ଲକ୍ଷ୍ନୌ: ଦୈନନ୍ଦିନ କୋରୋନା ମାମଲାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶକୁ କୋଭିଡ ପ୍ରଭାବିତ ରାଜ୍ୟ ଭାବରେ କରାଗଲା ଘୋଷଣା । ପରିସ୍ଥିତିର ଆକଳନ ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅତିରିକ୍ତ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ ଡିସେମ୍ବର 27 ରେ କହିଛନ୍ତି । ଉତ୍ତରପ୍ରଦେଶ ଜନସ୍ବାସ୍ଥ୍ୟ ଏବଂ ମହାମାରୀ ନିୟନ୍ତ୍ରଣ ଆଇନ, 2020ର ଧାରା 3 ଅନୁଯାୟୀ ସମଗ୍ର ରାଜ୍ୟକୁ କୋଭିଡ ପ୍ରଭାବିତ ବୋଲି ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ଏକ ଘୋଷଣା ଜାରି କରିଛନ୍ତି ଯେ, ମାର୍ଚ୍ଚ 31,2022 ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଦିଆଯିବା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ।
ସମ୍ପୂର୍ଣ୍ଣ କୋରୋନା ପ୍ରଭାବିତ ରାଜ୍ୟ ଘୋଷଣା ହେଲା UP, ଆସନ୍ତା ମାର୍ଚ୍ଚ 31 ପର୍ଯ୍ୟନ୍ତ ରହିବ ବଳବତ୍ତର - କୋରୋନା ପ୍ରଭାବିତ ରାଜ୍ୟ ୟୁପି
ଦୈନନ୍ଦିନ କୋରୋନା ମାମଲାକୁ(daily corona cases) ଦୃଷ୍ଟିରେ ରଖି ଉତ୍ତରପ୍ରଦେଶକୁ କୋଭିଡ ପ୍ରଭାବିତ ରାଜ୍ୟ ଭାବରେ କରାଗଲା ଘୋଷଣା । ପରିସ୍ଥିତିର ଆକଳନ ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅତିରିକ୍ତ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ(Additional Chief Secretary (Health) Amit Mohan Prasad) ଡିସେମ୍ବର 27 ରେ କହିଛନ୍ତି । ଅଧିକ ପଢନ୍ତୁ

ତେବେ ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 80ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ 11 ଜଣ ସୁସ୍ଥ ହୋଇଥିଲେ । ଏହି ସମୟରେ କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତାର କାରଣ ପାଲଟିଥିବାବେଳେ ଅନେକ ରାଜ୍ୟ ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ବହୁ କଟକଣା ଲଗାଇଛନ୍ତି ।
ମହାମାରୀ ଆକ୍ଟ ଅର୍ଥାତ କୋରୋନା ପ୍ରଭାବିତ ରାଜ୍ୟ ଘୋଷିତ ହେବା ପରେ ଯେଉଁ ନୂଆ ଗାଇଡଲାଇନ ଜାରି ହେବ, ସମସ୍ତଙ୍କୁ ଏହା କଡ଼ାକଡି ପାଳନ କରିବାକୁ ହେବ ଏବଂ ଗାଇଡଲାଇନ ଉଲଙ୍ଘନ କଲେ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ଏପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁପିରେ ଗତ ଡିସେମ୍ବର ୨୫ରୁ ନାଇଟ କର୍ଫ୍ୟୁ ଜାରି ହୋଇଛି ।