ଓଡିଶା

odisha

ETV Bharat / bharat

ଟନେଲ ନିକଟକୁ ଯାଇପାରିବେ ଫସିଥିବା ଶ୍ରମିକଙ୍କ ପରିଜନ, ଖର୍ଚ୍ଚ ବହନ କରିବେ ଉତ୍ତରାଖଣ୍ଡ ସରକାର - ଉତ୍ତରାଖଣ୍ଡ ସରକାର

ଟନେଲ ନିକଟକୁ ଯାଇପାରିବେ ଫସିଥିବା ଶ୍ରମିକଙ୍କ ପରିଜନ (Uttarkashi Silkyara Tunnel Accident) । ସେମାନଙ୍କ ଯାତ୍ରା ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାକୁ ଧାମି ସରକାରଙ୍କ ଘୋଷଣା । 9ମ ଦିନରେ ଘଟଣାସ୍ଥଳରେ ପହଞ୍ଚିଲେ ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ । ଅଧିକ ପଢନ୍ତୁ

ଟନେଲ ନିକଟକୁ ଯିବେ ଫସିଥିବା ଶ୍ରମିକଙ୍କ ପରିଜନ, ଉତ୍ତରାଖଣ୍ଡ ସରକାର ବହନ କରିବ ଖର୍ଚ୍ଚ
ଟନେଲ ନିକଟକୁ ଯିବେ ଫସିଥିବା ଶ୍ରମିକଙ୍କ ପରିଜନ, ଉତ୍ତରାଖଣ୍ଡ ସରକାର ବହନ କରିବ ଖର୍ଚ୍ଚ

By ETV Bharat Odisha Team

Published : Nov 20, 2023, 6:16 PM IST

ଟନେଲରେ ଫସିଥିବା ଶ୍ରମିକଙ୍କୁ ଭେଟିବେ ପରିଜନ, ଉତ୍ତରାଖଣ୍ଡ ସରକାର ବହନ କରିବ ଗସ୍ତ ଖର୍ଚ୍ଚ

ଡେରାଡୁନ:ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜାରି ରହିଥିବା ଅପରେସନ ଆଜି 9ମ ଦିନରେ ପହଞ୍ଚିଛି । ସମସ୍ତ 41 ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଫସିଥିବା ଶ୍ରମିକଙ୍କ ପରିବାର ସଦସ୍ୟ ଚାହିଁଲେ ଟନେଲ ନିକଟକୁ ଯାଇ ଶ୍ରମିକଙ୍କ ଭଲମନ୍ଦ ବୁଝିପାରିବେ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ମଧ୍ୟ ଅବଗତ ହୋଇପାରିବେ । ଶ୍ରମିକଙ୍କ ପରିଜନଙ୍କ ଏହି ଯାତ୍ରା ଓ ଅନ୍ୟାନ୍ୟ ଖର୍ଚ୍ଚ ଉତ୍ତରାଖଣ୍ଡ ସରକାର ବହନ କରିବେ । ସେହିପରି କେବଳ ଯାତ୍ରା ଖର୍ଚ୍ଚ ନୁହେଁ ବରଂ ସେମାନଙ୍କୁ ଶାନ୍ତ୍ବନା ଓ ଧୈର୍ଯ୍ୟ ଦେବା ପାଇଁ ଉତ୍ତରାଖଣ୍ଡର ତିନି ଅଧିକାରୀଙ୍କୁ ସରକାର ଘଟଣାସ୍ଥଳକୁ ମଧ୍ୟ ପଠାଇଛନ୍ତି । ପରିଜନଙ୍କ ଉପସ୍ଥିତି ଫଳରେ ଦୀର୍ଘ 9 ଦିନରୁ ଅଧିକ ସମୟ ଧରି ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ମନୋବଳ ଦୃଢ ହେବା ନେଇ ଆଶା କରାଯାଉଛି ।

ଟନେଲରେ ଫସିଥିବା ଶ୍ରମିକଙ୍କୁ ଭେଟିବେ ପରିଜନ, ଉତ୍ତରାଖଣ୍ଡ ସରକାର ବହନ କରିବ ଗସ୍ତ ଖର୍ଚ୍ଚ

ମିଳିଥିବା ସୂଚନା ଅନୁସାରେ, ଫସିଥିବା ଶ୍ରମିକଙ୍କ ପରିଜନଙ୍କ ଆସିବା ଓ ଫେରିବା ଖର୍ଚ୍ଚ, ସେମାନଙ୍କ ଖାଇବା,ପିଇବା ଓ ମୋବାଇଲ ଖର୍ଚ୍ଚ ସରକାର ବହନ କରିବେ । ସେମାନେ ଉଦ୍ଧାରକାରୀ ଟିମର ସଦସ୍ୟଙ୍କ ସହାୟତାରେ ଶ୍ରମିକଙ୍କ ସହ କଥା ମଧ୍ୟ ହୋଇପାରିବେ । ସେହିପରି ଉଦ୍ଧାରକାର୍ଯ୍ୟର ଅଗ୍ରଗତି ଓ ଜାରି ରହିଥିବା ପ୍ରକ୍ରିୟା ସମ୍ପର୍କରେ ଫସିଥିବା ଶ୍ରମିକଙ୍କ ନିଜ ରାଜ୍ୟର ଶ୍ରମ ଅଧିକାରୀଙ୍କୁ ମଧ୍ୟ ନିୟମିତ ଅବଗତ କରାଯିବାର ବ୍ୟବସ୍ଥା ଧାମି ସରକାର ଗ୍ରହଣ କରିଛନ୍ତି । ଏବେ ସୁଦ୍ଧା 9 ଦିନ ଧରି ଉଦ୍ଧାର ଅପରେସନ ଜାରି ରହିଥିବା ବେଳେ ବିଦେଶୀ ଯନ୍ତ୍ରପାତି ଓ ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଆଉ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସେମାନଙ୍କ ନିକଟରେ ପହଞ୍ଚିବାରେ ସଫଳତା ମିଳିବା ନେଇ ଆଶା କରାଯାଉଛି ।

ଏହା ମଧ ପଢନ୍ତୁ :- 9 ଦିନରେ ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣା, ନିଶ୍ବାସ ପାଇଁ ସଂଘର୍ଷ କରୁଛନ୍ତି 41 ଜୀବନ

ଆଜି ଅନ୍ତର୍ଜାତୀୟ ଟନେଲିଂ ଏକ୍ସପର୍ଟ ଅର୍ଡନୋଲ୍ଡ ଡିକ୍ସ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହା ଏକ ଗମ୍ଭୀର କାର୍ଯ୍ୟ ଓ ତାଙ୍କ ଟିମ ସେଠାରେ ରହିଛନ୍ତି । ଶୀଘ୍ର ସମାଧାନ ବାଟ ବାହାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଅନ୍ୟ ଏକ ଅତିରିକ୍ତ ଲାଇଫ-ଲାଇନ ପାଇପ ମଧ୍ୟ ବ୍ୟବସ୍ଥିତ କରାଯାଇଛି । ବହୁ ଅତ୍ୟାଧୁନିକ ଯନ୍ତ୍ରାଂଶ ସହାୟତାରେ ଖୋଳା କାମ ଜାରି ରହିଛି । ଆଉ ଦିନି କିମ୍ବା ଦୁଇ ଦିନ ମଧ୍ୟରେ ସଫଳତା ମିଳିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details