ଓଡିଶା

odisha

ETV Bharat / bharat

Joshimath Disaster: ପ୍ରତ୍ୟେକ ପ୍ରଭାବିତ ପରିବାରକୁ ମିଳିବ ଦେଢ ଲକ୍ଷ ଟଙ୍କା - ଉତ୍ତରାଖଣ୍ଡ ସରକାର

ଯୋଶୀମଠ ବିପର୍ଯ୍ୟୟ ପ୍ରଭାବିତ ପରିବାରକୁ ତୁରନ୍ତ ଦେଢଲକ୍ଷ ଟଙ୍କାର ଅନ୍ତରୀଣ ସହାୟତା ଘୋଷଣା କଲା ଉତ୍ତରାଖଣ୍ଡ ସରକାର (Uttarakhand govt announces relief for Joshimath)। କ୍ଷତିଗ୍ରସ୍ତ ହୋଇଛି 723 ଘର । ଅସ୍ଥାୟୀ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତରିତ ହୋଇଛନ୍ତି 131 ପରିବାର । ଅଧିକ ପଢନ୍ତୁ

ପ୍ରତ୍ୟେକ ପ୍ରଭାବିତ ପରିବାରକୁ ଦେଢ ଲକ୍ଷ ଟଙ୍କାର ରିଲିଫ ଘୋଷଣା କଲେ ଉତ୍ତରାଖଣ୍ଡ ସରକାର
ପ୍ରତ୍ୟେକ ପ୍ରଭାବିତ ପରିବାରକୁ ଦେଢ ଲକ୍ଷ ଟଙ୍କାର ରିଲିଫ ଘୋଷଣା କଲେ ଉତ୍ତରାଖଣ୍ଡ ସରକାର

By

Published : Jan 11, 2023, 5:01 PM IST

ହାଇଦ୍ରାବାଦ:ଉତ୍ତରାଖଣ୍ଡର ଯୋଶୀମଠରେ ଦେଖିବାକୁ ମିଳିଥିବା ଭୌଗଳିକ ବିପର୍ଯ୍ୟୟ ପ୍ରଭାବିତଙ୍କ ପାଇଁ ଅନ୍ତରୀଣ ରିଲିଫ ଘୋଷଣା କଲେ ଉତ୍ତରାଖଣ୍ଡ ସରକାର । ପ୍ରଭାବିତ ହୋଇଥିବା ପ୍ରତ୍ୟେକ ପରିବାର ପାଇଁ ଦେଢ ଲକ୍ଷ ଟଙ୍କାର ରିଲିଫ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ (Uttarakhand govt announces relief for Joshimath)। ଏହି ସହାୟତା ରାଶି ଅନ୍ତରୀଣ ଭାବେ ଘୋଷଣା କରାଯାଇଛି । ପ୍ରଭାବିତ ହୋଇ ଘର ଛାଡି ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତରିତ ହୋଇଥିବା ପରିବାରକୁ ଜରୁରୀକାଳୀନ ଭାବରେ ଏହି ସହାୟତା ରାଶି ପ୍ରଦାନ କରାଯିବ ।

ମୁଖ୍ୟମନ୍ତ୍ରୀ ଧାମୀଙ୍କର ସଚିବ ମିନାକ୍ଷୀ ସୁନ୍ଦରନ ସୂଚନା ଦେଇ କହିଛନ୍ତି, ‘‘ପ୍ରତ୍ୟେକ ପ୍ରଭାବିତ ପରିବାର ତୁରନ୍ତ ଦେଢଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ପାଇବେ । ସେହିପରି ଏବେ ସୁଦ୍ଧା ଦୁଇ ଅସୁରକ୍ଷିତ ଚିହ୍ନଟ ହୋଇଥିବା ହୋଟେଲ ବ୍ୟତୀତ ଆଉ କୌଣସି ଘର ଭଙ୍ଗାଯାଉନାହିଁ । କ୍ଷତିଗ୍ରସ୍ତ ହୋଇଥିବା ମୋଟ 723 ଘର ପରବର୍ତ୍ତୀ ପର୍ଯ୍ୟାୟରେ ଭଙ୍ଗାଯିବ । ବର୍ତ୍ତମାନ ସୁଦ୍ଧା ଅସୁରକ୍ଷିତ ଜୋନରୁ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଅସ୍ଥାୟୀ ରିଲିଫ କ୍ୟାମ୍ପରେ ଥଇଥାନ କରାଯାଇ ସାରିଛି । ରିଲିଫ କ୍ୟାମ୍ପରେ ମଧ୍ୟ ସମସ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।’’

ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ମୋଟ 131 ପରିବାରକୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଛି । ସେହିପରି ସ୍ଥାନୀୟ ଜନ ପ୍ରତିନିଧିମାନଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀ ଆଲୋଚନା କରିବା ସହ ନିୟମିତ ଯୋଗାଯୋଗରେ ରହିଛନ୍ତି । କୌଣସି ସ୍ଥାନରେ ନୂତନ ଫାଟ ଦେଖାଯିବା ଘଟଣା ସାମ୍ନାକୁ ଆସିଲେ ତୁରନ୍ତ ପ୍ରଶାସନକୁ ଅବଗତ କରିବା ପାଇଁ ଜନ ପ୍ରତିନିଧିଙ୍କୁ କୁହାଯାଇଛି (Uttarakhand govt announces relief for Joshimath)।

ଜିଲ୍ଲାଧିକାରୀ ହିଂମାସୁ ଖୁରାନା କହିଛନ୍ତି, ଆଇଆଇଟି ରୁରକୀର ଏକ ବିଶେଷଜ୍ଞ ଟିମ ଏବେ କ୍ଷତିଗ୍ରସ୍ତ ଘରଗୁଡିକର ଯାଞ୍ଚ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ଅସୁରକ୍ଷିତ ଚିହ୍ନଟ ଦୁଇ ହୋଟେଲକୁ ଭଙ୍ଗା ଯିବା ପରେ କ୍ଷତିଗ୍ରସ୍ତ ହୋଇଥିବା ଘରଗୁଡିକର ମଧ୍ୟ ଭଙ୍ଗା କାମ ଆରମ୍ଭ ହେବ । କିଛି ସ୍ଥାନରେ ସ୍ଥାନୀୟ ଲୋକେ ଘର ଭଙ୍ଗା କାର୍ଯ୍ୟକୁ ବିରୋଧ କରିବା ସହ ସ୍ଥାୟୀ ବିସ୍ଥାପନ ପାଇଁ ଦାବି କରିଥିଲେ । ପ୍ରଶାସନ ଅଧିକାରୀ ସେମାନଙ୍କ ସହ ବୁଝସୁଝା କରିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details