ଓଡିଶା

odisha

ETV Bharat / bharat

Chardham Yatra 2023: ଆଜିଠୁ ଚାରିଧାମ ଯାତ୍ରା, ପ୍ରଥମେ ଖୋଲିବ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଦ୍ବାର - ଆଜିଠୁ ଚାରିଧାମ ଯାତ୍ରା

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀଙ୍କ ମନ୍ଦିର କବାଟ । ଆସନ୍ତା 25 ତାରଖରେ ଖୋଲିବ କେଦାରନାଥ ଧାମ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 22, 2023, 8:03 AM IST

ଡେରାଡୁନ:ଅକ୍ଷୟ ତୃତୀୟା ଅବସରରେ ଆଜିଠାରୁ ଦେବଭୂମି ଉତ୍ତରାଖଣ୍ଡରେ ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ ଚାରିଧାମ ଯାତ୍ରା । ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଧାମର ମନ୍ଦିର କବାଟ । ଉତ୍ତରାକାଶୀରେ ଥିବା ଗଙ୍ଗୋତ୍ରୀ ଓ ଯମୁନେତ୍ରୀଙ୍କ କବାଟ ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ । ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ତୁଷାରପାତ । ବରଫରେ ଆଚ୍ଛାଦିତ ହୋଇଛି ମାଆ ଯମୁନା ଓ ଗଙ୍ଗାଙ୍କ ମନ୍ଦିର । ସକାଳୁ ସକାଳୁ ଚାରିଧାମକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି ।

ଏହା ମଧ୍ୟ ପଢନ୍ତୁ-Covid Scare: ଦେଶରେ ପୁଣି ଉପରମୁହାଁ କୋରୋନା, ୮ ରାଜ୍ୟକୁ କେନ୍ଦ୍ରର ଚିଠି

ପ୍ରଥମେ ଗଙ୍ଗୋତ୍ରୀ କବାଟ ଖୋଲିବ:ଚାରିଧାମ ଯାତ୍ରାରେ ପ୍ରଥମେ ମାଆ ଗଙ୍ଗୋତ୍ରୀଙ୍କ ମନ୍ଦିର ଦ୍ବାର ଖୋଲିବ । ଗଙ୍ଗୋତ୍ରୀ ମନ୍ଦିର ଦ୍ବାର ଆଜି ଖୋଲିବା ପାଇଁ ପୂର୍ବରୁ ସ୍ଥିର ହୋଇଥିଲା । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗାଙ୍ଗୋତ୍ରୀ ଦ୍ୱାର ଖୋଲିବା ପାଇଁ ସମୟ ସ୍ଥିର କରାଯାଇଥିଲା । ଏହାପରେ ଗଙ୍ଗୋତ୍ରୀ ମନ୍ଦିର କମିଟି ଏକ ବୈଠକ କରି କବାଟ ଖୋଲିବା ପାଇଁ ଶୁଭ ମୁହୁର୍ତ୍ତ ଘୋଷଣା କରିଥିଲେ । ଅକ୍ଷୟ ତୃତୀୟା ଅବସରରେ ଆଜି ଦିନ 12ଟା 35 ମିନିଟ ସମୟରେ ମନ୍ଦିର ଦ୍ବାର ଖୋଲିବ । ଶୁକ୍ରବାର ମାଆ ଗଙ୍ଗାଙ୍କର ଭୋଗ ମୂର୍ତ୍ତୀ, ଡୋଲି ମନ୍ଦିରରେ ପହଞ୍ଚିଥିଲା ।

ଏହା ମଧ୍ୟ ପଢନ୍ତୁ-J&K insurance scam: ସତ୍ୟପାଲ ମଲ୍ଲିକଙ୍କୁ CBIର ସମନ, ମୋଦିଙ୍କ ଉପରେ ଉଠାଇଥିଲେ ପ୍ରଶ୍ନ

ଗଙ୍ଗୋତ୍ରୀ ପରେ ଖୋଲିବ ଯମୁନେତ୍ରୀ ମନ୍ଦିର ଦ୍ୱାର :ସେହିପରି ଗଙ୍ଗୋତ୍ରୀ ଧାମର କବାଟ ଖୋଲିବା ପରେ ଯମୁନେତ୍ରୀ ମନ୍ଦିରର ଦ୍ୱାର ଖୋଲିବ । ଆଜି ଅପରାହ୍ନ 12ଟା 41 ମିନିଟରେ ଭକ୍ତଙ୍କ ପାଇଁ ମାଆଙ୍କ ମନ୍ଦିର ଦ୍ବାର ଖୋଲିବ । ଯମୁନୋତ୍ରୀ ଧାମର କବାଟ ଖୋଲିବାର ତାରିଖ ଗତ ମାର୍ଚ୍ଚ 27ରେ ସ୍ଥିର କରାଯାଇଥିଲା । ସେହି ଦିନ ପଣ୍ଡିତ ଏବଂ ଜ୍ୟୋତିଷମାନେ ମନ୍ଦିରର କବାଟ ଖୋଲିବା ପାଇଁ ମୁହୁର୍ତ୍ତ ସ୍ଥିର କରିଥିଲେ ।

ତେବେ ଆସନ୍ତା 25 ତାରିଖରେ ଶ୍ରଦ୍ଧାଳୁଙ୍କ ପାଇଁ କେଦାରନାଥଙ୍କ ଦ୍ବାର ଖୋଲିବା ନିଷ୍ପତ୍ତି ହୋଇଛି । 27 ତାରିଖରେ ବଦ୍ରିନାଥ ଧାମର କବାଟ ଖୋଲିବ । ଆସନ୍ତା 6 ମାସ ପର୍ଯ୍ୟନ୍ତ ଜାରି ରହିବ ଚାରିଧାମ ଯାତ୍ରା । ଚଳିତ ଥର ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି । କୋଭିଡ କଟକଣା ନଥିବାରୁ ଶ୍ରଦ୍ଧାଳୁମାନେ ନିର୍ଦ୍ବନ୍ଦରେ ଚାରିଧାମ ଯାତ୍ରା କରିପାରିବେ । ଗତବର୍ଷ 46 ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଚାରିଧାମ ଯାତ୍ରା କରିଥିଲେ ।

ABOUT THE AUTHOR

...view details