ଓଡିଶା

odisha

By ETV Bharat Odisha Team

Published : Nov 10, 2023, 8:43 AM IST

ETV Bharat / bharat

ଆଜି 2+2 ବୈଠକ, ଦିଲ୍ଲୀରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍‌

ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍‌ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଆଜି 2+2 ବୈଠକରେ ଯୋଗ ଦେବେ । ଅଧିକ ପଢନ୍ତୁ

Ministerial Meeting

ନୂଆଦିଲ୍ଲୀ:ଆଜି ଭାରତ ଆମେରିକା 2+2 ମନ୍ତ୍ରୀସ୍ତରୀୟ ବୈଠକ । ପଞ୍ଚମ ଥର ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏହି ବୈଠକ ବସିବାକୁ ଯାଉଛି । ବୈଠକରେ ଯୋଗ ଦେବାକୁ ଭାରତ ଗସ୍ତରେ ଆସିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍‌ । ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ପରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଆଣ୍ଟୋନି ବ୍ଲିଙ୍କେନ । ଭାରତ ସହ 2+2 ମନ୍ତ୍ରୀସ୍ତରୀୟ ବୈଠକରେ ଦ୍ବିପାକ୍ଷିକ ଆଲୋଚନାରେ ଉଭୟ ନେତା ସାମିଲ ହେବେ । ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୈଠକରେ ଉପସ୍ଥିତ ରହିବେ ।

ଗତକାଲି (ଗୁରୁବାର) ଆମେରିକା ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ୍ ଦିଲ୍ଲୀରେ ପହଞ୍ଚିଥିଲେ । ଆଜି(ଶୁ୍କ୍ରବାର) ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ପଞ୍ଚମ ଥର ପାଇଁ ହେବାକୁ ଥିବା 2+2 ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି । ସେ ଏହି ବୈଠକରେ ସହ ଅଧକ୍ଷତା କରିବେ । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ମନ୍ତ୍ରୀସ୍ତରୀୟ ବୈଠକ ହେବ । ଉଭୟ ଦେଶର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କ୍ଷେତ୍ରରେ ଆଲୋଚନା ହେବ । ଆଣ୍ଟୋନି ବ୍ଲିଙ୍କେନ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା । ଆଣ୍ଟୋନି ବ୍ଲିଙ୍କେନଙ୍କ ଏହି ଗସ୍ତ ଭାରତ ଓ ଆମେରିକା ମଧ୍ୟରେ ଥିବା ଗ୍ଲୋବାଲ୍‌ ଷ୍ଟ୍ରାଟିଜିକ ସହଭାଗିତାକୁ ଅଧିକ ମଜଭୁତ କରିବ ବୋଲି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ।

ଏହା ବି ପଢନ୍ତୁ...8 Indians on death row in Qatar: ଆବେଦନ ଦାଖଲ କଲା ଭାରତ

2+2 ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଓ ଆମେରିକା ମଧ୍ୟରେ ଦ୍ରୁତ ଗତିରେ ବଢ଼ୁଥିବା ରଣନୀତି ସମ୍ପର୍କରେ ବ୍ୟାପକ ସମୀକ୍ଷା ହେବ । ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର ଏହି ବୈଠକରେ ଉପସ୍ଥିତ ରହିବେ । 2+2 ମନ୍ତ୍ରୀସ୍ତରୀୟ ଆଲୋଚନା ଜରିଆରେ ଭାରତ ଓ ଆମେରିକା ମଧ୍ୟରେ ସୁରକ୍ଷା ସହଯୋଗ ଏବଂ ବୁଝାମଣା ଉପରେ ଆଲୋଚନା ହେବ । ଦୁଇ ଦେଶ ମଧ୍ୟ ଦ୍ବିପକ୍ଷିକ ମୁଦ୍ଦା ସହିତ ଭାରତ-ପ୍ରଶାନ୍ତ କ୍ଷେତ୍ର, ଋଷ ଏବଂ ୟୁକ୍ରେନ୍‌ ଉପରେ ମଧ୍ୟ ଚର୍ଚ୍ଚା ହେବ ବୋଲି ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ସୂଚନା ମିଳିଥିଲା ।

ଏହା ବି ପଢନ୍ତୁ...Winter Session of Parliament: ଡିସେମ୍ବର 4ରୁ ଆରମ୍ଭ, ରହିବ 19ଟି କାର୍ଯ୍ୟଦିବସ

ଆମେରିକା ପୂର୍ବ ରକ୍ଷା ସଚିବ ଜୋସେଫ୍‌ ଏଚ୍‌ ଫେଲ୍ଟର କହିଛନ୍ତି,"ଆମେରିକା ଓ ଭାରତ ସମ୍ପର୍କରୁ ଅଧିକ ମହତ୍ତ୍ବପୂର୍ଣ୍ଣ ସମ୍ପର୍କ ଆଉ କିଛି ନାହିଁ । ଗତ କିଛି ଦିନ ହେବ ସୁରକ୍ଷା ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହୋଇଛି । 2016 ପରେ ଭାରତକୁ ଏକ ପ୍ରମୁଖ ସୁରକ୍ଷା ଭାଗୀଦାରି ଘୋଷଣା କରାଯାଇଛି । ଦୁଇ ଦେଶ ମଧ୍ୟରେ ଏହାକୁ ଆଗକୁ ନେବାକୁ ଗୁରୁତ୍ବ ଦିଆଯାଇଛି ।"

ABOUT THE AUTHOR

...view details