ଡେରାଡୁନ: ବିଧାନସଭା ନିର୍ବାଚନୀ ମୁହାଁ ୫ ରାଜ୍ୟରେ ସରଗରମ ହେଉଛି ରାଜନୀତି ପାଣିପାଗ । ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ବୁଧବାର ୧୦ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ତାଲିକାରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଷ ରାୱତଙ୍କ ସିଟରେ ପରିବର୍ତ୍ତନ ହୋଇଛି । କିଛି ଦିନ ତଳେ ସେ ରାମନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବା ଜଣା ପଡିଥିଲା ମାତ୍ର ରାମନଗର ବଦଳରେ ସେ ଲାଲକୁଆଁରୁ ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ ହୋଇଛି ।
ଏହାଛଡା ମହେଶ ଶର୍ମା କାଲାଡୁଙ୍ଗୀ ଓ ମହେନ୍ଦ୍ର ପାଲ ସିଂହ ରାମନଗରରୁ ଲଢିବେ । ରାମନଗରରୁ ପ୍ରଥମେ ହରିଷ ରାୱତଙ୍କ ନାମ ଘୋଷଣା ହୋଇଥିଲା ମାତ୍ର ବର୍ତ୍ତମାନ ସେ ଲାଲକୁଆଁ ଆସନରୁ ଲଢିବେ । କଂଗ୍ରେସର ଆଶାୟୀ ଲିଷ୍ଟରେ ପୁଣି ଥରେ ପରିବର୍ତ୍ତନର ଝଲକ ଦେଖିବାକୁ ମିଳିଛି । ଦଳ ହରିଷ ରାୱତଙ୍କ ଝିଅ ଅନୁପମା ରାୱତଙ୍କୁ ହରିଦ୍ବାରରୁ ଟିକେଟ ଦେଇଛି । ନୂଆ ତାଲିକା ଅନୁସାରେ ରଞ୍ଜିତ ରାୱତ ସଲ୍ଟରୁ, କେଶର ସିଂହ ରାୱତ ଚୌବଟାଖାଲରୁ ଲଢିବେ ।