ଓଡିଶା

odisha

ଉତ୍ତରାଖଣ୍ଡରେ ପୁଣି ଖାଇକୁ ଖସିଲା ଗାଡି: 5 ପର୍ଯ୍ୟଟକ ମୃତ

By

Published : Jun 9, 2022, 9:24 PM IST

ଉତ୍ତରାଖଣ୍ଡରେ ପୁଣି ପର୍ଯ୍ୟଟକ ଗାଡି ଦୁର୍ଘଟଣା । 5 ଜଣଙ୍କ ମୃତ୍ୟୁ । ଅନ୍ୟ 3 ଗୁରୁତର ପର୍ଯ୍ୟଟକ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡରେ ପୁଣି ଖାଇକୁ ଖସିଲା ବସ: 5 ପର୍ଯ୍ୟଟକ ମୃତ
ଉତ୍ତରାଖଣ୍ଡରେ ପୁଣି ଖାଇକୁ ଖସିଲା ବସ: 5 ପର୍ଯ୍ୟଟକ ମୃତ

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ ପର୍ଯ୍ୟଟକଙ୍କ ପିଛା ଛାଡୁନି ଅଘଟଣ । ଗତ କିଛି ଦିନ ମଧ୍ୟରେ ଏକାଧିକ ଦୁର୍ଘଟଣାରେ ପ୍ରାଣ ନେଇଥିବାବେଳେ ଆଜି ଆଉ ଏକ ପର୍ଯ୍ଯଟକ ଗାଡି ପୁଣି ଖାଇରେ ଖସିପଡିଛି । ଫଳରେ ଘଟଣାସ୍ଥଳରେ 5 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଘନସାଲି-ଘୁଟୁ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବାବେଳେ ସେମାନେ ସମସ୍ତେ ପର୍ଯ୍ୟଟକ ବୋଲି ପ୍ରାଥମିକ ଭାବେ ସୂଚନା ମିଳିଛି ।

ସ୍ଥାନୀୟ ଜିଲ୍ଲା ବିପର୍ଯ୍ୟୟ ଅଧିକାରୀଙ୍କ ନିକଟରୁ ମିଳିଥିବା ତଥ୍ୟ ଅନୁସାରେ, ଗାଡିରେ ମୋଟ 8ଜଣ ପର୍ଯ୍ୟଟକ ଯାତ୍ରା କରୁଥିଲେ । ଦୁର୍ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ 3 ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ଅଛନ୍ତି । ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନଥିଲେ ସୁଦ୍ଧା, ଘାଟି ରାସ୍ତାରେ ଗାଡିଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିବା ସନ୍ଦେହ କରାଯାଉଛି ।

ଗତ ରବିବାର ମଧ୍ୟ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର 28 ତୀର୍ଥଯାତ୍ରୀ ପ୍ରାଣ ହରାଇଥିଲେ । ଏକ ଯାତ୍ରୀବାହୀ ବସ 2 ଶହ ମିଟର ଗଭୀର ଖାଇରେ ଖସି ପଡିଥିଲା । ପୂର୍ବରୁ ମଧ୍ୟ ଏକାଧିକ ଦୁର୍ଘଟଣାରେ ଏକାଧିକ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଘାଟି ରାସ୍ତା, ପ୍ରତିକୂଳ ପାଗ ଓ ଅନଭିଜ୍ଞ ଚାଳକଙ୍କ ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଥିବା କୁହାଯାଉଛି । ଏପରି ସ୍ଥଳେ ଦୁର୍ଘଟଣା ଏଡାଇବା ପାଇଁ ସମ୍ବେଦନଶୀଳ ରାସ୍ତାରେ SOP ମଧ୍ୟ ଜାରି କରିଛନ୍ତି ରାଜ୍ୟ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details