ଡେରାଡୁନ:ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରାଜଭବନ ପହଞ୍ଚି ଦେଇଛନ୍ତି ଇସ୍ତଫା ପତ୍ର । ସେ ରାଜ୍ୟପାଳ ଗୁରମିତ ସିଂଙ୍କୁ ଭେଟି ଏହି ଇସ୍ତଫା ପତ୍ର ଦେଇଛନ୍ତି । ଗତକାଲି(ଗୁରୁବାର) ଉତ୍ତରାଖଣ୍ଡ ବିଧାନସଭା ଫଳାଫଳ ଆସିବା ପରେ ଖାତିମା ବିଧାନସଭା ମଣ୍ଡଳୀରୁ ନିର୍ବାଚନ ଲଢୁଥିବା ଧାମି ସେଠାରୁ ପରାଜୟ ହୋଇଥିଲେ । ଏହା ପରେ ଆଜି ସେ ଇସ୍ତଫା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଧାମିଙ୍କ ସହ ଅନ୍ୟ ୪ ମନ୍ତ୍ରୀ ରାଜଭବନରେ ପହଞ୍ଚିଛନ୍ତି । ରାଜ୍ୟରେ ବିଜେପିର ଐତିହାସିକ ବିଜୟ ହୋଇଛି । ଦ୍ବିତୀୟ ଥର ଲାଗି ଲଗାତାର ସରକାର ଗଢିବାକୁ ଯାଉଛି ବିଜେପି । ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଥିଲା । ଏକଜିଟ ପୋଲ ଅନୁସାରେ ରାଜ୍ୟରେ ଉଭୟ ଦଳ ଝୁଲା ସରକାର ଗଢିବାର ସମ୍ଭାବନା ରହିଥିଲା । ମାତ୍ର ବିଜେପିକୁ ମିଳିଛି ସଂଖ୍ୟା ଗରିଷ୍ଠତା । ଦଳ ମୋଟ ୭୦ଟି ଆସନରୁ ସର୍ବାଧିକ ୪୭ଟି ଆସନ ହାତେଇଛି । ସେପଟେ କଂଗ୍ରେକ ଖାତାକୁ ଯାଇଛି ୧୮ଟି ଆସନ ।