ଓ୍ବାଶିଂଟନ:ଆମେରିକା ଉପରାଷ୍ଟ୍ରପତି କମଲା ହାରିଶ କୋଭିଡରେ(COVID-19) ସଂକ୍ରମିତ । ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । COVID ଲକ୍ଷଣ ପ୍ରକାଶ ପାଇବା ପରେ ପରୀକ୍ଷା କରାଇଥିଲେ କମଲା । ପରେ ରିପୋର୍ଟ ପଜିଟିଭ ଜଣାପଡିଥିଲା ।
ଆମେରିକା ଉପରାଷ୍ଟ୍ରପତି କମଲା ହାରିଶଙ୍କୁ କୋରୋନା
ଆମେରିକା ଉପରାଷ୍ଟ୍ରପତି କମଲା ହାରିଶ କୋଭିଡରେ ସଂକ୍ରମିତ । ସୂଚନା ଦେଲା କାର୍ଯ୍ୟାଳୟ । ଅଧିକ ପଢନ୍ତୁ
ଆମେରିକା ଉପରାଷ୍ଟ୍ରପତି କମଲା ହାରିଶଙ୍କୁ କୋରୋନା
କୋଭିଡରେ ସଂକ୍ରମିତ ହୋଇଥିବା ନେଇ କମଲା ହାରିଶଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତାଙ୍କ ଠାରେ କୌଣସି ବିଶେଷ ଲକ୍ଷଣ ନଥିବା କୁହାଯାଇଛି । ବର୍ତ୍ତମାନ ସେ ସଙ୍ଗରୋଧରେ ରହିଛନ୍ତି । ସରକାରୀ କାର୍ଯ୍ୟାଳୟ ପରିବର୍ତ୍ତେ ଆବାସିକ ବାସଭବନରୁ କମଲା କାର୍ଯ୍ୟ ଜାରି ରଖିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ