ଲକ୍ଷ୍ନୌ: ଆଗକୁ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ । ୪୦୩ଟି ଆସନରେ ନିର୍ବାଚନ ହେବାକୁ ଥିବା ବେଳେ ଗଡ ହାତେଇବା ପାଇଁ ଏବେ ଦଳ ଦଳ ମଧ୍ୟରେ ଆରମ୍ଭ ହେଲାଣି କସରତ । ଏଥିରୁ ବାଦ ପଡିନାହିଁ ଶିବସେନା । ଆସନ୍ତା ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢିବ ଶିବସେନା । ଏନେଇ ଗତକାଲି (ଶନିବାର) ଶିବସେନା ଆଞ୍ଚଳିକ କାର୍ଯ୍ୟନିର୍ବାହୀ ସଂସ୍ଥାର ବୈଠକ ପରେ ଘୋଷଣା କରିଛି ଦଳ ।
ଶିବସେନା ଲୋକଙ୍କ ସ୍ବର ହେବ ଏବଂ ୟୁପିରେ ବିଜେପିର ମୁକାବିଲା ପାଇଁ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବ ଶିବସେନା । ସଂଗଠନକୁ ମଜବୁତ କରିବା ପାଇଁ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ସଂଯୋଜକଙ୍କୁ ମଧ୍ୟ ନିଯୁକ୍ତ କରିଛି ଶିବସେନା । ରାଜ୍ୟ ନେତାଙ୍କ ପ୍ରତିନିଧି ଦଳ ଖୁବଶୀଘ୍ର ନିର୍ବାଚନ ରିପୋର୍ଟ ପ୍ରଦାନ କରିବେ ବୋଲି ମଧ୍ୟ ଦଳ ପକ୍ଷରୁ କୁହାଯାଇଛି ।