ଓଡିଶା

odisha

ETV Bharat / bharat

ଭାରତର ବଡ କୂଟନୈତିକ ବିଜୟ, ଏବେ S-400 ପାଇଁ ରାସ୍ତା ସଫା - ଭାରତ ପାଇଁ କାଟସା ହଟାଇଲା USA

ଋଷିଆଠାରୁ ଅତ୍ୟାଧୁନିକ S-400 କିଣିବା ନେଇ ଭାରତ ପାଇଁ ରାସ୍ତା ସଫା ହୋଇଛି । କାରଣ S-400 କିଣିବା ନେଇ କାଟସା କଟକଣା ହଟାଇଛି ଆମେରିକା । ଅଧିକ ପଢ଼ନ୍ତୁ

USA waived CAATSA  for India on purchase of Russian S 400 air defense systems
ଭାରତ ପାଇଁ ବଡ କୂଟନୈତିକ ବିଜୟ, ଏବେ S-400 ରାସ୍ତା ସଫା

By

Published : Jul 15, 2022, 5:49 PM IST

ୱାଶିଂଟନ: ଋଷିଆଠାରୁ ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ S-400 କିଣିବା ନେଇ ଭାରତ ପାଇଁ ରାସ୍ତା ସଫା ହୋଇଛି । କାରଣ S-400 କିଣିବା ନେଇ କାଟସା (CAATSA) America's Adversaries Through Sanctions Act କଟକଣା ହଟାଇଛି ଆମେରିକା । ଖାଲି ସେତିକି ନୁହେଁ ସୀମା ବିବାଦକୁ ନେଇ ଚୀନ୍ ଭଳି ଆକ୍ରମଣକାରୀ ଦେଶ ବିରୋଧରେ ଭାରତକୁ ସର୍ବଦା ଆମେରିକା ସମର୍ଥନ କରିବ ବୋଲି କହିଛି ।

କାଟସା କଟକଣା ଲାଗିଥିଲେ ଭାରତକୁ ଅନୈତିକ କ୍ଷେତ୍ରରେ ଅନେକ କ୍ଷତି ସହିବାକୁ ପଡ଼ିଥାନ୍ତା । କନ୍ତୁ ଏହାକୁ ନେଇ ଆଉ ଭାରତକୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ୨୦୧୪ରୁ ୨୦୧୬ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ବେଳେ ଏହି କଟକଣା ଆରମ୍ଭ ହୋଇଥିଲା । ଋଷିଆଠାରୁ ବିଶେଷ ଭାବରେ ଯୁଦ୍ଧାସ୍ତ୍ର କ୍ରୟ ବିରୋଧରେ ଏହି କଠୋର କଟକଣା ଜାରି କରାଯାଇଥିଲା । ୨୦୧୭ରେ ଏହାକୁ ବିଧିବଦ୍ଧ ଭାବରେ ଆଇନ ରୂପେ ପ୍ରଣୟନ କରାଯାଇଥିଲା ।

୨୦୧୮ରେ S-400 କିଣିବା ପାଇଁ ଭାରତ ଋଷିଆ ସହ ୫ ବିଲିୟନ ଡଲାର ଡିଲ୍‌ କରିଥିଲେ । ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ସତ୍ତ୍ବେ ଋଷିଆଠାରୁ ଭାରତ S-400 ଡିଫେନ୍ସ ମିଶାଇଲ ସିଷ୍ଟମ ୫ଟି ୟୁନିଟ କିଣିବାକୁ ଡିଲ୍‌ କରିଥିଲା । ଏହାପୂର୍ବରୁ ତୁର୍କି ଋଷିଆଠାରୁ S-400 ଡିଫେନ୍ସ ମିଶାଇଲ ସିଷ୍ଟମ କିଣିଥିବା ବେଳେ ତୁର୍କି ଉପରେ କାଟ୍‌ସା କଟକଣା ଲଗାଇଥିଲା ଆମେରିକା । ତେବେ ଭାରତର କୂଟନୀତି ଆଗରେ ଆମେରିକାକୁ ଆଜି ମୁଣ୍ଡ ନୂଆଇଁବାକୁ ପଡ଼ିଛି । ଭାରତ ମଧ୍ୟ ଋଷିଆଠାରୁ S-400 ଡିଫେନ୍ସ ମିଶାଇଲ ସିଷ୍ଟମ କିଣିବ ହେଲେ ଏହାକୁ ନେଇ କାଟସା କଟକଣା ଲାଗିବ ନାହିଁ ।

ABOUT THE AUTHOR

...view details