ନୂଆଦିଲ୍ଲୀ:ଆଗକୁ ଆସୁଛି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ( Uttarakhand polls 2022) । ଏନେଇ ରାଜନୈତିକ ଦଳ ଗୁଡିକ ସିଟ ହାତେଇବା ନେଇ ଆରମ୍ଭ କଲେଣି କସରତ । ତେବେ ୨୦୨୨ରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଚଳିତ ମାସରେ ଉତ୍ତରାଖଣ୍ଡ ଗସ୍ତ କରି କୁମାଓନରେ ରାଲି କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi public rally in Kumaon region ) । ଏହା ହେଉଛି କୁମାଓନ ଜିଲ୍ଲାକୁ ପ୍ରଧାମନ୍ତ୍ରୀଙ୍କ ଦ୍ବିତୀୟ ଗସ୍ତ । ଏନେଇ ଭାରତୀୟ ଜନତା ପାର୍ଟି (BJP)ତରଫରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ ଚଳିତମାସ ୪ ତାରିଖରେ ମୋଦି ଉତ୍ତରାଖଣ୍ଡ ଗସ୍ତରେ ଯିବା ନେଇ ସୂଚନା ରହିଥିବାବେଳେ ଡିସେମ୍ବର ୨୪ରେ କୁମାଓ ଜିଲ୍ଲାର ହଲ୍ଡଓ୍ବାନିରେ ଏହି ରାଲି ହେବାନେଇ ସୂଚନା ରହିଛି । ଡିସେମ୍ବର ୪ ରେ ମୋଦି ଉତ୍ତରାଖଣ୍ଡ ଗସ୍ତରେ ଆସି ଡେରାଡୁନରେ ୧୮ହଜାର କୋଟି ଟଙ୍କାର ୧୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନାପ୍ରଦାନ କରାଯାଇଛି । ଏଥି ସହ ୮ହଜାର ୩ଶହ କୋଟି ଟଙ୍କାରେ ନିର୍ମିତ ହୋଇଥିବା ଦିଲ୍ଲୀ ଡେରାଡୁନ ଇକୋନୋମିକ କରିଡରକୁ ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।