ଡେରାଡୁନ୍: ଜୁଲାଇ 1ରୁ ଆରମ୍ଭ ହେବାକୁ ଥିବା ଚାରିଧାମ ଯାତ୍ରାକୁ ବାତିଲ କଲେ ରାଜ୍ୟ ସରକାର । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ଯାତ୍ରା ପାଇଁ ଏସଓପି ଜାରି କରିଥିଲେ ରାଜ୍ୟ ସରକାର । ତେବେ ହାଇକୋର୍ଟ ଆଦେଶକୁ ପାଳନ କରି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।
ପୁଣି ସ୍ଥଗିତ ଚାରିଧାମ ଯାତ୍ରା - ଉତ୍ତରାଖଣ୍ଡ ସରକାର
ହାଇକୋର୍ଟ ଆଦେଶକୁ ପାଳନ କରି ଚାରିଧାମ ଯାତ୍ରାକୁ ସ୍ଥଗିତ ରଖିଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...
![ପୁଣି ସ୍ଥଗିତ ଚାରିଧାମ ଯାତ୍ରା ଜୁଲାଇ 1ରୁ ଆରମ୍ଭ ହେବ ଚାରିଧାମ ଯାତ୍ରା : SOP ଜାରି](https://etvbharatimages.akamaized.net/etvbharat/prod-images/768-512-12295799-thumbnail-3x2-p.jpg)
ଜୁଲାଇ 1ରୁ ଆରମ୍ଭ ହେବ ଚାରିଧାମ ଯାତ୍ରା : SOP ଜାରି
ତେବେ ଗତକାଲି ହାଇକୋର୍ଟ ଚାରିଧାମ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ପରେ ବି ରାଜ୍ୟ ସରକାର ଯାତ୍ରା ପାଇଁ ଏସଓପି ଜାରି କରିଥିଲେ। ଜାରି ହୋଇଥିବା ଏସଓପି ଅନୁଯାଇ ପ୍ରଥମ ପର୍ଯ୍ୟାୟ ଜୁଲାଇ 1ରୁ ଆରମ୍ଭ ହେବାକୁ ଥିବା ବେଳେ ଉତ୍ତରକାଶି, ରୁଦ୍ରପ୍ରୟାଗ ଏବଂ ଚାମୋଲି ଜିଲ୍ଲାର ଲୋକଙ୍କ ପାଇଁ ଚାରିଧାମ ଯାତ୍ରା ଆରମ୍ଭ ହେବ ବୋଲି କୁହାଯାଇଥିଲା । କେବଳ ସ୍ଥାନୀୟ ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା । ସେହିପରି ଦ୍ବିତୀୟ ପର୍ଯ୍ୟାୟର ଯାତ୍ରା ଜୁଲାଇ 11 ରେ ଆରମ୍ଭ ହେବ ବୋଲି ମଧ୍ୟ କୁହାଯାଇଥିଲା |
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jun 29, 2021, 1:48 PM IST