ଓଡିଶା

odisha

ETV Bharat / bharat

BJPରୁ ବିଦା ହେଲେ ହରକ ସିଂହ ରାୱତ, ପୁଣି ଧରିବେ କି ହାତ - ବିଜେପିରୁ ବହିଷ୍କାର ହରକ ସିଂହ ରାୱତ

ଉତ୍ତରାଖଣ୍ଡ ବିଜେପି ଦଳରୁ ମନ୍ତ୍ରୀ ହରକ ସିଂହ ରାୱତଙ୍କୁ ବହିଷ୍କାର କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେପି ଦଳରୁ ବିତାଡିତ କରାଯାଇଥିବା ଜଣାପଡିଛି । ଦଳରୁ ବାହାରିବା ପରେ ସେ କଂଗ୍ରେସରେ ସାମିଲ ହେବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

ବିଜେପିରୁ ବହିଷ୍କାର ହରକ ସିଂହ ରାୱତ
ବିଜେପିରୁ ବହିଷ୍କାର ହରକ ସିଂହ ରାୱତ

By

Published : Jan 17, 2022, 11:55 AM IST

ଡେରାଡୁନ:ପାଖେଇ ଆସୁଛି ୫ ରାଜ୍ୟର ବିଧାନସଭା ନିର୍ବାଚନ । ଏହାରି ଭିତରେ କେଉଁ ରାଜ୍ୟରେ ନେତା ମନ୍ତ୍ରୀ ଦଳ ଛାଡୁଛନ୍ତି ତ କେଉଁ ରାଜ୍ୟରେ ଦଳରୁ ନେତା ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉଛି । ଉତ୍ତରାଖଣ୍ଡ ବିଜେପି ଦଳରୁ ମନ୍ତ୍ରୀ ହରକ ସିଂହ ରାୱତଙ୍କୁ ବହିଷ୍କାର କରାଯାଇଛି (Uttarakhand minister Harak Singh Rawat expelled from BJP) । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେପି ଦଳରୁ ବିତାଡିତ କରାଯାଇଥିବା ଜଣାପଡିଛି । ଦଳରୁ ବାହାରିବା ପରେ ସେ ପୁଣି କଂଗ୍ରେସରେ ସାମିଲ ହେବା ଅନୁମାନ କରାଯାଉଛି ।

ଦଳରୁ ବହିଷ୍କାର ହେବାପରେ ଭାଙ୍ଗି ପଡିଛନ୍ତି ହରକ ସିଂହ ରାୱତ । ସେ କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟରେ ଫେବୃଆରୀ 14 ବିଧାନସଭା ନିର୍ବାଚନର ଅନୁଷ୍ଠିତ ହେବ। 2017 ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରୁ ବିଜେପିକୁ ଆସିଥିବା ରାୱତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ରାୱତ କିଛି ସମୟ ଧରି ବିଜେପି ନେତୃତ୍ବ ବିରୋଧରେ ସର୍ବସାଧାରଣରେ ନିଜର ଅସନ୍ତୋଷ ବ୍ୟକ୍ତ କରୁଥିବା କୁହାଯାଉଥିଲା । ସେ ଆଗାମୀ ନିର୍ବାଚନ ପାଇଁ ନିଜ ପାଇଁ ଓ ବୋହୂ ପାଇଁ ଟିକେଟ୍ ଖୋଜୁଥିଲେ କିନ୍ତୁ ବିଜେପି ଏହାକୁ ସ୍ବୀକାର କରିନାହିଁ । ନିୟମ କରିଛି ଯେ ଗୋଟିଏ ପରିବାରର କେବଳ ଜଣେ ସଦସ୍ୟଙ୍କୁ ଟିକେଟ ମିଳିବ । ଶନିବାର ଡେରାଡୁନରେ ପ୍ରାର୍ଥୀ ବାଛିବା ପାଇଁ ଦଳ ସଭା ଆୟୋଜିତ ହୋଇଥିଲା । ସେ ରବିବାର ଦିନ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କୁ ଭେଟି ସୋମବାର ଦିନ ଦଳରେ ଯୋଗଦେବେ ବୋଲି ସୂଚାଇ ଦେଇଥିବା ବେଳେ ବିଜେପି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓ ତାଙ୍କୁ ଦଳରୁ ବହିଷ୍କାର କରଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details