ଓଡିଶା

odisha

ETV Bharat / bharat

Uttarakhand Assembly: କ୍ୟାବିନେଟ ମନ୍ତ୍ରୀଙ୍କ ବଢୁଛି ହାର୍ଟବିଟ, ଜାଣନ୍ତୁ କିଏ ଆଗୁଆ କିଏ ପଛୁଆ ? - ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ୨୦୨୨

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଜାରି ଭୋଟ ଗଣନା । ବଢୁଛି ନେତାଙ୍କ ହାର୍ଟବିଟ । ଫଳାଫଳ ଉପରେ ସମସ୍ତଙ୍କ ନଜର । ଦୌଡ଼ରେ ବଡ଼ ବଡ଼ ନେତା ରହିଛନ୍ତି ପଛରେ । ଯେଉଁଥିରେ ସାମିଲ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ତେବେ ଆସନ୍ତୁ ଜାଣିବା ଏଯାବତ ଭୋଟ ଗଣନାରେ କଣ ରହିଛି ମନ୍ତ୍ରୀଙ୍କ ଅପଡେଟ ? କିଏ ରହିଛି ଆଗରେ ଓ କିଏ ପଛରେ ? ଅଧିକ ପଢନ୍ତୁ

Uttarakhand Assembly: କ୍ୟାବିନେଟ ମନ୍ତ୍ରୀଙ୍କ ନିର୍ବାଚନୀ ଫଳ, ଜାଣନ୍ତୁ କିଏ ଆଗୁଆ କିଏ ପଛୁଆ ?
Uttarakhand Assembly: କ୍ୟାବିନେଟ ମନ୍ତ୍ରୀଙ୍କ ନିର୍ବାଚନୀ ଫଳ, ଜାଣନ୍ତୁ କିଏ ଆଗୁଆ କିଏ ପଛୁଆ ?

By

Published : Mar 10, 2022, 11:34 AM IST

ଡେରାଡୁନ:ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣନା ଚାଲିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ମନ୍ତ୍ରୀମାନଙ୍କ ଜନମତ ବୃଦ୍ଧି ପାଉଥିବା ବେଳେ କ୍ୟାବିନେଟ ମନ୍ତ୍ରୀମାନେ ନିଜ ନିଜ ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବୀମାନଙ୍କ ଠାରୁ ଆଗୁଆ ରହିଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସକାଳୁ ଖଟିମା ଆସନରୁ ଆଗେଇ ଆସୁଥିଲେ। ହେଲେ କିଛି ସମୟ ପରେ ଦୌଡରେ ଧିମେଇଛନ୍ତି ଧାମି । ଚୌବଟ୍ଟାଖାଲରୁ କ୍ୟାବିନେଟ ମନ୍ତ୍ରୀ ସତ୍ୟପାଲ ମହାରାଜ ଆଗରେ ରହିଛନ୍ତି।

ଏଥିସହ ଉତ୍ତର ପ୍ରଦେଶରେ 10 ଜଣ ବିଜେପି ମନ୍ତ୍ରୀ ଦୌଡ଼ରେ ଅଛନ୍ତି ଯେଉଁମାନଙ୍କ ଭାଗ୍ୟ ଆଜି ନିର୍ଦ୍ଧାରଣ ହେବାକୁ ଯାଉଛି। ଭୋଟ ଗଣନା ଜାରି ରହିଥିବା ବେଳେ ରାଜ୍ୟବାସୀଙ୍କ ବଢୁଛି ହାର୍ଟବିଟ୍‌ । ଫଳାଫଳ ଉପରେ ରହିଛି ସମସ୍ତ ରାଜନୈତିକ ଦଳର ନଜର । ପ୍ରତି ମୁହୂର୍ତ୍ତରେ ଖବର ସହିତ ଯୋଡ଼ି ହୋଇ ରହିଛନ୍ତି ଦେଶବାସୀ । ଏହାରି ମଧ୍ୟରେ ନିଜ ବିଧାନସଭା ଆସନରେ ଆଗୁଆ ରହିଛନ୍ତି କ୍ୟାବିନେଟ ମନ୍ତ୍ରୀ । କିନ୍ତୁ ମୁଖ୍ୟମନ୍ତ୍ରୀ ଧାମି ଦୌଡ଼ରେ ପଛରେ ରହିଛନ୍ତି ।

ଚୌବଟ୍ଟାଖାଲରୁ କ୍ୟାବିନେଟ ମନ୍ତ୍ରୀ ସତ୍ୟପାଲ ମହାରାଜ ଆଗରେ ରହିଥିବା ବେଳେ ଡିଡିହାଟରୁ କ୍ୟାବିନେଟ ମନ୍ତ୍ରୀ ବିଶନ ସିଂହ ଚୁଫାଲ ଆଗରେ ରହିଛନ୍ତି । ଶିକ୍ଷାମନ୍ତ୍ରୀ ଅରବିନ୍ଦ ପାଣ୍ଡେ ଗଦରପୁର ଆସନରୁ ପ୍ରଥମରୁ ଆଗରେ ରହିଥିବା ବେଳେ ଏବେ ପଛରେ ରହିଛନ୍ତି । ହରିଦ୍ବାର ଗ୍ରାମୀଣ କ୍ୟାବିନେଟ ମନ୍ତ୍ରୀ ଯତୀଶ୍ବରାନନ୍ଦ, ମସୁରୀର କ୍ୟାବିନେଟ ମନ୍ତ୍ରୀ ଗଣେଶ ଜୋଶୀ ଓ ରାମେଶ୍ବରର କ୍ୟାବିନେଟ ମନ୍ତ୍ରୀ ରେଖା ଆର୍ଯ୍ୟ ଆଗରେ ରହିଛନ୍ତି ।

ଏହି ମନ୍ତ୍ରୀଙ୍କ ନିକଟରେ ରହିଛି ଗୁରୁତ୍ବପୂର୍ଣ୍ଣ ବିଭାଗ:-

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନିକଟରେ ରହିଛି ମନ୍ତ୍ରୀ ପରିଷଦ, କର୍ମଚାରୀ, ସଚେତନତା-ଶାସନ-ଦୁର୍ନୀତି ନିବାରଣ ଏବଂ ଜନସେବା, ଘର, ରାଜକୀୟ ସମ୍ପତ୍ତି, ରାଜସ୍ବ, ନ୍ୟାୟ, ସୂଚନା, ବୈଷୟିକ ଶିକ୍ଷା, ବେସାମରିକ ବିମାନ ଚଳାଚଳ, ଅର୍ଥ, ଯୋଜନା, ସଚିବାଳୟ ପ୍ରଶାସନ, ସାଧାରଣ ପ୍ରଶାସନ, ଶିଳ୍ପ ବିକାଶ (ଖଣି) ମଧ୍ୟ ରଖାଯାଇଥିଲା । ଯାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଏ । ଅନ୍ୟପକ୍ଷରେ ସତ୍ୟପାଲ ମହାରାଜଙ୍କ ସମ୍ପର୍କରେ ଆଲୋଚନା କଲେ ତାଙ୍କ ନିକଟରେ ଜଳସେଚନ, ବନ୍ୟା ନିୟନ୍ତ୍ରଣ, କ୍ଷୁଦ୍ର ଜଳସେଚନ, ଜଳସେଚନ ପରିଚାଳନା, ଭାରତ-ନେପାଳ ଉତ୍ତରପ୍ରଦେଶ ନଦୀ ପ୍ରକଳ୍ପ, ପର୍ଯ୍ୟଟନ, ସଂସ୍କୃତି ଏବଂ ଦାନ, ଜନସମ୍ପର୍କ ବିଭାଗ ରହିଛି ।

ବଂଶୀଧର ଭଗତ ବିଧାନସଭା ତଥା ସଂସଦୀୟ ବ୍ୟାପାର, ଖାଦ୍ୟ, ନାଗରିକ ସାମଗ୍ରୀ, ସହରୀ ବିକାଶ, ଗୃହ, ସୂଚନା ପ୍ରଯୁକ୍ତିବିଦ୍ୟା ଦାୟିତ୍ବରେ ରହିଛନ୍ତି। ବିଶନ ସିଂହ ଚୁଫାଲଙ୍କ ପାଖରେ ପାନୀୟ ଜଳ, ବର୍ଷାଜଳ ଅମଳ, ଗ୍ରାମୀଣ ନିର୍ମାଣ, ଜନଗଣନା ବିଭାଗ ରହିଛି । ସୁବୋଧ ଉନିଆଲ କୃଷି, କୃଷି ଶିକ୍ଷା, କୃଷି ମାର୍କେଟିଂ, ଉଦ୍ୟାନ କୃଷି ଏବଂ କୃଷି ପ୍ରକ୍ରିୟାକରଣ, ଉଦ୍ୟାନ କୃଷି ଏବଂ ଫଳ ଶିଳ୍ପ, କୃଷି, ଜୈବ ପ୍ରଯୁକ୍ତିବିଦ୍ୟା ରହିଛି । ଅନ୍ୟପକ୍ଷରେ ଯଦି ଆମେ ଅରବିନ୍ଦ ପାଣ୍ଡେଙ୍କ ସମ୍ପର୍କରେ କଥା ହେବା ତାଙ୍କ ନିକଟରେ ବିଦ୍ୟାଳୟ ଶିକ୍ଷା ବିଭାଗ ଓ ମୌଳିକ ଏବଂ ମାଧ୍ୟମିକ, କ୍ରୀଡ଼ା, ଯୁବ କଲ୍ୟାଣ, ପଞ୍ଚାୟତିରାଜ, ସଂସ୍କୃତ ଶିକ୍ଷା ରହିଛି।

ଗଣେଶ ଯୋଶୀଙ୍କ ନିକଟରେ ସାମରିକ କଲ୍ୟାଣ, ଶିଳ୍ପ ବିକାଶ, କ୍ଷୁଦ୍ର-ମାଇକ୍ରୋ ଏବଂ ମଧ୍ୟମ ଉଦ୍ୟୋଗ, ଖଦି ଏବଂ ଗ୍ରାମ ଶିଳ୍ପ ରହିଛି । ଧନ ସିଂ ରାୱତଙ୍କ ନିକଟରେ ସହକାରିତା, ପ୍ରୋଟୋକଲ୍, ବିପର୍ଯ୍ୟୟ ପରିଚାଳନା ଏବଂ ପୁନର୍ବାସ, ଉଚ୍ଚଶିକ୍ଷା, ଡାକ୍ତରୀ ସ୍ବାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ରହିଛି । ରେଖା ଆର୍ଯ୍ୟଙ୍କ ସମ୍ପର୍କରେ କଥା ହେଲେ ତାଙ୍କ ନିକଟରେ ମହିଳା ସଶକ୍ତିକରଣ ଏବଂ ଶିଶୁ ବିକାଶ, ପଶୁପାଳନ, ଦୁଗ୍ଧ ବିକାଶ, ମତ୍ସ୍ୟ ବିଭାଗ ରହିଛି । ଯତିଶ୍ବରାନନ୍ଦଙ୍କ ନିକଟରେ ଭାଷା, ପୁନର୍ଗଠନ, ଆଖୁ ବିକାଶ ଏବଂ ଚିନି ଶିଳ୍ପ, ଗ୍ରାମୀଣ ବିକାଶ ବିଭାଗ ରହିଛି । ଅନ୍ୟପଟେ ହରକ ସିଂ ରାୱତ ଏବଂ ଯଶପାଲ ଆର୍ଯ୍ୟ ଧାମି ସରକାରରେ କ୍ୟାବିନେଟ ଦାୟିତ୍ବ ତୁଲାଉଥିବା ବେଳେ ସେମାନେ ନିର୍ବାଚନରେ ​​କଂଗ୍ରେସରେ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details