହି ପ୍ରସ୍ତାବ ବିରୋଧୀ ଥିବା ଦେଖାଯାଇଛି । ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ହରିଶ ରାୱତ ହରକ ସିଂଙ୍କ ପ୍ରତ୍ୟାବର୍ତ୍ତନରେ ଖୁସି ନାହାନ୍ତି ଏବଂ ଏହି ନିଷ୍ପତ୍ତି ସେ ଦଳୀୟ ନେତୃତ୍ବଙ୍କ ଉପରେ ଛାଡିଛନ୍ତି ।

ପ୍ରକାଶଥାଉ କି, ଫେବୃୟାରୀ ୧୪ରେ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ ମତଦାନ ହେବ ଏବଂ ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।

@ANI

ABOUT THE AUTHOR

...view details