ଡେରାଡୁନ: ପବିତ୍ର ଅକ୍ଷୟ ତୃତୀୟା (ଆସନ୍ତାକାଲି, 23 ତାରିଖ) ଅବସରରୁ ଆରମ୍ଭ ହେବାକୁ ଯାଉଛି ଉତ୍ତରାଖଣ୍ଡର ଚାରଧାମ ଯାତ୍ରା । ଆଜି ମଧ୍ୟରାତ୍ରରୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଥମେ ଗାଙ୍ଗୋତ୍ରୀ ଓ ପରେ ଯମୁନେତ୍ରୀ ଧାମର ଦ୍ବାର ଖୋଲାଯିବ । ଶ୍ରଦ୍ଧାଳୁମାନେ ଯାତ୍ରାରେ ଅଂଶଗ୍ରହଣ କରି ଚାରଧାମରେ ଦର୍ଶନ ସୁବିଧା ପାଇପାରିବେ ।
ପ୍ରଥମେ ଗଙ୍ଗୋତ୍ରୀଙ୍କ ଦ୍ବାରା ଖୋଲିଥିଲା :-
ଚାରଧାମ ଯାତ୍ରା 2023 ଅନୁସାରେ ପ୍ରଥମେ ମା’ ଗଙ୍ଗାଙ୍କ ବାସସ୍ଥାନ ଗଙ୍ଗୋତ୍ରୀଙ୍କ ଦ୍ୱାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଥିଲା । ଜ୍ୟୋତିଷ ଶାସ୍ତ୍ର ଆଧାରର ଗାଙ୍ଗୋତ୍ରୀ ଧାମର ଦ୍ୱାର ଖୋଲିବାର ସମୟ ନିର୍ଘଣ୍ଟ ହୋଇଥିଲା । ଏହା ପରେ ଗଙ୍ଗୋତ୍ରୀ ମନ୍ଦିର କମିଟି ଏକ ବୈଠକ କରି ଦ୍ବାର ଖୋଲିବା ପାଇଁ ଶୁଭ ସମୟ ଘୋଷଣା କରିଥିଲା । ଅକ୍ଷୟ ତୃତୀୟା ଅବସରରେ ଆଜି ମଧ୍ୟରାତ୍ରୀ 12.35 ରେ, ପ୍ରଥମେ ଗଙ୍ଗୋତ୍ରୀ ଧାମର ଦ୍ବାର ଖୋଲାଯିବା ପରେ ମା‘ ଯମୁନାଙ୍କ ବାସସ୍ଥାନ ଯମୁନେତ୍ରୀ ମନ୍ଦିରର ଦ୍ୱାର ଖୋଲାଯିବ ।
ପ୍ରଥମେ ଗଙ୍ଗୋତ୍ରୀ ଧାନର ଦ୍ବାର ଖୋଲାଯିବା ପରେ ଯମୁନେତ୍ରୀଙ୍କ ଦ୍ବାର ମଧ୍ୟ ଖୋଲାଯିବ
ପ୍ରଥମେ 12.35 ରେ ଗଙ୍ଗୋତ୍ରୀଙ୍କ ଦ୍ବାର ଖୋଲାଯିବା ପରେ ମଧ୍ୟରାତ୍ରୀ 12.41ରେ ଭକ୍ତମାନଙ୍କ ପାଇଁ ଯମୁନେତ୍ରୀ ଧାମର ଦ୍ୱାର ଖୋଲାଯିବ । ଗତକାଲି (ଶୁକ୍ରବାର) ମାତା ଯମୁନାଙ୍କ ଡୋଲି ଯମୁନେତ୍ରୀ ଅଭିମୁଖେ ଯାତ୍ରା କରିଥିଲେ । ଏଥିରେ ଭକ୍ତଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା ।
ପ୍ରତିବର୍ଷ ଏହି ଚାରଧାମ ଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳେ । ସମଗ୍ର ଦେଶରୁ ଶ୍ରଦ୍ଧାଳୁମାନେ ଏହି ଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ଉତ୍ତରାଖଣ୍ଡ ଯାତ୍ରା କରିଥାନ୍ତି । ଉତ୍ତରାଖଣ୍ଡରେ ଏହି 4ଟି ଧାମକୁ ଚାରଧାମ ବୋଲି ମଧ୍ୟ କୁହାଯାଏ । ଏଥର ମଧ୍ୟ ଯାତ୍ରା ଆଜି ମଧ୍ୟରାତ୍ରରୁ ଆରମ୍ଭ ହେବାକୁ ଯାଉଛି । ଯାତ୍ରୀଙ୍କୁ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି ସ୍ଥାନୀୟ ପ୍ରଶାସନ ।
ପୂର୍ବରୁ କୋଭିଡ କଟକଣା ମଧ୍ୟରେ ଏହାକୁ ବନ୍ଦ ରଖାଯାଇଥିଲା । ପରେ ଗତବର୍ଷ ଏହା ଆରମ୍ଭ କରାଯାଇଥିଲା ବେଳେ ଏଥିରେ କେବଳ ନୀତିକାନ୍ତି ପାଇଁ ସୀମିତ ସଂଖ୍ୟକ ପ୍ରବେଶ ଅନୁମତି ରହିଥିଲା । କେବଳ ପୁରୋହିତ ଓ ପୂଜକଙ୍କ ଦ୍ବାରା ଏହି ଯାତ୍ରା ସମାପିତ ହୋଇଥିଲା । ଚଳିତ ଥର କୋଭିଡ ସ୍ଥିତି ସୁଧୁରିବା ପରେ ସ୍ବାଭାବିକ ଭାବେ ଏହି ଯାତ୍ରା ଆୟୋଜନ କରାଯାଇଛି । ଅକ୍ଷୟତୃତୀୟ ଅବସରରେ ଏହି 4 ଧାମର ଦ୍ବାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ