ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପୁଣି ଲଜ୍ଜା । ମଥୁରାରେ ଜଣେ ୯ ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨ ଜଣ ନାବାଳକ ମିଶି ଏହି ଦୁଷ୍କର୍ମ ଘଟାଇଥିବା ଅଭିଯୋଗ ହୋଇଛି । ଏଭଳି ଜଘନ୍ୟ କାଣ୍ଡ ଘଟାଇବା ସହ ଭିଡିଓ ଉତ୍ତୋଳନ କରିଥିଲେ । ଘଟଣା ବିଷୟରେ କାହାକୁ କହିଲେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିଦେବା ନେଇ ଧମକ ଦେଇଥିଲେ ୨ ନାବାଳକ । ଏନେଇ ପିଡୀତାଙ୍କ ସମ୍ପର୍କୀୟ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରିବା ସହ ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ପଠା ଯାଇଥିବା ନେଇ ହାଇଓ୍ବେ ପୋଲିସ ଷ୍ଟେସନର ଅଧିକାରୀ ସୂଚନା ଦେଇଛନ୍ତି।
ୟୁପିରେ ଲଜ୍ଜା, 9ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କଲେ 2ନାବାଳକ
ମଥୁରାରେ ୯ ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ । ଏଥିସହ ଅଭିଯୁକ୍ତ ଘଟଣାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଇଥିଲେ । ଅଧିକ ପଢନ୍ତୁ
Uttar Pradesh two minors rape Nine year old girl
ଅନ୍ୟପଟେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ଶନିବାର ସନ୍ଧ୍ୟାରେ ନାବାଳିକା ଜଣକ ଘରେ ଏକୁଟିଆ ଥିବା ବେଳେ ଏହି ଘଟଣା ଘଟିଥିଲା । ପାଖ ପଡ଼ୋଶୀରେ ରହୁଥିବା ନାବାଳକ ଦୁଇଜଣ ଘରେ ପଶି ନାବାଳିକାଙ୍କ ସହ ଅସଦାଚରଣ କରିଥିଲେ । ନାବାଳିକା ଜଣକ ଏହାର ବିରୋଧ କରିବାରୁ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଜଣକ ଏହି ଘଟଣାର ଏକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ