ଡେରାଡୁନ: ହୁତୁ ହୁତୁ ହୋଇ ଜଳୁଛି ଉତ୍ତରାଖଣ୍ତ ଜଙ୍ଗଲ । ଏହି ଅଗ୍ନିକାଣ୍ଡ ଜଙ୍ଗଲୀ ଜୀବଜନ୍ତୁଙ୍କ ପାଇଁ ଯେତିକି ବିପଦ ସୃଷ୍ଟି କରିଛି ପରିବେଶ ପ୍ରତି ମଧ୍ୟ ବିପଦ ଆଣିଛି ଏହି ବିପର୍ଯ୍ୟୟ । ଜଙ୍ଗଲରେ ନିଆଁ ଲାଗିବା କରାଣରୁ ନିର୍ଗତ ଅଙ୍ଗାରକାମ୍ଳ ହିମାଳୟ ପ୍ରତି ବିପଦ ସୃଷ୍ଟି କରିଛି । ଗ୍ଲାସିଅର ତରଳିବାକୁ ଲାଗିଛି ଫଳରେ ବିପଦରେ ପଡିଛି ଗ୍ଲାସିଅର ।
ୱାଦିଆ ଆର୍ଥ ସାଇନ୍ସ ସଂସ୍ଥାନର ବୈଜ୍ଞାନିକମାନେ ଦୀର୍ଘ ଦିନ ହେବ ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ ନେଇ ବିପଦରେ ଥିବା ହିମାଳୟ ଓ ଗ୍ଲାସିଅର ଉପରେ ନଜର ରଖିଥିଲେ । ହିମାଚୟରେ ଅଙ୍ଗାରକାମ୍ଳ ନିର୍ଗତ ମାତ୍ରା ବୃଦ୍ଧି ପାଇଛି । ନିର୍ଗତ ଅଙ୍ଗରକାମ୍ଳର ପରିମାଣ ଅଢେଇ ଗୁଣ ବୃଦ୍ଧି ପାଇ 11800 ନାନୋଗ୍ରାମ୍/ଘନ ମିଟରରେ ପହଞ୍ଚିଛି ଯାହା ଗ୍ଲେସିୟର ତରଳିବା କାରଣ ପାଲଟିଛି ।
ୱାଦିଆ ଆର୍ଥ ସାଇନ୍ସ ସଂସ୍ଥାନର ପୂର୍ବତନ ଭୂବୈଜ୍ଞାନୀ ଡ. ବିପି ଦୋଭାଲ କହିଛନ୍ତି ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ ଲାଗିବା ଦ୍ବାରା ଅଙ୍ଗାରକାମ୍ଳ ନିର୍ଗତ ପରିମାଣ ବୃଦ୍ଧି ପାଉଛି । ଏ ନେଇ ହିମାଳୟ ଗ୍ଲେସିୟର ଶୀଘ୍ର ତରଳି ଯିବ । ଗ୍ଲୋବାଲ ୱାରମିଙ୍ଗ ହେତୁ ଜଙ୍ଗଲ କ୍ଷୟ ହେଉଛି । ବନ୍ୟଜନ୍ତୁଙ୍କ ପାଇଁ ସ୍ଥାନ ସଙ୍କୁଚିତ ହେଉଛି । ସେ ଆହୁରି କହିଛନ୍ତି ଉତ୍ତରଖଣ୍ଡରେ ଦୁଇଟି ସମ୍ପଦ ଅଛି ପ୍ରଥମ ଜଙ୍ଗଲ ଓ ଦ୍ବିତୀୟ ଗ୍ଲେସିୟର । କାରଣ ଗ୍ଲେସିୟର କାରଣରୁ ଉତ୍ତରାଖଣ୍ଡର ଜଳ ସମ୍ପଦ ଅଛି ମାତ୍ର ବର୍ତ୍ତମାନ ଉଭୟ ଜଙ୍ଗଲ ଏବଂ ଗ୍ଲେସିୟର ବିଲୋପ ହେବାରେ ଲାଗିଛି ।
ବନ ବିଭାଗର ମୁଖ୍ୟ ସଂରକ୍ଷଣକାରୀ ନିଶାନ୍ତ ବର୍ମା କହିଛନ୍ତି ଯେ, ଜଙ୍ଗଲ ଅଗ୍ନିକାଣ୍ଡର ପ୍ରଭାବ ଉପରେ ଏକ ଅଧ୍ୟୟନ କରିବାର ଦାୟିତ୍ବ ହେଉଛି ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ମନ୍ତ୍ରଣାଳୟର ଏହି ଅଧ୍ୟୟନ ପାଇଁ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ରାଜ୍ୟଗୁଡ଼ିକୁ ନିଯୁକ୍ତ କରାଯାଇଛି । ଆଶା କରାଯାଉଛି ଯେ ଆସନ୍ତା ବର୍ଷ ଅଧ୍ୟୟନ ପରେ ଜଙ୍ଗଲ ଅଗ୍ନିକାଣ୍ଡରେ ପରିବେଶର କ୍ଷୟକ୍ଷତିର ତଥ୍ୟ ଏହି କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଉପଲବ୍ଧ ହେବ ।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ