ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂହ ରାୱତ ଇସ୍ତଫା ଦେବାପରେ ବିଜେପି ଏବଂ ତୀରଥଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ହରିଷ ରାୱତ । ତୀରଥ ସମ୍ବିଧାନରେ ବାଧ୍ୟତାମୂଳକ ଭାବେ ଇସ୍ତଫା ଦେଇଛନ୍ତି ଏବଂ କୋରୋନା ସମୟରେ ଉପନିର୍ବାଚନ ଅସମ୍ଭବ ଏହା ଏକ ବଡ ମିଛ ବୋଲି ସେ କହିଛନ୍ତି ।
ଏହାଠୁ ବଡ ମିଛ ଆଉ କଣ ହୋଇପାରେ, ଯେ ସଂକ୍ରମଣ କାରଣରୁ ଉପନିର୍ବାଚନ ହୋଇ ପାରିବ ନାହିଁ ଏବଂ ସାମ୍ବିଧାନିକ ବାଧ୍ୟତା କାରଣରୁ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡିବ । ବାସ୍ତବ କଥା ହେଉଛି କି ସମାନ କୋରୋନା କାରଣରୁ ପୂର୍ବରୁ ଉପନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ସଲ୍ଟ ବିଧାନସଭା ମଣ୍ଡଳୀରେ ଉପନିର୍ବାଚନ ହୋଇଥିଲା, ମୁଖ୍ୟମନ୍ତ୍ରୀ ଏଠାରୁ ମଧ୍ୟ ନିର୍ବାଚନ ଲଢିପାରିଥାନ୍ତେ । ଅନ୍ୟ କେଉଁ ସ୍ଥାନରୁ ଇସ୍ତଫା ଦେଇ ଏଠାରୁ ନିର୍ବାଚନ ଲଢିପାରିଥାନ୍ତେ । ମାତ୍ର ଆଇନ ବାବଦରେ ସମ୍ପୂର୍ଣ୍ଣ ଜ୍ଞାନ ଅଭାବରୁ ରାଜ୍ୟକୁ ଆଉ ଏକ ମୁଖ୍ୟମନ୍ତ୍ରୀ ବାଛିବାକୁ ଦିଆଯାଇଛି । ଏହାକୁ ଲଗାଇ ଗତ 5 ବର୍ଷ ମଧ୍ୟରେ ରାଜ୍ୟ 3 ଜଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଯାଉଛି ବୋଲି ହରିଷ ରାୱତ କହିଛନ୍ତି ।