ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡରେ ସ୍ଥାପନ ହେଲା ଦେଶର ପ୍ରଥମ ଭୂକମ୍ପ ପ୍ରାକ୍‍ ସୂଚନା ବ୍ୟବସ୍ଥା - ଉତ୍ତରାଖଣ୍ଡ ଭୁକମ୍ପ ଆଲର୍ଟ ଆପ

ଉତ୍ତରାଖଣ୍ଡରେ ସ୍ଥାପିତ ହେଲା ଭାରତର ପ୍ରଥମ ଭୂକମ୍ପ ପ୍ରାରମ୍ଭିକ ସତର୍କ ସୂଚନା ପ୍ରଦାନକାରୀ ବ୍ୟବସ୍ଥା । ବୁଧବାର ଦିନ ଏହା ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଉତ୍ତରାଖଣ୍ଡ ଭୂକମ୍ପ ଆଲର୍ଟ ଆପକୁ ଲଞ୍ଚ କରିଛନ୍ତି। ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡରେ ସ୍ଥାପନ ହେଲା ଦେଶର ପ୍ରଥମ ଭୂକମ୍ପ ପ୍ରାକ୍‍ ସୂଚନା ବ୍ୟବସ୍ଥା
ଉତ୍ତରାଖଣ୍ଡରେ ସ୍ଥାପନ ହେଲା ଦେଶର ପ୍ରଥମ ଭୂକମ୍ପ ପ୍ରାକ୍‍ ସୂଚନା ବ୍ୟବସ୍ଥା

By

Published : Aug 4, 2021, 3:54 PM IST

ଡେରାଡୁନ: ଉତ୍ତରାଖଣ୍ଡରେ ସ୍ଥାପିତ ହେଲା ଭାରତର ପ୍ରଥମ ଭୂକମ୍ପ ପ୍ରାରମ୍ଭିକ ସତର୍କ ସୂଚନା ପ୍ରଦାନକାରୀ ବ୍ୟବସ୍ଥା । ବୁଧବାର ଦିନ ଏହା ଉନ୍ମୋଚିତ ହୋଇଛି। ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (USDMA) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ରୁର୍କି ଦ୍ୱାରା ଏକ ନୂତନ ଆପ ତଥା ଉତ୍ତରପ୍ରଦେଶ ଭୂକମ୍ପ ଆଲର୍ଟ ଆପ୍ ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ଉତ୍ତରାଖଣ୍ଡ ଭୂକମ୍ପ ଆଲର୍ଟ ଆପକୁ ଲଞ୍ଚ କରିଛନ୍ତି। ଜନସାଧାରଣଙ୍କ ସୁରକ୍ଷାକୁ ମଜବୁତ କରିବା ପାଇଁ ଏଭଳି ଏକ ଆପ୍ ତିଆରି କରିବାରେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଭୂକମ୍ପ ଅନୁଭୂତ ହେବା କ୍ଷେତ୍ରରେ ଏହା ଉକ୍ତ ଅଞ୍ଚଳ ଜନସାଧାରଣଙ୍କୁ ଫୋନରେ ସତର୍କ ସୂଚନା ପଠାଇବ। ଏହାଦ୍ୱାରା ଲୋକମାନେ ନିରାପଦ ସ୍ଥାନକୁ ଚାଲିଯିବାକୁ ସମୟ ପାଇବେ। ତେବେ ପୂର୍ବରୁ ଜାପାନ, ମେକ୍ସିକୋ ଏବଂ ଆମେରିକାରେ ଏହିଭଳି ଭୂକମ୍ପ ପ୍ରାକ୍‍ ସୂଚନା ପ୍ରଦାନ ବ୍ୟବସ୍ଥା ସ୍ଥାପନ କରାଯାଇସାରିଛି। ଭୂକମ୍ପ ପ୍ରାରମ୍ଭିକ ସତର୍କ ସୂଚନା ପ୍ରଣାଳୀ ଠିକ ସମୟରେ ଭୂକମ୍ପ ଉପରେ ନଜର ରଖିଥାଏ । ଉଲ୍ଲେଖଯୋଗ୍ୟ, ମନ୍ଥର ଭୂକମ୍ପର ତରଙ୍ଗ ମଧ୍ୟ 11,100 କିଲୋମିଟରରୁ ଅଧିକ ବେଗରେ କରିଥାଏ, ଯଦ୍ଦ୍ୱାରା ଏହାର ଉତ୍ପତ୍ତିସ୍ଥଳଠାରୁ ଦୂରରେ ଥିବା ଲୋକମାନେ କିଛି ସତର୍କତା ପଦକ୍ଷେପ ନେବାକୁ କିଛି ସେକେଣ୍ଡ ସମୟ ପାଇବେ। ଏହି ବ୍ୟବସ୍ଥା ପାଇଁ ଉତ୍ତରାଖଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଆଇଆଇଟି-ରୁର୍କି‌ ଦ୍ୱାରା ଏକ ନୂଆ ଆପ୍ଲିକେସନ ଉତ୍ତରାଖଣ୍ଡ ଭୂକମ୍ପ ଆଲର୍ଟ ଆପ୍‍ ବିକାଶ କରାଯାଇଛି।

ଆଇଆଇଟି-ରୁର୍କିରୁ ପ୍ରଫେସର କମଲଙ୍କ ଅନୁଯାୟୀ, ଭୂକମ୍ପର କେନ୍ଦ୍ର ଆମଠାରୁ କେତେ ନିକଟତର ତାହା ଉପରେ ନିର୍ଭର କରି ସିଷ୍ଟମ ସହିତ କିଛି ସେକେଣ୍ଡରୁ ଏକ ମିନିଟ ପର୍ଯ୍ୟନ୍ତ ଆମେ ସମୟ ପାଇପାରିବା। ଉଦାହରଣ ସ୍ୱରୂପ, ଏକ ପାହାଡ ଜିଲ୍ଲାର ଏକ ଭୂକମ୍ପ ସମୟରେ, ଦେହରାଡୁନର ଲୋକମାନେ ସ୍ଥାନାନ୍ତର ପାଇଁ ପ୍ରାୟ 15 ସେକେଣ୍ଡ ପାଇବେ । ବିଶେଷକରି ସହରାଞ୍ଚଳରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସରକାର ସାଇରନ୍ ଲଗାଉଛନ୍ତି।

1991 ରେ 6.8 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଉତ୍ତରକାଶିକୁ ନଷ୍ଟ କରି ଦେଇଥିଲା। ଯେଉଁଥିରେ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। 1999 ରେ, ଚାମୋଲିରେ ଆଉ 6.8 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ 100 ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ପ୍ରକାଶଥାଉକି, ଏହି ଅଞ୍ଚଳର ସବୁଠାରୁ ବଡ ଭୂକମ୍ପ ଦୁଇ ଶତାବ୍ଦୀ ପୂର୍ବରୁ, 1803 ମସିହାରେ 7 ମ୍ୟାଗ୍ନିଚ୍ୟୁଡର ଘଟିଥିଲା।

ABOUT THE AUTHOR

...view details